green chilli healthy benefits
କିନ୍ତୁ କିଛି ଲୋକ ଏହାକୁ କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି ଅନ୍ୟପଟେ କିଛି ଲୋକେ ଏହାକୁ ଖାଇବା ସମୟରେ ଗଳାରେ ଲାଗିଥାଏ ଓ ହାକୁଟି ସହ ପାଟିରେ ଜ୍ବଳନ ମଧ୍ୟ ହୋଇଥାଏ । ମାତ୍ର କଞ୍ଚା ଳଙ୍କା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଆୟୁର୍ବେଦରେ ( ayurveda ) ମଧ୍ୟ ଏନେଇ ବର୍ଣ୍ଣନା କରାଯାଇଛି । କଞ୍ଚା ଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ( health benefits ) ହୋଇଥାଏ ।
ଖୁବ କମ୍ ଲୋକେ ଏହା ଜାଣି ଥିବେ ଯେ କଞ୍ଚା ଲଙ୍କା ମେଟାବୋଲିଜିୟମ ( metabolism ) ସ୍ତରକୁ ସଠିକ ରଖିବାରେ ସହାୟକ । ଆୟୁର୍ବେଦ ଅନୁଯାୟୀ କଞ୍ଚା ଲଙ୍କା ଖାଇବା ସମୟରେ ଏହାର ମଞ୍ଜି ( green chilli seeds ) ମଧ୍ୟ ଖାଆନ୍ତୁ ।
କଞ୍ଚା ଲଙ୍କା ଖାଇବା ଦ୍ୱାରା କଣ କଣ ଲାଭ ହୁଏ –
ଭିଟାମିନ ସି (Vitamin- c ) ର ଅଭାବ ଦୂର ପାଇଁ ଅନେକ ଲୋକେ ଖଟା ଜିନିଷ ଓ ଲେମ୍ବୁର ସେବନ କରିଥାଆନ୍ତି। ମାତ୍ର କଞ୍ଚା ଲଙ୍କାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଭିଟାମିନ ସିର ଅଭାବ ଦୂର ପାଇଁ କଞ୍ଚା ଲଙ୍କାର ନିଶ୍ଚୟ ସେବନ କରନ୍ତୁ।
କଞ୍ଚା ଲଙ୍କା ରକ୍ତର ଅଭାବକୁ ମଧ୍ୟ ଦୂର କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ ( iron ) ରହିଛି। ଏହାସହ କଞ୍ଚା ଲଙ୍କା ସେବନ ଦ୍ୱାରା ରକ୍ତ ଜମାଟ ବାନ୍ଧିବାକୁ ନଦେଇ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ।
କଞ୍ଚା ଲଙ୍କାରେ ଭିଟାମିନ-C ର ଏକ ସମୃଦ୍ଧର ଉତ୍ସ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ବିଟ-କାରୋଟିନ୍ ବି ରହିଛି । ଉଭୟ ପୋଷକ ତତ୍ତ୍ବ ଆପଣଙ୍କ ଚେହେରା ପାଇଁ ଲାଭଦାୟକ ଅଟେ । ଏହା ଚର୍ମରେ ଚମକ,ସ୍କିନ ଟାଇଟିନିଙ୍ଗ, ଚେହେରାର ପୋଷକ ତତ୍ତ୍ବକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
କଞ୍ଚା ଲଙ୍କାରେ ଆଇରନ ଭରପୂର ମାତ୍ରାରେ ରହିଥାଏ ଯାହା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି କାରଣରୁ ଶରୀରକୁ ଶକ୍ତି ମିଳିଥାଏ ଏହା ସହ ଶରୀରକୁ ଆକ୍ଟିଭ ରଖିଥାଏ ।
କଞ୍ଚାଲଙ୍କାରେ କ୍ୟାପସାଇସିନ୍ ନାମକ ଏକ କମ୍ପାଉଣ୍ଡ ମିଳିଥାଏ । ଯାହା ମସ୍ତିଷ୍କରେ ଉପସ୍ଥିତ ଥିବା ହାଇପୋଥୋଲାମସ କୁଲିଙ୍ଗ ସେଣ୍ଟରକୁ ଆକ୍ଟିଭ କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ । ଭାରତ ପରି ଗରମ ଦେଶରେ ଲୋକଙ୍କ ପାଇଁ କଞ୍ଚା ଲଙ୍କା ଚୋବାଇ ଖାଇବା ଅନେକ ଲାଭ ଦେଇଥାଏ ।
ଯେ ହେତୁ କଞ୍ଚା ଲଙ୍କାରେ ଭିଟାମିନ-ସି ମିଳିଥାଏ ଏହି କାରଣରୁ ଆମ ଶରୀରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ସଂକ୍ରମଣ କାରଣରୁ ଥଣ୍ଡା,କାଶ, ଏବଂ ଜ୍ବରର ସମ୍ମୁଖୀନ ହେଉଛନ୍ତି ତାଙ୍କ ପାଇଁ କଞ୍ଚା ଲଙ୍କା ଏକ ରାମବାଣ ଠାରୁ କିଛି କମ୍ ନୁହେଁ କାରଣ କଫକୁ ଦୂର କରିବାରେ କଞ୍ଚା ଲଙ୍କା ଖୁବ ସହାୟକ ହୋଇଥାଏ ।
କଣ ରହିଛି କଞ୍ଚାଲଙ୍କା ଇତିହାସ –
କଞ୍ଚାଲଙ୍କାର ଇତିହାସ ଖୁବ୍ ପୁରୁଣା । ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟି(ଆମେରିକା) ସ୍ଥିତ ଉଦ୍ଭିଦ ବିଜ୍ଞାନର ପ୍ରଫେସର ସୁଷମା ନୌଥାନୀଙ୍କ କହିବା ଅନୁଯାୟୀ, କଞ୍ଚାଲଙ୍କାର ଉତ୍ପତି ୫ ହଜାର ଶତାବ୍ଦୀ ପୂର୍ବେ କେନ୍ଦ୍ର ମେକ୍ସିକୋ ଏବଂ ମିଜୋରେ ହୋଇଥିଲା । ଖାଦ୍ୟର ସ୍ୱାଦକୁ ବୃଦ୍ଧି କରାଇବାରେ ଏହାକୁ ବ୍ୟବହାର କରୁଥିଲେ ମେକ୍ସିକୋବାସୀ । ଯେତେବେଳେ ସମୁଦ୍ର ନାବିକ (୧୪୫୧-୧୫୦୬) କ୍ରିଫ୍ଟୋକର କଲମ୍ବସ୍ ଭାରତକୁ ଆବିଷ୍କାର କରିବା ପାଇଁ ଭୁଲ ବଶତଃ ଆମେରିକାରେ ପହଂଚିଥିଲେ । ସେତେବେଳେ ସେ ଏହି ଲଙ୍କା ବିଷୟରେ ଜାଣିଥିଲେ । ଏହାପରଠାରୁ ସମସ୍ତ ୟୁପୋରୀୟ ଦେଶମାନଙ୍କରେ ଲଙ୍କାର ବ୍ୟବହାର ବିଷୟରେ ଜାଣିଥିଲେ ।
Share your comments