1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମୋଟାପଣ ଦୂର କରିବ ମାଣ୍ଡିଆ...

ଶସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟ(Millet) କୁହାଯାଏ ।ଏହା ବିଶ୍ୱର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ ।ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି ।ଏହା ଉଭୟ ମଣିଷ ଓ ପଶୁଖାଦ୍ୟ ଭାବେ ବ୍ୟବହାର କରାଯାଏ ।ମିଲେଟ୍ ହେଉଛି ଏକ ପ୍ରକାର ଶସ୍ୟ ଯେଉଁଥିରେ ଛୋଟ ଶସ୍ୟ ଥାଏ । ସ୍ୱାସ୍ଥ୍ୟ ପାଇଁ ମିଲେଟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବାଜରା ମୁଖ୍ୟତଃ ରାଜସ୍ଥାନ(Rajastan), ପଞ୍ଜାବ(Punjab), ଗୁଜୁରାଟ, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶରେ ଚାଷ କରାଯାଏ।

Priyambada Rana
Priyambada Rana
Health Benefits of Millet

ତେବେ ଆପଣ ଆପଣଙ୍କ ପ୍ରତିଦିନର ଡାଏଟରେ ମିଲେଟ ଅନ୍ତର୍ଭୁକ୍ତ କରି ଅନେକ ଲାଭ ପାଇପାରିବେ । ବାସ୍ତବରେ, ମିଲେଟରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଫାଇବର, ଥିଆମିନ୍, ନିୟାସିନ୍, ତମ୍ବା, ମ୍ୟାଗ୍ନେସିୟମ୍, ସେଲେନିୟମ୍, ଜିଙ୍କ, ଫୋଲିକ୍ ଏସିଡ୍ ଏବଂ ଆମିନୋ ଏସିଡ୍ ଥାଏ, ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ମିଲେଟର ଫାଇଦା-

୧-ମୋଟାପଣ

ମିଲେଟ ଖାଇବା ଦ୍ୱାରା ରୀର ଶକ୍ତିଶାଳୀ ହୋଇଥାଏ । ମାଣ୍ଡିଆକୁ ଫାଇବରର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ, ଯାହା ପେଟକୁ ଅଧିକ ସମୟ ପୂର୍ଣ୍ଣ ଅନୁଭବ ରାଇବାରେ ସାହାଯ୍ୟ କରିଥାଏ ଯାହା ଶରୀରର ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

୨-ପାଚନ

ଯଦି ଆପଣଙ୍କୁ ପାଚନ କ୍ରୀୟାରେ ସମସ୍ୟା ଅନୁଭବ ହେଉଥାଏ ତେବେ ଆପଣ ନିଜ ଖାଦ୍ୟରେ ମିଲେଟ ଅନ୍ତର୍ଭୁକ୍ତ କରିପାରିବେ ଆପଣ ରୁଟି ଏବଂ କ୍ଷିରୀ ଆକାରରେ ମିଲେଟ ଖାଇପାରିବେଏହା ହଜମ ପ୍ରକ୍ରିୟାକୁ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ

୩-କୋଲେଷ୍ଟ୍ରଲ

ମିଲେଟ୍ ହେଉଛି ଏକ ଉଚ୍ଚ ଫାଇବର ଜାତୀୟ ଶସ୍ୟ କୋଲେଷ୍ଟ୍ରଲ ପାଇଁ ମିଲେଟ ଉପକାରୀ ବୋଲି ବିବେଚନା କରାଯାଏଯଦି ଆପଣ କୋଲେଷ୍ଟ୍ରଲ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ଖାଦ୍ୟରେ ମିଲେଟ ଅନ୍ତର୍ଭୁକ୍ତ କରିପାରିବେ

୪-ସୁନ୍ଦର ତ୍ୱଚା

ମିଲେଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫେନୋଲିକ୍ସ ରହିଥାଏ, ଯାହା ବାର୍ଦ୍ଧକ୍ୟର ପ୍ରଭାବକୁ ରୋକିବାରେ ସାହାଯ୍ୟ କରିଥାଏ ଖାଦ୍ୟରେ ମିଲେଟ ଅନ୍ତର୍ଭୁକ୍ତ କରିବା ଦ୍ୱାରା ମୁହଁର କୁଞ୍ଚନ(Wrinkles) ହ୍ରାସ କରାଯାଇପାରେ ଏବଂ ଚର୍ମକୁ ସୁସ୍ଥ ରଖାଯାଇପାରିବ

୫-ମଧୁମେହ

ମଧୁମେହ ରୋଗୀଙ୍କ ପାଇଁ ମିଲେଟ ଖୁବ୍ ଉପକାରୀ । ମିଲେଟରୁ ତିଆରି ଖାଦ୍ୟ ଖାଇବା ଦ୍ୱାରା ଏହା ମଧୁମେହ ରୋଗକୁ ପ୍ରତିରୋଧ କରିଥାଏ ।

୬-ହୃଦରୋଗ

ଖାଦ୍ୟରେ ମିଲେଟ ଅନ୍ତର୍ଭୁକ୍ତ କରି ହୃଦୟକୁ ଫିଟ୍ ରଖାଯାଇପାରିବ ମିଲେଟ ଫାଇବର, ମ୍ୟାଗ୍ନେସିୟମ ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ, ଯାହା ହୃଦୟ ସମ୍ବନ୍ଧୀୟ ବିପଦରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ

    ତେବେ ମିଲେଟରୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ତିଆରି କରି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ପାଇଲ୍ସ ଭଲ କରିଦେବ ଗଙ୍ଗଶିଉଳି...

ରାତିରେ ଖାଉଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments