1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଗ୍ରୀନ କଫି ନିୟନ୍ତ୍ରଣ କରିବ ଡାଏବେଟିସ ଏବଂ ରକ୍ତ ଚାପ

ପ୍ରତିଦିନ ସକାଳ ହେଉ ବା ସନ୍ଧ୍ୟା କଫି, ଚା’ ପିଇବା ଅନେକଙ୍କୁ ପସନ୍ଦ । ତେବେ ଚା’ ଓ କଫି ବିଭିନ୍ନ ପ୍ରକାର ରହିଛି । ତେବେ ବ୍ଲାକ କଫି ନାଁ ବେଶ ଜଣାଶୁଣା । ସବୁବେଳେ ଶୁଣିବାକୁ ମିଳେ ଯେ କଫିରେ ଥିବା କ୍ୟାଫେନ୍ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ।

Tanushree Mahapatra
Tanushree Mahapatra
Green coffee is useful to health

Green coffee is useful to health

ପ୍ରତିଦିନ ସକାଳ ହେଉ ବା ସନ୍ଧ୍ୟା କଫି, ଚା’ ପିଇବା ଅନେକଙ୍କୁ ପସନ୍ଦ । ତେବେ ଚା’ ଓ କଫି ବିଭିନ୍ନ ପ୍ରକାର ରହିଛି । ତେବେ ବ୍ଲାକ କଫି ନାଁ ବେଶ ଜଣାଶୁଣା । ସବୁବେଳେ ଶୁଣିବାକୁ ମିଳେ ଯେ କଫିରେ ଥିବା କ୍ୟାଫେନ୍ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ବିଶେଷକରି ଯେଉଁମାନଙ୍କର ରକ୍ତହୀନତା ସମସ୍ୟା ରହିଛି, କଫି ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ । କଫିରେ ଥିବା କ୍ୟାଫେନ୍ ଶରୀରରେ ଲୌହର ଅବଶୋଷଣକୁ ହ୍ରାସ କରିଥାଏ । 

ମାତ୍ର ଆପଣ ଗ୍ରୀନ ( green coffee ) କଫି ବିଷୟରେ ଜାଣିଛନ୍ତି କି ? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର ସବୁଜ ରଙ୍ଗର ମଞ୍ଜି ବ୍ୟବହାର କରାଯାଏ । ପ୍ରଥମେ ମଞ୍ଜିକୁ ଅଲଗା କରାଯାଇ ଶୁଖାଯାଇଥାଏ । ଏହାପରେ ଏହାକୁ ପେଷି ଗୁଣ୍ଡ କରାଯାଏ ।

ଗ୍ରୀନ କଫିରେ ଅଳ୍ପ ପରିମାଣରେ କ୍ୟାଫେନ୍ ଥାଏ ଯେଉଁଥିପାଇଁ ଏହା ସ୍ୱାସ୍ଥ୍ୟ ଉପରେ ଆଦୌ କ୍ଷତିକାରକ ନୁହେଁ । ହେଲ୍ଥଲାଇନ ଅନୁଯାୟୀ, ଗ୍ରୀନ୍ କଫି ଅନରୋଷ୍ଟେଡ କଫି ବିନରୁ ତିଆରି ହୋଇଥାଏ ଯେଉଁଥିରେ ଆଣ୍ଟି-ଅକ୍ସିଡାଣ୍ଟ ( anti -oxident ) ଗୁଣ ଅଧିକ ରହିଛି। ଏହାର ଅନେକ ଲାଭ ଅଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗ୍ରୀନ କଫି ଦ୍ୱାରା ଆମେ ଓଜନ ମଧ୍ୟ ହ୍ରାସ କରିପାରିବା। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ l ଗ୍ରୀନ କଫିର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି । ଏହାକୁ ସେବନ ଦ୍ୱାରା ମୋଟାପଣ ହ୍ରାସ ହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ରଖିଥାଏ । ଏହାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି ।

ଜୀବନଶୈଳୀରେ ପରିବର୍ତ୍ତନ, ବାହାର ଖାଦ୍ୟର ଅଧିକ ସେବନ କରିବା , ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଏହା ମୋଟାପଣ ବଢାଇବାର କାରଣ ପାଲଟିଥାଏ । ତେବେ ଗ୍ରୀନ କଫି ସେବନ କରିବା ଦ୍ୱାରା ଏହା ଶରୀରର ଫ୍ୟାଟ୍‍କୁ ଦ୍ରୁତ ଗତିରେ ହ୍ରାସ କରିବାରେ ସାହାଯ୍ୟ କରେ । ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ଗ୍ରୀନ କଫି ବିନ୍ସ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ କିଛି ମାତ୍ରାରେ ସାହାଯ୍ୟ କରିଥାଏ।ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସଠିକ ସହାୟକ ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି, ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ । ଏହାର ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ଏହା ହୃଦଘାତ ଓ ବୃକକ୍‍କୁ ସୁସ୍ଥ ରଖିବାରେ ବେଶ ସହାୟକ ।

ଏହା ଏନର୍ଜୀ ଡ୍ରିଙ୍କ୍‍
( energy drink ) ଭଳି କାମ କରେ । ଏଥିରେ ଭିଟାମିନ ଓ ମିନେରାଲ୍ସ ( vitamin and minerals ) ଭରପୁର ମାତ୍ରାରେ ରହିଛି । ଏହାକୁ ସେବନ କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା କ୍ୟାଲସିୟମ ହାଡକୁ ମଜଭୂତ କରିବାରେ ମଧ୍ୟ ସହାୟକ ହୋଇଥାଏ । ଗ୍ରୀନ କଫି ପିଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଏହି କଫି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର  l  ଗ୍ରୀନ କଫି ବିନ୍ସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିବା ସହିତ ଚର୍ମ ଏବଂ କେଶକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ ।

ଯଦି ଆପଣ ନିୟମିତ ଚା କିମ୍ବା କଫି ବଦଳରେ ଗ୍ରୀନ କଫି ସେବନ କରିବେ ତାହେଲେ ଆପଣ ରକ୍ତରେ ଚିନି ପରିମାଣକୁ ହ୍ରାସ କରିପାରି। ଏକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଏହାର କ୍ରମାଗତ ବ୍ୟବହାର ସହିତ ଟାଇପ୍-୨ ଡାଏବେଟିସ ସମସ୍ୟା ଦୂର ହୋଇଥାଏ । ଗ୍ରୀନ କଫି ବିନ୍ସରେ କ୍ରୋନୋଲୋଜିକାଲ୍ ଏସିଡ୍ ରହିଛି ଯାହା ମେଟାବୋଲିଜିମ୍ କୁ ଠିକ୍ ରଖେ । ମେଟାବୋଲିଜିମ୍ ସଠିକ୍ ରହିଁଵ ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ ।

ଗ୍ରୀନ ଟି ପିଇବା ଦ୍ୱାରା ମୁହଁରେ କୁଞ୍ଚନ ସମସ୍ୟା ହୋଇନଥାଏ। କୁଣ୍ଡାଇହେବା ଓ ଚର୍ମ ଲାଲ ହେବା ଭଳି ସମସ୍ୟା ଦୂର ହୋଇଥାଏ। ତ୍ୱଚାର ଶୁଷ୍କପଣ ଦୂର କରିଥାଏ । ଗ୍ରୀନଟିକୁ ସଠିକ ମାତ୍ରାରେ ପିଇବା ଆବଶ୍ୟକ। ଗ୍ରୀନଟି ବାର୍ଦ୍ଧକ୍ୟକୁ ଶୀଘ୍ର ଆସିବାକୁ ଦେଇନଥାଏ। ବ୍ରଣ ସମସ୍ୟା ଦୂର କରିଥାଏ । ଲାଲ ଦାଗ ଦୂର କରିଥାଏ।

ଦେଶବିଦେଶରେ ମିଳିବ ‘କୋରାପୁଟ କଫି’

କଫି କେତେ ଉପଯୋଗୀ !!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments