1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ରୋଗୀ ଖାଉଛନ୍ତି କି ଛତୁ ?

ଡାଇବେଟିସ ରୋଗୀ ଛତୁ ଖାଇବା ଠିକ କି ନୁହେଁ ?

Tanushree Mahapatra
Tanushree Mahapatra
can diabetes patients eat mushrooms, image source - pexels

can diabetes patients eat mushrooms, image source - pexels

ବର୍ତ୍ତମାନ ଖାଦ୍ୟ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେଉଛି କାରଣ ବେଳେବେଳେ ଆମେ ନକଲି ଖାଦ୍ୟ ମଧ୍ୟ ଖାଇ ଥାଉ ଆମ ଅଜାଣତରେ l ତେବେ ସେହଭଳି ଡାଇବେଟିସ୍ ରୋଗୀମାନେ ନିଜ ଡାଏଟ ପ୍ରତି କଡ଼ା ଧ୍ୟାନ ଦେବା ଜରୁରୀ। ସେମାନେ ଖାଉଥିବା ପ୍ରତିଟି ଖାଦ୍ୟ ସେମାନଙ୍କ ପାଇଁ ଜରୁରୀ l ତେଣୁ ସେ ପନିପରିବା ଠାରୁ ଆରମ୍ଭ କରି ଫଳକୁ ସାବଧାନର ସହ ବାଛିବା ଆବଶ୍ୟକ । ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଖାଦ୍ୟକୁ ସଠିକ ଭାବେ ପରଖିବା ଉଚିତ l

ସେହିପରି ଛତୁ ଖାଇବା ପାଇଁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ l ଛତୁରେ ବିଭିନ୍ନ ଆଇଟମ୍ ତିଆରି କରି ଲୋକେ ଖାଇବାକୁ ପସନ୍ଦ କରନ୍ତି । ହୋଟେଲ ଠାରୁ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଛତୁର ଭିନ୍ନ ଭିନ୍ନ ଛତୁ ଆଇଟମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । କିଛି ଲୋକ ଫଙ୍ଗସ୍ ହେବା କାରଣରୁ ଛତୁ ଖାଇବାକୁ ପସନ୍ଦ କାରଣରୁ ନାହିଁ । କିନ୍ତୁ,  ଛତୁ ଆମ ସ୍ବାସ୍ଥ୍ୟ ପ୍ରତି ହିତକାରୀ । ଏଥିରେ ରହିଛି ବିଭିନ୍ନ ଭଲ ଗୁଣ ଯାହା ଆମ ଶରୀର ପାଇଁ ଲାଭଦାୟକ l

ଛତୁ ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ l ମଧୁମେହ ରୋଗୀମାନେ ବିଶେଷତଃ ଏହାକୁ ଖାଇବା ଦ୍ୱାରା ଉପକୃତ ହୁଅନ୍ତି । ଛତୁ ହେଉଛି ଏକ ସୁପରଫୁଡ l ଯେଉଁଥିରେ ଆପଣାକୁ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ସହିତ ଗ୍ଲାଇସେମିକ, ଲୋଡ କମ୍ ରହିଥାଏ। ଯାହା ବ୍ଲଡ ସୁଗାର ଲେଭଲକୁ ଆପଣଙ୍କ ଶରୀରରେ କଣ୍ଟ୍ରୋଲ କରେ । ଅର୍ଥାତ ଏହା ମାଧ୍ୟମରେ ଆପଣ ସୁଗାର ସ୍ତରକୁ ନିୟନ୍ତ୍ରଣ କରିପାରିବେ ନିଜର ।

ଛତୁରେ ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଅଳ୍ପ ପରିମାଣରେ ଥାଏ । କେତେକ ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ, କମ୍ କାର୍ବଡାଏଟ୍ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଛତୁରେ ପଲିସାକାରାଇଡ ମଧ୍ୟ ରହିଥାଏ। ଯେଉଁଥିରେ ଆଣ୍ଟି-ଡାଇବେଟିସର ପ୍ରଭାବ ଦେଖିବାକୁ ମିଳେ । ମଧୁମେହ ରୋଗୀଙ୍କ ପାଇଁ ଏହା ରକ୍ଷା କବଚ ପରି କାର୍ଯ୍ୟ କରେ l ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ l

ଯେଉଁମାନେ ନିୟମିତଭାବେ ଛତୁ ଖାଉଛନ୍ତି ସେମାନଙ୍କ ଓଜନକୁ ମଧ୍ୟ କଣ୍ଟ୍ରୋଲରେ ରହିଥାଏ l ମୋଟାପଣ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ l ଶରୀର ଓଜନ ବଢ଼ିବା ଦ୍ବାରା ହୃତରୋଗ ହେବାର ଆଶଙ୍କା ଅଧିକ । ଛତୁ ଖାଇବା ଦ୍ବାରା ଏହା ଶରୀରର କୋଲେଷ୍ଟ୍ରଲକୁ ମଧ୍ୟ ହ୍ରାସ କରେ l ଛତୁରେ ପ୍ରୋଟିନ, ଡାଏଟାରୀ ଫାଇବର ସହିତ ମିନେରାଲ୍ସ, ଭିଟାମିନ ବି-୧, ଭିଟାମିନ ବି-୨, ଭିଟାମିନ ବି-୧୨ ରହିଥାଏ l ଅନ୍ୟପଟେ ଭିଟାମିନ-ସି, ଭିଟାମିନ-ଇ, କ୍ବିନୋଲୋନ, ଷ୍ଟେରଏଡ୍, ଫ୍ଲାଭୋନାଏଡ, ଆଣ୍ଟିଅକ୍ସିଡାଣ୍ଟ ଭଳି କାରୋଟିନଏଡ୍ ଏଥିରେ ମହଜୁଦ ରହିଛି l ଛତୁକୁ ଆପଣ ସଠିକ ରୋଷେଇ କରି ଖାଇଲେ ଏହା ଆପଣଙ୍କୁ ଫାଇଦା ଦେଇଥାଏ l ଏହାକୁ ଅଳ୍ପ ତେଲରେ ରୋଷେଇ କରିବା ଭଲ l

ଅଧିକ ପଢ଼ନ୍ତୁ

Low Pressure: ବଙ୍ଗୋପ ସାଗରରେ ଘୁର୍ଣ୍ଣିବଳୟ!

ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ