1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ରୋଗ ଭଲ କରିଥାଏ ମାଣ୍ଡିଆ.....

ମିଲେଟରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଛି ତେଣୁ,ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକର । ମିଲେଟ ଜାତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଏହାର ପ୍ରଚାର ପ୍ରସାର ଚଲାଇଛନ୍ତି । ଏ ନେଇ ଆମେ ଚଳିତ ବର୍ଷ ଆମେ ଆନ୍ତର୍ଜାତୀୟ ମିଲେଟ ବର୍ଷ-୨୦୨୩ ପାଳନ କରୁଛେ ।

Priyambada Rana
Priyambada Rana
ମିଲେଟର ସ୍ୱାସ୍ଥ୍ୟଗତ ଫାଇଦା..

ମିଲେଟର ସ୍ୱାସ୍ଥ୍ୟଗତ ଫାଇଦା..

ଆପଣମାନେ ଜାଣିଥିବେ ଯେ ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ରାଗି, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଛି ତେଣୁ,ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକର । ମିଲେଟ ଜାତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଏହାର ପ୍ରଚାର ପ୍ରସାର ଚଲାଇଛନ୍ତି । ଏ ନେଇ ଆମେ ଚଳିତ ବର୍ଷ ଆମେ ଆନ୍ତର୍ଜାତୀୟ ମିଲେଟ ବର୍ଷ-୨୦୨୩ ପାଳନ କରୁଛେ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ମିଲେଟ ଖାଇବା ଦ୍ୱାରା ଆମ ଶରୀରର କେଉଁ କେଉଁ ରୋଗ ଦୂର ହୋଇଥାଏ ...

୧.ରକ୍ତସ୍ରାବ ଜନିତ ରୋଗ:

ଏପରି ଅନେକ ବିରଳ ବ୍ୟାଧି ରହିଛି ଯାହା ଆପଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ବାଧା ସୃଷ୍ଟି କରିଥାଏ । ଏହା ଅସ୍ୱାଭାବିକ ରକ୍ତସ୍ରାବର କାରଣ ମଧ୍ୟ ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ଶରୀରର ବ୍ୟାପକ ରକ୍ତ ନଷ୍ଟ ହୋଇଥାଏ । ବିଶେଷ କରି ମହିଳାମାନଙ୍କର ପିରିୟଡ଼ ସମୟରେ ଅସ୍ୱାଭାବିକ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥାଏ । ଯଦି ଆମେ ଆମ ଖାଦ୍ୟରେ ମିଲେଟ ସାମିଲ କରୁଛେ ତେବେ ଏଭଳି ସମସ୍ୟା କମ୍ ହେବା ନେଇ ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି ।

୨.କୃମି:

ସାଧାରଣତଃ ଅପରିଷ୍କାର ଖାଦ୍ୟ ବା ଅପରିଷ୍କାର ପାଣି ପିଇବା ଦ୍ୱାରା ଆମ ପେଟରେ କୃମି ଜାତ ହୋଇଥିବା ଦେଖିବାକୁ ମିଳିଥାଏ । କୃମି ହେବା ଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ପେଟ ଫୁଲିବା, ଶରୀରର ଓଜନ ହ୍ରାସ ହେବା, ଅସ୍ୱାଭାବିକ ଭାବେ ବାନ୍ତି ହେବା ଆଦି ଦେଖିବାକୁ ମିଳିଥାଏ ।ଯାହାକି ଆମ ଶରୀରରକୁ ଦୁର୍ବଳ କରିବା ସହ ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ପ୍ରତିଦିନ ମିଲେଟ ଜାତ ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ଆମକୁ ମୁକ୍ତି ମିଳିଥାଏ ।

୩. ପେଟରେ ଯନ୍ତ୍ରଣା:

ପେଟ ଯନ୍ତ୍ରଣା ସାଧାରଣତଃ ଏକ ଅନ୍ତର୍ନିହିତ ରୋଗ ବା ଖାଦ୍ୟର ଲକ୍ଷଣ । ପେଟ ଯନ୍ତ୍ରଣା ହେବାର କେତେକ ସାଧାରଣ କାରଣ ମଧ୍ୟରେ କୋଷ୍ଠକାଠିନ୍ୟ, ଅନ୍ତନଳୀ ରୋଗ, ଲାକ୍ଟୋଜ୍ ଅସହିଷ୍ଣୁତା, ଖାଦ୍ୟ ବିଷାକ୍ତତା, ପେଟ ସଂକ୍ରମଣ ଏବଂ ଖାଦ୍ୟ ଆଲର୍ଜି ଅନ୍ତର୍ଭୁକ୍ତ ।ତେବେ ମିଲେଟ ଜାତିୟ ଖାଦ୍ୟ ଆମକୁ ଏପରି ସମସ୍ୟାରୁ ଦୂରେଇ ରଖିଥାଏ ।

୪.ଡାଇସୁରିଆ:

ବିଶେଷ କରି ପରିସ୍ରା କରିବା ସମୟରେ ଇନଫେକ୍ସନ ଯୋଗୁ ଅନୁଭବ କରୁଥିବା ଯନ୍ତ୍ରଣାକୁ ଡାଇସୁରିଆ କୁହାଯାଏ ।ଏହା ଦ୍ୱାରା ମୂତ୍ରାଶୟରେ ଅସ୍ୱାଭାବିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଉଭୟ ମହିଳା ଓ ପୁରୁଷମାନେ ଏଭଳି ସମସ୍ୟର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥାଏ । ତେଣୁ  ପ୍ରତିଦିନ ମାଣ୍ଡିଆ ଭୋଜନ ଆମକୁ ଏଭଳି ଯନ୍ତ୍ରଣାରୁ ଦୂରେଇ ରଖିଥାଏ ।

୫.ଜ୍ୱର :

ଯଦିଓ ଆପଣ ଏହା ଜାଣିଥିବେ, ଜ୍ୱର ହେଉଛି ଆପଣଙ୍କ ଶରୀରର ତାପମାତ୍ରାରେ ସାମୟିକ ବୃଦ୍ଧି । ସାଧାରଣତଃ ଜ୍ୱର ଆମକୁ ବିଭିନ୍ନ କାରଣ ଯୋଗୁ ହୋଇଥାଏ । ଏହା ହେବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ । ତେଣୁ ମିଲେଟ ଜାତୀୟ ଖାଦ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଏଭଳି ସମସ୍ୟା ମଧ୍ୟ ଦୂର କରିଥାଏ ।

ମଧୁମେହଠୁ ଦୂରରେ ରଖିବ ମିଲେଟ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments