1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

୩୦ ବର୍ଷ ପରେ ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍ ମାଡ଼ି ବସିବ ଅନେକ ବଡ଼ ବଡ଼ ରୋଗ...

୩୦ବର୍ଷ ବୟସ ପରେ ଆପଣଙ୍କ ଶରୀର ପରିବର୍ତ୍ତନ ହେବାକୁ ଲାଗେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଶରୀର ହଠାତ୍ କାମ କରିବା ବନ୍ଦ କରିଦିଏ । ବାସ୍ତବରେ ଏହି ବୟସରେ ଆପଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଆପଣଙ୍କ ପ୍ରତିଦିନ ଖାଦ୍ୟରେ କେଉଁ ଜିନିଷ ଖାଉଛନ୍ତି ତାହା ଦେଖିବା ଉଚିତ୍ ।

Priyambada Rana
Priyambada Rana
Food habits you should change after 30

Food habits you should change after 30

୩୦ବର୍ଷ ବୟସ ପରେ ଆପଣଙ୍କ ଶରୀର ପରିବର୍ତ୍ତନ ହେବାକୁ ଲାଗେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ଶରୀର ହଠାତ୍ କାମ କରିବା ବନ୍ଦ କରିଦିଏ । ବାସ୍ତବରେ ଏହି ବୟସରେ ଆପଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଆପଣଙ୍କ ପ୍ରତିଦିନ ଖାଦ୍ୟରେ କେଉଁ ଜିନିଷ ଖାଉଛନ୍ତି ତାହା ଦେଖିବା ଉଚିତ୍ । ଶରୀର କେବଳ କ୍ୟାଲୋରୀ ଦ୍ୱାରା ପ୍ରଭାବିତ ହୁଏ ନାହିଁ ବରଂ ଚିନି, ଲୁଣ ଏବଂ ରାସାୟନିକ ପଦାର୍ଥ ଭଳି ଜିନିଷ ମଧ୍ୟ ଏହାକୁ ପ୍ରଭାବିତ କରିଥାଏ । କିନ୍ତୁ ଏପରି ଅନେକ ଦୈନନ୍ଦିନ ଖାଦ୍ୟ ପଦାର୍ଥ ଅଛି ଯାହାକୁ ଏଡାଇ ଆପଣ ସୁସ୍ଥ ରହିପାରିବେ ।

ମିଠା ଦହି-

ସାଧାରଣତ କୁହାଯାଏ ଯେ ଚିନି ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ତ୍ୱଚାକୁ ଯବାନ ରଖିବା ପାଇଁ ଚିନି ଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ ।ତେବେ ଫ୍ଲେବର୍ଡ ଦହିରେ ଚିନିର ମାତ୍ରା ଅଧିକ ରହିଥାଏ । ସେଥିପାଇଁ ସୀମିତ ପରିମାଣରେ ଫ୍ଲେବର୍ଡ ଦହି ବ୍ୟବହାର କରନ୍ତୁ ।

ଡବା ବନ୍ଦ ସୁପ୍-

ଡବା ବନ୍ଦ ସୁପରେ ଅଧିକ ପରିମାଣର ଲୁଣ ମିଳିଥାଏ । ଏହି କାରଣରୁ ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ରହିଥାଏ । କେତେକ କେନ୍ ଯୁକ୍ତ ଡବାରେ ବିସଫେନଲ-ଏ ମଧ୍ୟ ଥାଏ । ଏହା ଏକ ରାସାୟନିକ ପଦାର୍ଥ ଅଟେ ଯାହା କର୍କଟ, ବନ୍ଧ୍ୟାକରଣ ଏବଂ ଓଜନ ବୃଦ୍ଧି ଭଳି ସମସ୍ୟା ସୃଷ୍ଟି କରିଥାଏ ।

ପପ୍ ଟାର୍ଟ-

ପପ୍ ଟାର୍ଟରେ ଚିନି ମାତ୍ରା ଅଧିକ ପରିମାଣରେ ଥାଏ । ସେଥିପାଇଁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଯଦି ଆପଣ ଏକ ଶିଶୁ ଯୋଜନା କରୁଛନ୍ତି, ତେବେ ଉଚ୍ଚ ଚିନି ଆପଣଙ୍କ ସମ୍ଭାବନାକୁ ବିପଦରେ ପକାଇପାରେ । ଏହା ଇନସୁଲିନ୍ ପ୍ରତିରୋଧର ଆଶଙ୍କା ବଢ଼ାଇଥାଏ, ଯାହା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) କୁ ଆମନ୍ତ୍ରଣ ଦେଇଥାଏ । ଏହା ମହିଳାଙ୍କ ବନ୍ଧ୍ୟାକରଣ ସହିତ ଜଡିତ ।

ବ୍ରେକଫାଷ୍ଟ ପେଷ୍ଟ୍ରି-

ଯଦିଓ ପେଷ୍ଟ୍ରି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ସେଗୁଡ଼ିକ ସ୍ୱାସ୍ଥ୍ୟ ପ୍ରତି ବିପଦଠାରୁ କମ୍ ନୁହେଁ । ଉଚ୍ଚ କ୍ୟାଲୋରୀ ଯୁକ୍ତ ପେଷ୍ଟ୍ରି ଖାଇବା ଦ୍ୱରା ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଏହାକୁ ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ଶରୀରରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

ପ୍ରୋଟିନ୍ ବାର୍-

ଆମ ସମସ୍ତଙ୍କ ଖାଦ୍ୟରେ ପ୍ରୋଟିନ୍ ରହିବା ନିତ୍ୟାନ୍ତ ଆବଶ୍ୟକ । ତଥାପି ଏହି ପ୍ରୋଟିନ୍ ବାରରେ ଅନେକ ରାସାୟନିକ ପଦାର୍ଥ ଏବଂ ଚିନି ମିଶିଥାଏ, ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।

ଖାଆନ୍ତୁନି ଏହି ସବୁ ଜିନିଷ, ନହେଲେ ହୋଇଯିବେ ନିଶାଗ୍ରସ୍ତ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments