
Green tea is harmful in empty stomach..pic credit: www.pexels.com
କିନ୍ତୁ ଏହା ସହିତ ପ୍ରଶ୍ନ ଉଠେ ଯେ ଯଦି ଆପଣ ଗ୍ରୀନ୍ ଟି ପିଉଛନ୍ତି ତେବେ ଏହାକୁ କେଉଁ ସମୟରେ ପିଇବା ଉଚିତ୍ । ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳେ ଖାଲି ପେଟରେ ପିଇବା ଭଲ କି?କିଛି ଡାଏଟିସିଆନ୍ କହନ୍ତି ଯେ ଆପଣ କ୍ଷୀର ଚା’ ପିଇବା ବଦଳରେ ଗ୍ରୀନ୍ ଟି ପିଇ ପାରିବେ । ଆପଣ ଦିନକୁ ୨-୩ କପ୍ ଗ୍ରିନ୍ ଟି ଆରାମରେ ପିଇପାରିବେ ।ଏବେ ପ୍ରଶ୍ନ ଉଠିଛି ଯେ ସକାଳେ ଖାଲି ପେଟରେ ଗ୍ରିନ୍ ଟି ପିଇବା ଠିକ୍ କି?
ଡାଏଟିସିଆନଙ୍କ ଅନୁଯାୟୀ, ଗ୍ରୀନ୍ ଟି ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। କିଛି ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍ ଟି ପିଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଗ୍ରୀନ୍ ଟି ପିଇବାର ଉପଯୁକ୍ତ ଉପାୟ-
-ଜଳଖିଆର ଏକ ଘଣ୍ଟା ପୂର୍ବରୁ ଆପଣ ଗ୍ରୀନ୍ ଟି ପିଇପାରିବେ ।
-ଗ୍ରୀନ୍ ଟିରେ ଟେନିନ୍ ଥାଏ । ଯେଉଁଥିପାଇଁ ଯଦି ଆପଣ ଏହାକୁ ଖାଇବାର ଏକ ଘଣ୍ଟା ପୂର୍ବରୁ ପିଅନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ହଜମ କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।
-ସକାଳେ ଏବଂ ସନ୍ଧ୍ୟାରେ ଗ୍ରୀନ୍ ଟି ପିଇବା ଆପଣଙ୍କ ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ ଏବଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଗ୍ରିନ୍ ଟି ପିଇବାର ଉପଯୁକ୍ତ ସମୟ କ’ଣ?
-ସକାଳେ ବ୍ୟାୟାମ କରିବାର ଅଧ ଘଣ୍ଚା ପୂର୍ବରୁ ଆପଣ ଏହାକୁ ପିଇପାରିବେ ।
-ସକାଳ ୧୧-୧୨ ମଧ୍ୟରେ ଆପଣ ପିଇ ପାରିବେ ।
-ମଧ୍ୟାହ୍ନ ଭୋଜନର ୧ ଘଣ୍ଟା ପୂର୍ବରୁ ପିଇବା ଲାଭଦାୟକ ଅଟେ ।
-ସନ୍ଧ୍ୟା ଜଳଖିଆର ୧-୨ ଘଣ୍ଟା ପରେ ଏହାକୁ ପିଇ ପାରିବେ ।
-ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା କ୍ଷତିକାରକ ଅଟେ, ଏହା ଶୋଇବାରେ ସମସ୍ୟା ସୃଷ୍ଟି କରିପାରେ ।
-ଗୋଟିଏ ଦିନରେ କେବଳ ୩-୪ କପ୍ ଗ୍ରୀନ୍ ଟି ପିଅନ୍ତୁ, ଏହାଠାରୁ ଅଧିକ ପିଅନ୍ତୁ ନାହିଁ ।
-ଏଥିରେ କଫିନ୍ ମଧ୍ୟ ଥାଏ, ଯାହା ଦ୍ୱାରା ବାନ୍ତି ହେବାର ସମ୍ଭାବନା ରହିଥାଏ ।
-ଗ୍ରିନ୍ ଟି’ର ସ୍ୱାଦ ତିକ୍ତ, ତେଣୁ କିଛି ଲୋକ ଏଥିରେ ଚିନି ପକାନ୍ତି । ଗ୍ରିନ୍ ଟିରେ ଚିନି ପକାଇ ପିଇବା ଦ୍ୱାରା ଏଥିରୁ କୌଣସି ଲାଭ ମିଳିନଥାଏ ।
Share your comments