1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Extra ଚର୍ବି ହଟାଏ, ମୋଟାପଣ କମ୍ କରେ ଏହି ମଞ୍ଜି...

ଛୋଟ କଳା କଳା ମଞ୍ଜି ଚିଆ ସିଡରେ ସଲେବୁଲ ଫାଇବର ଓ ପ୍ରୋଟିନ ରହିଥାଏ । ଯାହା ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିଥାଏ ।ଯେଉଁଥି ପାଇଁ ବେଶୀ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଚିଆ ସିଡ୍ ଓଜନ କମ କରେ ନାହିଁ । ଏହା ଓଜନ କମ କରିବାରେ ସାହାଯ୍ୟ କରେ ।

Priyambada Rana
Priyambada Rana
Chia seed helps to reduce weight

Chia seed helps to reduce weight

ଲଗାତାର ପେଟ ଓ ଓଜନ ବଢିବାକୁ ନେଇ ଚିନ୍ତିତ କି ?  କିପରି ଓଜନ କମିବ  ଭାବୁଛନ୍ତି କି ? ଓଜନ କମାଇବା ପାଇଁ ବ୍ୟାୟାମ, ଯୋଗର ଆବଶ୍ୟକତା ଯେତିକି ଅଛି   ଖାଦ୍ୟ ନିୟନ୍ତ୍ରଣର ଆବଶ୍ୟକତା ମଧ୍ୟ ସେତିକି ଅଛି । ଖାଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ, ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଇ କମ କ୍ୟାଲୋରି ରହିଲେ ଓଜନ କମିବାରେ ସାହାଯ୍ୟ କରେ ।ଓଜନ କମାଇବାକୁ ଯଦି ଚାହୁଁଛନ୍ତି ତେବେ ଚିଆ ସିଡ ଖାଦ୍ୟରେ ବ୍ୟବହାର କରନ୍ତୁ ।

ଛୋଟ କଳା କଳା ମଞ୍ଜି ଚିଆ ସିଡରେ ସଲେବୁଲ ଫାଇବର ଓ ପ୍ରୋଟିନ ରହିଥାଏ । ଯାହା ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିଥାଏ ।ଯେଉଁଥି ପାଇଁ ବେଶୀ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ।  ଚିଆ ସିଡ୍ ଓଜନ କମ କରେ ନାହିଁ । ଏହା ଓଜନ କମ କରିବାରେ ସାହାଯ୍ୟ କରେ ।ତେବେ, ଆସନ୍ତୁ ଜାଣିବା ପେଟର ଚର୍ବି କମାଇବା ପାଇଁ ଚିଆ ସିଡ୍ କିପରି ଖାଇବା ଉଚିତ।

• ଚିଆ ସିଡର ସ୍ୱାଦ ହାଲକା ରହିଥିବାରୁ ଆପଣ ଏହାକୁ ଯେ କୌଣସି ରେସିପି କିମ୍ୱା ଡିସରେ ଅଂଶିଦାର କରିପାରନ୍ତି ।
• ଏହାକୁ ପାଣିରେ ମିଶାଇ ପିଇପାରିବେ ।ଏଥିପାଇଁ ଆପଣ କିଛି ଚିଆ ସିଡକୁ ଅଧଘଣ୍ଟା ପାଣିରେ ବତୁରାଇବେ । ସକାଳେ ଖାଲି ପେଟରେ ପିଇପାରିବେ ।

  • ଚିଆ ସିଡର ପାଣି ପିଇବାକୁ ଚାହୁଁ ନ ଥିଲେ ଆପଣ ଏହାକୁ ସାଲାଡରେ ମିଶାଇ ଖାଇ ପାରିବେ। କିଛି ଲୋକ ଏହାକୁ ପେନ କେକେ ଓ ପୁଡିଙ୍ଗରେ ପକାଇ ଖାଇବାକୁ ପସନ୍ଦ କରିଥାନ୍ତି।• ଚିଆ ସିଡକୁ କ୍ଷୀର ସହିତ ମଧ୍ୟ ଖାଇ ପାରିବେ । ଏହାକୁ ଦହି ସହିତ ମିଶାଇ ଖାଇଲେ ବି ଭଲ ଲାଗିଥାଏ।
    • ଏହାକୁ ଫଳ ଯେପରି ସେଓ, କଦଳୀ, ଅଙ୍ଗୁର ଆଦି ଆଦି ଫଳ କାଟି ସେଥିରେ ଚିଆ ସିଡ ମିଶାଇ ଖାଇପାରିବେ ।  ଏଥିରେ ଡ୍ରାଏ ଫ୍ରୁଟ ମଧ୍ୟ ମିଶାଇ ପାରିବେ।

ଓମେଗା ଫ୍ୟାଟି ଏସିଡ୍ ଚିଆ ସିଡ ବା ମଞ୍ଜିରେ ପ୍ରଚୁର ପରିମାଣରେ ମିଳିଥାଏ | ପ୍ରତିଦିନ ଚିଆ ମଞ୍ଜି ଖାଇବା ଦ୍ୱାରା ହାଇଡ୍ରେସନ୍ ବଢ଼ି ଚର୍ମକୁ ସଫା, ନରମ ଏବଂ ଚମକିତ କରିଥାଏ | ଚିଆ ମଞ୍ଜି ମୁହଁରେ କୁଞ୍ଚନକୁ ରୋକିଥାଏ ଏବଂ ବାର୍ଧକ୍ୟ ବା ଏଜିଙ୍ଗ ବିରୋଧରେ କାର୍ଯ୍ୟ କରିଥାଏ |ଚିଆ ସିଡ୍ ପୁଡିଂ ଯାହା ଆପଣ ନିଜ ଜଳଖିଆରେ ସାମିଲ କରିପାରିବେ। ଚିଆ ମଞ୍ଜିକୁ ସାଧାରଣତଃ ଲୋକେ ପେଣ୍ତ ଥଣ୍ତା ରଖିବା ପାଇଁ ଲସି ହିସାବରେ ପିଇ ଥାନ୍ତି। ଏହି ଚିଆ ମଞ୍ଜିରେ ସକାଳ ଜଳଖିଆ ଆପଣ ପ୍ରସ୍ତୁତ କରିପାରିବେ ।

ଓଜନ କମାଇବାରେ ସାହାଯ୍ୟ କରିବ ଆଳୁ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments