1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ କେଉଁ କେଉଁ ରୋଗ ଭଲ କରିଥାଏ ଅମୃତଭଣ୍ଡା ମଞ୍ଜି

ସ୍ୱାସ୍ଥ୍ୟ ପାଇଁ ଏକ ହୀତକାରକ ଫଳ ହେଉଛି ଅମୃତଭଣ୍ଡା । ଏହା ଏକ ଏପରି ଫଳ ଯାହାକୁ ଆମେ ଉଭୟ ଶୀତ ଓ ଗ୍ରୀଷ୍ମ ଋତୁରେ ଖାଇଥାଉ । ଉଭୟ କଞ୍ଚା ଓ ପାଚିଲା ଅମୃତଭଣ୍ଡାରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଥାଏ ।

Priyambada Rana
Priyambada Rana
Health Benefits of Papaya Seeds

Health Benefits of Papaya Seeds

ସ୍ୱାସ୍ଥ୍ୟ ପାଇଁ ଏକ ହୀତକାରକ ଫଳ ହେଉଛି ଅମୃତଭଣ୍ଡା(Papaya) । ଏହା ଏକ ଏପରି ଫଳ ଯାହାକୁ ଆମେ ଉଭୟ ଶୀତ(Winter) ଓ ଗ୍ରୀଷ୍ମ(Summer) ଋତୁରେ ଖାଇଥାଉ । ଉଭୟ କଞ୍ଚା ଓ ପାଚିଲା ଅମୃତଭଣ୍ଡାରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ( Medicinal benefits) ରହିଥାଏ । ଅମୃତଭଣ୍ଡା ପାଟିକୁ ସୁଆଦିଆ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ହୀତକାରକ ।ଅନେକ ରୋଗ(Disease)ରୁ ଉପଶମ ପାଇବା ପାଇଁ ଡାକ୍ତର ରୋଗୀମାନ(patients)ଙ୍କୁ ଅମୃତଭଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଆପଣ ସମସ୍ତେ ଅମୃତଭଣ୍ଡା ଫଳର ଉପକାରିତା ସମ୍ପର୍କରେ ତ କେଉଁଠୁ ନା କେଉଁଠୁ ପଢ଼ି ଓ ଶୁଣି ଜାଣିଥିବେ । ମାତ୍ର ଅମୃତଭଣ୍ଡା ମଞ୍ଜିର ଉପକାରିତା ସମ୍ପର୍କରେ ଆପଣ ଜାଣିଛନ୍ତି କି? ଆପଣ ଜାଣନ୍ତି ଅମୃତଭଣ୍ଡା ଖାଇବା ଦ୍ୱାରା ଆମ ଶରୀରର କେଉଁ କେଉଁ ରୋଗରୁ ଆମକୁ ଉପଶମ ମିଳିଥାଏ ?

 ତେବେ ଅଧିକାଂଶ ଫଳର ମଞ୍ଜି ଆମ ସ୍ୱାସ୍ଥ୍ୟ ପାଇଁ ଅହିତକର ହୋଇଥାଏ ।ତେଣୁ ଉକ୍ତ ଫଳକୁ ଖାଇବା ବେଳେ ଆମେ ତାହାର ମଞ୍ଜିକୁ ଅଲଗା କରି ଖାଇଥାଉ । ଏମିତି କି ଅମୃତଭଣ୍ଡା ଖାଇବା ବେଳେ ମଧ୍ୟ ଫଳରୁ ମଞ୍ଜି ଓ ଚୋପାକୁ ଅଲଗା କରି ଅମୃତଭଣ୍ଡାର ମଜା ଉଠାଇଥାଉ ।ମାତ୍ର ଅମୃତଭଣ୍ଡା ମଞ୍ଜି ଏହି ସମସ୍ତ ମଞ୍ଜିମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ମଞ୍ଜି ଖାଇବା ଦ୍ୱାରା ଆମ ଶରୀରର ଅତିରିକ୍ତ ଚର୍ବି ବା ଏକ୍ସଟ୍ରା ଫ୍ୟାଟ୍(Extra Fat) କମ୍ ହୋଇଥାଏ । ଅମୃତଭଣ୍ଡା ମଞ୍ଜିରେ ଥିବା ଫାଇବର ଶରୀରର ମାତ୍ରାଧିକ ଚର୍ବିକୁ କମ୍ କରିବାରେ ସାହାଯ୍ୟ କରିଥାଏ ।

ସେହିପରି ମହିଳାମାନଙ୍କ ପାଇଁ ଅମୃତଭଣ୍ଡା ମଞ୍ଜି ଖୁବ୍ ଲାଭ ଦାୟକ ହୋଇଥାଏ । ମାସିକ ଋତୁସ୍ରାବ(menstruation) ସମୟରେ ମହିଳାମାନେ ଅମୃତଭଣ୍ଡା ମଞ୍ଜି ଖାଇବା ଦ୍ୱାରା ଏହି ସମୟରେ ହେଉଥିବା ଅସହ୍ୟ ଯନ୍ତ୍ରଣାରୁ ସେମାନଙ୍କୁ ଉପସମ ମିଳିଥାଏ । ଏହି ମଞ୍ଜି ଆମ କୋଲେଷ୍ଟ୍ରୋଲ(Cholesterol)କୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।ଏଥିରେ ମୋନୋ ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଥାଏ । ଯାହାକି ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ପ୍ରୋଟୋଲାଇଟିକ୍ ଏନଜାଇମ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

ଥଣ୍ଡା ବା ଜ୍ୱର ହେଲେ ଆମେ ଏହି ଫଳକୁ ଔଷଧ(Medicine) ପରି ମଧ୍ୟ  ବ୍ୟବହାର କରି ପାରିବା । ଏହାର ମଞ୍ଜି ଥଣ୍ଡା ଏବଂ ଜ୍ୱରରୁ ଉପସମ ଦେବାରେ ସାହାଯ୍ୟ କରିଥାଏ । ବିଶେଷ କରି ହୃଦରୋଗୀମାନଙ୍କ ପାଇଁ ଅମୃତଭଣ୍ଡା ମଞ୍ଜି ସେବନ ବହୁ ମାତ୍ରାରେ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ଫାଇବର(Fiber) ରକ୍ତଚାପ(Blood Pressure)କୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଅମୃତଭଣ୍ଡା ମଞ୍ଜିକୁ ସେବନ କରିବାର ୨ ପ୍ରକାର ଉପାୟ ରହିଛି ।୧. ଏହାକୁ କଞ୍ଚା ଅର୍ଥାତ ଅମୃତଭଣ୍ଡା ଫଳ ଭିତରୁ ବାହାର କରି ଖାଇ ପାରିବେ ନଚେତ, ୨. ଫଳରୁ ମଞ୍ଜିକୁ ଅଲଗା କରି ତେକୁ ଭଲ ଭାବରେ ଧୋଇ ସୁଖାଇ ଦେବେ । ମଞ୍ଜି ଭଲ ଭାବେ ସୁଖି ଯିବା ପରେ ତାକୁ ଗୁଣ୍ଡ କରି ଗରକମ ପାଣିରେ ମିଶାଇ ପିଇ ପାରିବେ ।

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments