1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ କଦଳୀର ସାଇଡ୍ ଇଫେକ୍ଟ...

ସାଧାରଣତଃ ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଦିନକୁ ୧ରୁ ୨ଟି କଦଳୀ ସେବନ କରିବା ଉଚିତ୍ ଏବଂ ଯେଉଁମାନେ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି ସେମାନେ ଦିୁନକୁ ୩ଟି କଦଳୀ ସେବନ କରିବା ଆବଶ୍ୟକ । କିନ୍ତୁ କୌଣସି ବ୍ୟକ୍ତି ଯଦି ଜଣେ ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ଅଧିକ କଦଳୀ ସେବନ କରନ୍ତି , ତେବେ ଏହା ସେମାନଙ୍କ ଶରୀର ପାଇଁ ବିପଜ୍ଜନକ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଧିକ କଦଳୀ(Banana) ସେବନ କରିବା ଦ୍ୱାରା ଶରୀରରେ କେଉଁ ପ୍ରକାରର ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ।

Priyambada Rana
Priyambada Rana
Side Effects of Eating Too Many Bananas

Side Effects of Eating Too Many Bananas

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତେକ ବ୍ୟକ୍ତି ସୁସ୍ଥ ରହିବାକୁ ବିଭିନ୍ନ ପ୍ରକାର ଯୋଗ କରିବା ସହିତ ପୁଷ୍ଟିକର ଖାଦ୍ୟ ମଧ୍ୟ ସେବନ କରିଥାନ୍ତି । ଏଥିସହିତ ସେଓ,କମଳା, ଡାଳିମ୍ବ ଆଦି ଅନେକ ପ୍ରକାର ଫଳ ମଧ୍ୟ ସେବନ କରିଥାନ୍ତି । ଯେଉଁଥିରେ କଦଳୀ ମଧ୍ୟ ସାମିଲ ଅଛି। କାରଣ କଦଳୀରେ ପ୍ରଚୁର ପରିମାଣରେ ପ୍ରୋଟିନ(Protein), ଭିଟାମିନ(Vitamin) ଏବଂ ମିନେରାଲ୍ସ ରହିଛି । ତେଣୁ ଏହାକୁ ପ୍ରତ୍ୟେକଦିନ ସେବନ କରିବା ଦ୍ୱାରା ଏହା ଶରୀରକୁ ବହୁତ ପ୍ରକାର ଫାଇଦା ଯୋଗାଇଥାଏ ।

ତେବେ ସାଧାରଣତଃ ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଦିନକୁ ୧ରୁ ୨ଟି କଦଳୀ ସେବନ କରିବା ଉଚିତ୍ ଏବଂ ଯେଉଁମାନେ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି ସେମାନେ ଦିୁନକୁ ୩ଟି କଦଳୀ ସେବନ କରିବା ଆବଶ୍ୟକ । କିନ୍ତୁ କୌଣସି ବ୍ୟକ୍ତି ଯଦି ଜଣେ ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ଅଧିକ କଦଳୀ ସେବନ କରନ୍ତି , ତେବେ ଏହା ସେମାନଙ୍କ ଶରୀର ପାଇଁ ବିପଜ୍ଜନକ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଧିକ କଦଳୀ(Banana) ସେବନ କରିବା ଦ୍ୱାରା ଶରୀରରେ କେଉଁ ପ୍ରକାରର ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ।

ଓଜନବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଧିକ କଦଳୀ ସେବନ କରିବା ଦ୍ୱାରା ଓଜନବୃଦ୍ଧି ହୋଇଥାଏ । କାରଣ କଦଳୀରେ ପ୍ରଚୁର ପରିମାଣରେ ଫାଇବର ରହିବା ସହ ନାଚୁରାଲ ସୁଗାର ମଧ୍ୟ ରହିଥାଏ । ଫଳରେ ଏହାକୁ ଅଧିକ ସେବନ କରିବା ଦ୍ୱାରା ଏବଂ କ୍ଷୀର ସହ ଖାଇବା ଦ୍ୱାରା ଏହା ବ୍ୟକ୍ତିର ଓଜନ ବୃଦ୍ଧି କରେ । ତେଣୁ ଏହାକୁ ଅଧିକ ସେବନ କରନ୍ତୁ ନାହିଁ ।

ବ୍ଲଡସୁଗାର ସ୍ତର ବୃଦ୍ଧି: ମଧୁମେହ ବ୍ୟକ୍ତିମାନେ ଅଦିକ କଦଳୀ ସେବନ କରିବା ସେମାନଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ନାଚୁରାଲ ସୁଗାର ଥାଏ । ଯାହାକି ମଧୁମେହ ରୋଗୀଙ୍କ ବ୍ଲଡସୁଗର ସ୍ତରକୁ ବଢାଇ ଦେଇଥାଏ । ଯାହାକି ମଧୁମେହ ରୋଗୀମାନଙ୍କ ପାଇଁ ବହୁତ ବିପଜ୍ଜନକ । ତେଣୁ ସେମାନ ଅଧିକ କଦଳୀ ସେବନ କରିବା ଉଚିତ୍ ନୁହେଁ ।

ପେଟ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ କଦଳୀ ସେବନ କରିବା ଦ୍ୱାରା ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । କାରଣ କଦଳୀରେ ଷ୍ଟାର୍ଚ ନାମକ ଏକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଗ୍ୟାସ,ପେଟ ଦରଜ ଏବଂ ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ । ତେଣୁ କଦଳୀ ଅଧିକ ମାତ୍ରାରେ ସେବନ ପେଟ ପାଇଁ ବିପଦ ସୃଷ୍ଟି କରେ ।

ମାଇଗ୍ରେନ ବିପଦ: କଦଳୀରେ ଟାଇରୋସିନ୍ ନାମକ ନନଏସେନସିଆଲ ଆମିନୋ ଏସିଡ ରହିଥାଏ । ଯାହାକି ଶରୀରରେ ଟାଇରାମାଇନରେ ପରିବର୍ତ୍ତିତ ହୋଇଥାଏ । ଫଳରେ ମାଇଗ୍ରେନର ବିପଦ ବୃଦ୍ଧି ପାଇଥାଏ । ତେଣୁ ଯେଉଁ ବ୍ୟକ୍ତିମାନଙ୍କର ମାଇଗ୍ରେନ ସମସ୍ୟା ରହିଛି ସେମାନେ ଅଧିକ ମାତ୍ରାରେ କଦଳୀ ସେବନ ଠାରୁ ଦୂରେଇ ରୁହନ୍ତୁ ।

ଦାନ୍ତ ସମସ୍ୟା: ଯେଉଁ ବ୍ୟକ୍ତିମାନେ ଅଧିକ ମାତ୍ରାରେ କଦଳୀ ସେବନ କରିଥାନ୍ତି ସେମାନଙ୍କର ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ । କାରଣ କଦଳୀରେ ନାଚୁରାଲ ସୁଗାର ରହିଥାଏ । ଫଳରେ ଏହା ଦାନ୍ତରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ତେଣୁ କଦଳୀ ଖାଇ ସାରିବା ପରେ ତୁରନ୍ତ ମୁହଁ ଧୋଇ ନିଅନ୍ତୁ ।

ଲାଭଦାୟକ କଦଳୀ ଚାଷ

କ୍ୟାନସର ଦୂର କରେ କଦଳୀ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments