1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି,ସକାଳରେ ମାତ୍ର ଗୋଟିଏ ଗ୍ଲାସ ପିଅନ୍ତୁ

ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।

Sudesna Nayak
Sudesna Nayak
diabetics people drink ginger water

diabetics people drink ginger water

ଆୟୁର୍ବେଦରେ ଅଦା (Ginger)କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା, ମଧୁମେହ (Diabetics)ଏବଂ ରକ୍ତଚାପକୁ ନିୟନ୍ତ୍ରଣ ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା କଣ ଲାଭ ମିଳେ ଜାଣନ୍ତୁ...

-ମଧୁମେହ (Diabetics) ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା (Ginger)ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ମାତ୍ରାରେ ଅଦା ଖାଆନ୍ତି ତେବେ ହୃଦଘାତ, ଡାଇରିଆ କିମ୍ବା ପେଟଜନିତ ସମସ୍ୟା ଦେଖାଦେଇପାରେ ।

-ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡବଡ ହୋଇଥାଏ । ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ଏହି ଲୋକମାନଙ୍କ ପାଇଁ ଅଦା ପାଣି (Ginger Water)ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

-ଅଦା ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ବାନ୍ତି ହେବାର ସମସ୍ୟା ଦୂର ହୋଇଥାଏ ।

-ଅଦା ପାଣି (Ginger Water)ରେ ଜିଙ୍କ୍‌ର ଏକ ଉତ୍ତମ ଭାଗ ରହିଥାଏ ଯାହା ଶରୀରରେ ଇନସୁଲିନ୍ କ୍ଷରଣ ବଢାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ମଧ୍ୟ ଲାଭଦାୟକ ହୋଇଥାଏ ।

-ଏହା ହୃଦରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ । କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଦା ପାଣି (Ginger Water) ସହାୟକ ହୋଇଥାଏ ।

-ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନ୍ କିଲର୍ ଖାଇଥାନ୍ତି । କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ତେଣୁ ଏଥିଲାଗି ଅଦା ପାଣି (Ginger Water) ପିଅନ୍ତୁ । ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ ।

-ଯେଉଁମାନଙ୍କର ମାଇଗ୍ରେନଜନିତ ସମସ୍ୟା ଅଛି ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ । ଏହାଦ୍ବାରା ଆପଣଙ୍କ ଯନ୍ତ୍ରଣା କମ୍ ହୋଇପାରିବ । ବିଶେଷକରି କଞ୍ଚା ଅଦା (Ginger) ଖାଇବା ଦ୍ବାରା ଆପଣଙ୍କୁ ଅଧିକ ଫାଇଦା ମିଳିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଦା ପାଣି (Ginger Water) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କ୍ୟାନସର ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ କାକୁଡି ପାଣି, ପିଅନ୍ତୁ ପ୍ରତିଦିନ ...

ଚା' ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ,ଭୋଗି ପାରନ୍ତି ସମସ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments