
Daily use of Paracetamol raises blood pressure increases risk of heart attack
ଭାରତର ଅଧିକାଂଶ ଲୋକ ପାରାସିଟାମୋଲ (Paracetamol) ବ୍ୟବହାର କରନ୍ତି । କୋଭିଡ-19 ର ଏହି ଯୁଗରେ ଜ୍ୱର, ଶରୀର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକ ପାରାସିଟାମୋଲ (Paracetamol) ଔଷଧ ସେବନ କରନ୍ତି ।
ସାମାନ୍ୟ ମୁଣ୍ଡବିନ୍ଧା (Headache) କିମ୍ବା ସାମାନ୍ୟ ଜ୍ୱର (Fiver) ହେଲେ, ପ୍ରତ୍ୟେକ କ୍ଷେତ୍ରରେ ଲୋକମାନେ କଲପୋଲ (Calpol), କ୍ରୋସିନ୍ (Crocin), ଡୋଲୋ (Dolo) ଭଳି ପାରାସିଟାମୋଲ ଔଷଧ ସେବନ କରନ୍ତି । କିନ୍ତୁ ଅଧିକାଂଶ ଲୋକ ଏହାର ସଠିକ ମାତ୍ରା ବିଷୟରେ ଜାଣନ୍ତି ନାହିଁ । ପାରାସିଟାମୋଲରେ ଷ୍ଟେରଏଡ ଥାଏ, ତେଣୁ ଏହାର ଅନୁପଯୁକ୍ତ ଡୋଜ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ ।
ତେବେ ‘ପାରାସିଟାମଲ’ଔଷଧର ଲଗାତର ସେବନ ହୋଇପାରେ ଘାତକ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବା ସହ ହଦୃଘାତ୍ ଆଶଙ୍କା ବଢ଼ିପାରେ ।
ରିପୋର୍ଟ ଅନୁଯାୟୀ, ଏଡିନବର୍ଗ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ନିକଟରେ ୧୧୦ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲେ । ଏମାନଙ୍କୁ ଏକ ସପ୍ତାହ ଯାଏଁ ଦିନରେ ଏକ ଗ୍ରାମ ହିସାବରେ ୪ ଥର ପାରାସିଟାମଲ (Paracetamol)ଔଷଧ ଖାଇବାକୁ ଦିଆଯାଇଥିଲା । ତେବେ ୪ ଦିନ ମଧ୍ୟରେ ପରାସିଟାମଲ ଦିଆଯାଉଥିବା ରୋଗୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ମଧ୍ୟରେ ରକ୍ତଚାପ ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା । ହୃଦଘାତ କିମ୍ବା ଷ୍ଟ୍ରୋକ ହେବା ସମ୍ଭାବନା ମଧ୍ୟ ୨୦ପ୍ରତିଶତ ବଢ଼ିଯାଇଥିଲା ।
ପ୍ରଫେସର ଡେଭିଡ ୱେବ କହିବା ମୁତାବକ ହିଁ, ଆମେ ସର୍ବଦା ଭାବୁ ଯେ ରକ୍ତଚାପ କମାଇବା ପାଇଁ ଜଣାଶୁଣା ଆଇବୁପ୍ରୋଫେନ୍ ଭଳି ଔଷଧ ବ୍ୟବହାର ବନ୍ଦ କରିବାକୁ ଯଦି ଆମେ ରୋଗୀଙ୍କୁ ପରାମର୍ଶ ଦେବାକୁ ଚେଷ୍ଟା କରୁ, ତେବେ ପାରାସିଟାମଲ (Paracetamol)ଏକ ନିରାପଦ ବିକଳ୍ପ ହେବ । କିନ୍ତୁ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା ଥିବା ରୋଗୀମାନେ ପାରାସିଟାମଲ ବ୍ୟବହାର ବନ୍ଦ କରିବା ଉପରେ ଧ୍ୟାନ ଦେବା ଉଚିତ୍ ।
ସେ ଆହୁରି କହିଛନ୍ତି, ଆମେ ସୁପାରିଶ କରିବୁ ଯେ କ୍ଲିନିକାଲ ବିଶେଷଜ୍ଞମାନେ ପ୍ରଥମେ ରୋଗୀଙ୍କୁ ପାରାସିଟାମୋଲର (Paracetamol)କମ୍ ଡୋଜରୁ ଆରମ୍ଭ କରନ୍ତୁ ଏବଂ ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକତା ଠାରୁ ଅଧିକ ନ ଯାଇ ପର୍ଯ୍ୟାୟକ୍ରମେ ଏହାର ମାତ୍ରା ବୃଦ୍ଧି କରନ୍ତୁ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥିବ, ସେମାନଙ୍କ କ୍ଷେତ୍ରରେ ଡାକ୍ତରମାନେ ଅଧିକ ଦାୟିତ୍ୱବାନ ହୋଇ ପ୍ରଥମେ କମ୍ ଡୋଜ୍ର ପାରାସିଟାମଲ୍ ଦେବା ଉଚିତ୍ ।
ପ୍ରକାଶ ଥାଉ ଯେ, ସେହିପରି ବିଶେଷଜ୍ଞଙ୍କ କହିବା ମୁତାବକ, ଯନ୍ତ୍ରଣା ଦୂର କରିବା ପାଇଁ ଯେଉଁମାନଙ୍କର ପାରାସିଟାମଲ ଖାଇବା ନିହାତି ଜରୁରୀ, ସେମାନେ ତା ପୂର୍ବରୁ ନିଜ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ । ନଚେତ୍ ଏହା ହୃଦ୍ଘାତର କାରଣ ହୋଇପାରେ ।
କ୍ୟାନ୍ସର, ଆଣ୍ଠୁଗଣ୍ଠି ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଦା ରସ, ଜାଣନ୍ତୁ...
Share your comments