1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସାବଧାନ! ଏହି ସମୟରେ ପିଉଛନ୍ତି କି ପଇଡ ପାଣି?

କୁହାଯାଏ ମଣିଷ ଶରୀର ପାଇଁ ପଇଡ ଏକ ଲାଭ ଦାୟକ ଉପଦ୍ରବ | ତେବେ ଆପଣ କେବେ ଶୁଣିଛନ୍ତିକି ଏହି ପଇଡ ପାଣିକୁ ସଠିକ ଭାବରେ ନପିଇବା ଦ୍ୱାରା କେତେକାଂଶରେ ଏହା ମଣିଷ ଶରୀର ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ | ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ପରିସ୍ଥିତିରେ ପଇଡ ପାଣି ଆପଣଙ୍କ ଶରୀର ପାଇଁ କଣ କଣ କ୍ଷତି କ୍ଷତି ଘଟିପାରେ |

Sudesna Nayak
Sudesna Nayak
Coconut Water May Harmful For Diabetes people

Coconut Water May Harmful For Diabetes people

କୁହାଯାଏ ମଣିଷ ଶରୀର ପାଇଁ ପଇଡ (Coconut) ଏକ ଲାଭ ଦାୟକ ଉପଦ୍ରବ | ତେବେ ଆପଣ କେବେ ଶୁଣିଛନ୍ତିକି ଏହି ପଇଡ ପାଣି (Coconut Water)କୁ ସଠିକ ଭାବରେ ନପିଇବା ଦ୍ୱାରା କେତେକାଂଶରେ ଏହା ମଣିଷ ଶରୀର ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ | ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ପରିସ୍ଥିତିରେ ପଇଡ ପାଣି ଆପଣଙ୍କ ଶରୀର ପାଇଁ କଣ କଣ କ୍ଷତି କ୍ଷତି ଘଟିପାରେ |

1-ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ଗୋଟିଏ ଗ୍ଲାସ ପଇଡ ପାଣିଠୁ ଅଧିକ ପିଅନ୍ତୁ ନାହିଁ , ଏହା ଆପଣଙ୍କ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ

2 - ନଡ଼ିଆ ପାଣିରେ ଡାଇୟୁରେଟିକ୍ ଗୁଣ ଅଧିକ ରହିଥାଏ , ତେଣୁ ଅଧିକ ପଇଡ ପାଣି ପିଇବା ଦ୍ୱାରା ଆପଣ ବାରମ୍ବାର ୱାଶରୁମ୍କୁ ମଧ୍ୟ ଯାତ୍ରା କରି ପାରନ୍ତି |

3 - ପ୍ଲାଷ୍ଟିକ ବୋତଲ କିମ୍ବା ପ୍ଲାଷ୍ଟିକ ଗ୍ଲାସରେ ପଇଡ ପାଣି (Coconut Water) ରଖିକି ପିଅନ୍ତୁ ନାହିଁ , ଏବଂ ଯଥା ସମ୍ଭବ ଚେଷ୍ଟା କରନ୍ତୁ କି ପଇଡ଼ ପିଇବା ବେଳେ ଷ୍ଟ୍ର ((ନଳୀ)ର ଯଥା ସମ୍ଭବ କାମ ବ୍ୟବହାର କରିବା ପାଇଁ ,କାରଣ ପ୍ଲାଷ୍ଟିକର୍ବ୍ୟବହାର ସର୍ବଦା ଶରୀର ପାଇଁ କ୍ଷତି କାରକ ହୋଇଥାଏ |

4 - ଯଦି ଆପଣଙ୍କର ଗ୍ୟାସ୍ଟ୍ରିକ ସମସ୍ୟା ଅଛି ତାହାଲେ ଭୁଲରେ ମଧ୍ୟ ଖାଲି ପେଟରେ ପଇଡ ପାଣି (Coconut Water) ପିଅନ୍ତୁ ନାହିଁ,ଏହା ଆପଣଙ୍କର ଶରୀର ପାଇଁ କ୍ଷତିକାରକ ହୋଇପାରେ , ତେଣୁ କୌଣସି ପେଟ ରୋଗ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ପଇଡ ପାଣି ପିଅନ୍ତୁ |

5 - ସାଧାରଣତଃ ଡାଇଟ କରୁଥିବା ଲୋକମାନେ ପଇଡ ପାଣିର ଅଧିକ ବ୍ୟବହାର କରିଥାନ୍ତି , କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଇଡ ପାଣିରେ କ୍ୟାଲୋରିଜ଼ର ମାତ୍ରା ଅଧିକ ରହିଥାଏ | ଆମେରିକାର କିଛି ଡାକ୍ତରଙ୍କ ଗବେଷଣା ଅନୁସାରେ ପଇଡ ପାଣିରେ ଅନ୍ୟ ଫଳ ରସ ଅପେକ୍ଷା ମାତ୍ରାଧିକ କ୍ୟାଲୋରିଜ଼ ରହିଥାଏ |

6 - କଠିନ ବ୍ୟାୟାମ କିମ୍ବା କୌଣସି କ୍ରୀଡା ଅଭ୍ୟାସ ଅଧିବେଶନ ପରେ ତୁରନ୍ତ ପଇଡ ପାଣି ପିଅନ୍ତୁ ନାହିଁ, କାରଣ ବ୍ୟାୟାମ ପରେ ଶରୀର ଡିହାଇଡ୍ରେଟ୍ ହୋଇଯାଏ ତେଣୁ ଏହି ସମୟରେ ପଇଡ ପାଣି (Coconut Water) ଆପଣଙ୍କ ଶରୀର ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ | ତେଣୁ ଏହି ସମୟରେ ପଇଡ ପାଣି ପରିବର୍ତ୍ତେ ଇନଅରଜି ଡ୍ରିଙ୍କର ବ୍ୟବହାର ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ |

7 - ନଡ଼ିଆ ପାଣି (Coconut Water)ରେ ଚିନି କମ୍ ହୋଇପାରେ କିନ୍ତୁ ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ଅଧିକ ଥାଏ ଯାହା ମଧୁମେହ ରୋଗୀ (Diabetes people)ଙ୍କ ପାଇଁ ସ୍ୱାସ୍ଥ୍ୟକର ନୁହେଁ | ନିୟମିତ ପଇଡ ପାଣି (Coconut Water) ପିଇବା ଦ୍ୱାରା ଏହା ସେମାନଙ୍କ ଶରୀର ପାଇଁ କ୍ଷତି ଘଟାଇପାରେ |

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପଇଡ ପାଣି (Coconut Water) ପିଉଛନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ନେବା ଜରୁରୀ ।

କେଉଁ ଚା' ଆପଣଙ୍କ ଶରୀର ପାଇଁ ହିତକର ଜାଣନ୍ତୁ, ନଚେତ୍...

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଭେଣ୍ଡି ପାଣି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments