ଅଧିକାଂଶ ଲୋକଙ୍କୁ ଖାଦ୍ୟ ପଦାର୍ଥରେ କଞ୍ଚା ଲଙ୍କା ଖାଇବା ଭାରି ପସନ୍ଦ । ସେହିପରି ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲଙ୍କା ବ୍ୟବହାର ହୁଏ । କହିବାକୁ ଗଲେ, ଅନେକ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଲଙ୍କା ଖାଇବା ପସନ୍ଦ । ଅତ୍ୟଧିକ ପରିମାଣରେ ନ ଖାଇଲେ ମଧ୍ୟ ଏହାକୁ ସେବନ କରିବା ଅତ୍ୟାନ୍ତ ଆବଶ୍ୟକ । ଲଙ୍କା ଏକ ଅର୍ଥକାରୀ ଫସଲ । ସମଗ୍ର ପୃଥିବୀରେ ପ୍ରାୟ ୧୮.୯ ଲକ୍ଷ ହେକ୍ଟର କମିରେ ଲଙ୍କା ଚାଷ କରାଯାଇଥାଏ ଏବଂ ସେଥିରୁ ପ୍ରାୟ ୭ ନିୟୁତ ଟନ୍ ଲଙ୍କା ଅମଳ ହେଉଛି । ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।
ଦେଶର ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଓଡିଶା, ମଧ୍ୟପ୍ରଦେଶ, ବିହାରକୁ ଅଧିକ ଲଙ୍କା ଉତ୍ପାଦନକାରୀ ରାଜ୍ୟ ଭାବରେ ଗଣନା କରାଯାଏ । ଲଙ୍କାକୁ ଏକ ଲାଭଜନକ ଫସଲ ହିସାବରେ ଭାରତ, ଚୀନ, ପାକିସ୍ତାନ, ଥାଇଲାଣ୍ଡ, ତୁର୍କୀ ସ୍ପେନ ପ୍ରଭୃତି ଦେଶରେ ଚାଷ କରାଯାଏ । ସମଗ୍ର ପୃଥିବୀରେ ଲଙ୍କା ଉତ୍ପାଦନ ଓ ବ୍ୟବହାରରେ ଭାରତ ପ୍ରଥମ ଏବଂ ପୃଥିବୀରେ ଶତକଡା ୪୩ ଭାଗ ଲଙ୍କା ଏଠାରେ ଅମଳ ହୁଏ । ଲଙ୍କା ଦୈନିକ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ । ବୟସ୍କଙ୍କ ତୁଳନାରେ ପିଲାମାନେ କମ ଲଙ୍କା ଖାଆନ୍ତି ।
ଲଙ୍କା କହିଲେ ସାଧାରଣତଃ ରାଗ ଲଙ୍କାକୁ ବୁଝାଏ । କିନ୍ତୁ ପ୍ରକୃତରେ ଲଙ୍କା ଦୁଇ ପ୍ରକାରର - ରାଗ ଲଙ୍କା ,ସଜି ବା ପରିବା ଲଙ୍କା ।
ଦେଶରେ ଅନେକ ପ୍ରକାରର ଲଙ୍କା ଚାଷ କରାଯାଇଥାଏ । ସାଧାରଣତଃ ରାଗ ଲଙ୍କାର ଆକାର ଓ ଫଳିବାର ପ୍ରକାର ଭେଦକୁ ନେଇ ତାହାକୁ ମୁଖ୍ୟତଃ ୨ଟି କିସମରେ ବିଭକ୍ତ କରାଯାଇଅଛି ।
କଞ୍ଚାଲଙ୍କା - ଏହା ଆକାରରେ ଛୋଟ, ରାଗ ଓ ବାସନ ଅଧିକ । ଏହି ଗଛରେ ୧ ବର୍ଷ ରୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ ଓ ଫଳ ଧରେ ।
ଶୁଖିଲା ଲଙ୍କା - ଏହା ଆକାରରେ ବଡ଼ । ରାଗ ମଧ୍ୟମରୁ ଅଧିକ । ଫୁଲ ଓ ଫଳ ଏକ ସଙ୍ଗେ ବହୁତ ହୁଏ ଓ ୫ ରୁ ୬ ଥର ଅମଳ ପରେ ଆଉ ବିଶେଷ ଫୁଲ ଓ ଫଳ ଧରେ ନାହିଁ । ଛଅରୁ ସାତ ମାସ ମଧ୍ୟରେ ଅମଳ ସରିଯାଏ । ମଞ୍ଜି ଲଗାଇବାର ୮୫ ରୁ ୯୦ ଦିନ ଭିତରେ କଞ୍ଚାଲଙ୍କା ଓ ୧୨୫ ରୁ ୧୪୫ ଦିନ ଭିତରେ ପାଚିଲା ଲଙ୍କା ଅମଳ ହୋଇଥାଏ ।
ଯଦି ଗୋଲଗୋପ୍ପା ଓ ଚାଟ୍ରେ ଯଦି ଲଙ୍କାଗୁଣ୍ଡ ପଡେ,ତାହା ହେଲେ ତ ସ୍ୱାଦ ଆହୁରି ବଢିଯିବ । ଲଙ୍କା ହେଉଛି ଭାରତର ମୂଲ୍ୟବାନ ମସାଲାଜାତୀୟ ଉତ୍ପାଦ ମଧ୍ୟରୁ ଅନ୍ୟତମ । ଆମ ଦେଶରେ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ଲଙ୍କା ମରିଚ ଉତ୍ପାଦନ ହୁଏ । ଆନ୍ଧ୍ର ପ୍ରଦେଶ ପରେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଓଡିଶାରେ ସର୍ବାଧିକ ଲଙ୍କାମରିଚ ଅମଳ ହୋଇଥାଏ । ଲଙ୍କା ମରିଚରେ ଅନେକ ଉପକାରୀ ଗୁଣ ରହିଥିଲେ ମଧ୍ୟ ଏହା ସଠିକ ପରିମାଣରେ ଖାଇବା ଦରକାର । ଆପଣଙ୍କ ଶରୀରର ଆବଶ୍ୟକତା ଅନୁସାରେ ଏହା ଖାଇଲେ ଭଲ । ଅଧିକ ଖାଇଲେ ସ୍କିନ କ୍ୟାନସର ଭଳି କିଛି ରୋଗ ହେବାର ବି ଆଶଙ୍କା ରହିଛି । ଗର୍ଭବତୀ ମହିଳାମାନେ ଅତ୍ୟଧିକ ଲଙ୍କା ଖାଇବାରୁ ବିରତ ରହିବା ଉଚିତ ।
ଅଧିକ ପଢନ୍ତୁ...
ଅଁଳାର ବହୁ ଔଷଧୀୟ ଗୁଣ
ଗ୍ରୀନ୍ ସୋୟାବିନ, ଆପଣ ଜାଣନ୍ତି କି ? ?
Share your comments