1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ବ୍ୟବହାର କରୁଛନ୍ତି କି ସାନିଟାଇଜର ? ହୋଇପାରେ ସମସ୍ୟା

ବର୍ତ୍ତମାନ ପୁଣି ଥରେ କୋରୋନା (Corona)ତାର କାୟା ମେଲାଇ ଚାଲିଛି । କୋରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ସାନିଟାଇଜର (sanitizer) । ଘରେ ହେଉ ଅବା ବାହାରେ, ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏହି ସାନିଟାଇଜରର ଅନେକ ସାଇଡିଫେକ୍ଟ ରହିଛି ।

Sudesna Nayak
Sudesna Nayak
Hand sanitizer side effects

Hand sanitizer side effects

ବର୍ତ୍ତମାନ ପୁଣି ଥରେ କୋରୋନା (Corona)ତାର କାୟା ମେଲାଇ ଚାଲିଛି । କୋରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ସାନିଟାଇଜର (sanitizer) । ଘରେ ହେଉ ଅବା ବାହାରେ, ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏହି ସାନିଟାଇଜରର ଅନେକ ସାଇଡ ଇଫେକ୍ଟ ରହିଛି ।

କହିବାକୁ ଗଲେ, ଆବଶ୍ୟକତା ଠାରୁ ଅଧିକ ସାଇନିଟାଇଜ (sanitizer)ର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ ହୋଇଥାଏ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ (side effect)ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି ।

ତେବେ ଚାଲନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ, ଜାଣନ୍ତୁ...

ସିଡିସି ମୁତାବକ, ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇ ଆପଣ କୋରୋନା ଭାଇରସ (Corona virus)ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିପାରିବେ । ଯଦି ଅତ୍ୟନ୍ତ ଜରୁରୀ ପଡେ ତେବେ ଆପଣମାନେ ଆଲକହଲ ଯୁକ୍ତ ସାନିଟାଇଜରର ମଧ୍ୟ ବ୍ୟବହାର କରିପାରିବ । କିନ୍ତୁ ଏହାକୁ ପ୍ରତିଦିନ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏଗଜିମା ତଥା ତ୍ୱଚାରେ କୁଣ୍ଡେଇ ହେବା ଭଳି ସମସ୍ୟାମାନ ବଢ଼ିଥାଏ । ଏଗଜିମା ଯୋଗୁଁ ସ୍କିନ ବା ଚର୍ମ ଲାଲ ପଡିବା ସହ ଫାଟି ମଧ୍ଯ ଯାଇଥାଏ ।

ସାନିଟାଇଜରରେ ଥିବା ଏଥିଲ ଆଲକହଲ ଆଣ୍ଟିସେପ୍ଟିକ ଭଳି କାମ କରିଥାଏ । ଆଉ କିଛି ସାନିଟାଇଜର ଅଣ ଆଲକହଲ ଯୁକ୍ତ ହୋଇଥାଏ । ଏଥିରେ ନନ ଟ୍ରାଇକ୍ଲୋସନ ତଥା ଟ୍ରାଇକ୍ଲୋକାର୍ବନ ଭଳି ଆଣ୍ଟିବାୟୋଟିକ କମ୍ପାଉଣ୍ଡ ବ୍ୟବହାର ହୋଇଥାଏ । ଏହାଦ୍ୱାରା ଗର୍ଭଧାରଣା କ୍ଷମତା ଉପରେ ଖରାପ ପ୍ରଭାବ ପଡିଥାଏ । ଏଥିସହ ହର୍ମୋନ୍ସ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।

ମିଥାନୋଲ ନାମକ ବିଷାକ୍ତ ରାସାୟନିକ ପଦାର୍ଥ କେତେକ ସାନିଟାଇଜର (sanitizer)ରେ ମିଶିଥାଏ । ଫଳରେ ବାନ୍ତି ହେବା ସହ ମୁଣ୍ଡ ବୁଲାଇବା, ଅନିଦ୍ରା ଏବଂ ଦୃଷ୍ଟି ଶକ୍ତି କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ, ଏହା ଆପଣମାନଙ୍କ ସ୍ନାୟୁ ପ୍ରଣାଳୀକୁ ମଧ୍ୟ ବହୁ କ୍ଷତି ପହଞ୍ଚାଇଥାଏ । ଇମ୍ୟୁନ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ଯ କମ କରିଦେଇଥାଏ ।

ସାନିଟାଇଜର (sanitizer)କୁ ଅଧିକ ସୁଗନ୍ଧିତ କରିବା ପାଇଁ ଏଥିରେ ଫଥାଲେଟ୍ ଏବଂ ପାରାବେନ୍ସ ପରି ବିଷାକ୍ତ ରାସାୟନିକ ପଦାର୍ଥ ମାନ ବ୍ୟବହୃତ ହୁଏ । ଫଥାଲେଟ୍ ମାନବ ବିକାଶ ଏବଂ ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ପାରାବେନ୍ସ ପରି ବିଷାକ୍ତ ରାସାୟନିକ ପଦାର୍ଥ ଆମର ହରମୋନ୍, ଗର୍ଭଧାରଣ ଏବଂ ପ୍ରଜନନ ବିକାଶ ପାଇଁ ବହୁ କ୍ଷତିକାରକ ହୋଇଥାଏ ।

ସାନିଟାଇଜରକୁ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଧୀରେ ଧୀରେ ଚର୍ମ ଶୁଷ୍କ ହେବା ସହ ଜଳା ପୋଡା ହୋଇଥାଏ । ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ ।

ପ୍ରକାଶ ଥାଉ ଯେ, ସାନିଟାଇଜରର ବହୁଳ ବ୍ୟବହାର କ୍ଷତିକାରକ ବୋଲି ଚେତାବନୀ ଦେଇଛି ସିଡିସି । ସାନିଟାଇଜର ଜୀବାଣୁ ଓ କୀଟାଣୁ ମାରିବାରେ ସକ୍ଷମ ହେଉଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ । ମାତ୍ରାଧିକ ସାନିଟାଇଜର ବ୍ୟବହାର କରୁଥିଲେ, ହୋଇଯାଆନ୍ତୁ ସାବଧାନ । ନହେଲେ ଭୋଗିପାରନ୍ତି ଏହି ସମସ୍ଯା ।

Omicron First Symptom: ଓମିକ୍ରନ ହେବା ମାତ୍ରେ ସର୍ବପ୍ରଥମେ ଦେଖାଯାଏ ଏହି ଲକ୍ଷଣ, ଜାଣନ୍ତୁ...

ଓମିକ୍ରନରୁ ରକ୍ଷା ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ୫ଟି ଜିନିଷ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments