
health benefits of anjeer in winter
ଅଞ୍ଜିର (Anjeer) ଶୀତଦିନେ (winter)ଖାଇବା ଜରୁରୀ । ବାସ୍ତବରେ, ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ଅଟେ । ଏଥିରେ ଭିଟାମିନ୍ ଏ, ସି, ଇ, କେ, ଫାଇବର, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଓ କପର ଭରପୂର ରହିଛି । ଯଦି ଆପଣ ମଧ୍ୟ ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆଜିଠାରୁ ହିଁ ପ୍ରତିଦିନ ଖାଦ୍ୟରେ ଅଞ୍ଜିର (Anjeer) ସାମିଲ କରନ୍ତୁ।
health benefits of anjeer in winter,ଜାଣନ୍ତୁ...
ଅଞ୍ଜିର (Anjeer)ହେଉଛି ଓଜନ ହ୍ରାସ କରିବା, ହଜମ ପ୍ରକ୍ରିୟାରେ ଉନ୍ନତି, କୋଷ୍ଠକାଠିନ୍ୟରୁ ମୁକ୍ତି ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା, ଏବଂ ଅନେକ ରୋଗ ପାଇଁ ଉପଚାର ଭଳି କାମ କରେ ।
ଜଣେ ସୁସ୍ଥ ବ୍ୟକ୍ତି ଦିନରେ ଦୁଇ କିମ୍ବା ତିନୋଟି ଅଞ୍ଜିର (Anjeer) ଖାଇବା ଉଚିତ୍ । ତଥାପି, ଏହାର ପରିମାଣ ବିଷୟରେ ସଠିକ୍ ସୂଚନା ପାଇବାକୁ, ଆପଣ ବିଶେଷଜ୍ଞଙ୍କ ମତାମତ ନେଇପାରିବେ।
କ୍ଷୀର (MILK)ରେ ଅଞ୍ଜିର (Anjeer)ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୁଏ । ଏହାକୁ ଖାଇବା ଦ୍ୱାରା ଶୀତ (winter)ଦିନରେ ରୋଗର ଶିକାର କରେ ନାହିଁ । ଥଣ୍ଡା, କାଶ, ଯନ୍ତ୍ରଣା, ଜ୍ୱରକୁ ରୋକିଥାଏ ।
ଥଣ୍ଡା ହେତୁ ହାଡ ଏବଂ ଗଣ୍ଠିରେ ଅଧିକ ଯନ୍ତ୍ରଣା ହୁଏ । ସେଥିପାଇଁ କ୍ଷୀର (MILK)ରେ ଅଞ୍ଜିର (Anjeer) ମିଶାନ୍ତୁ ଓ ଏହାକୁ ପ୍ରତିଦିନ ଖାଆନ୍ତୁ । ଏହି କାରଣରୁ, ହାଡରେ କୌଣସି ଯନ୍ତ୍ରଣା ହେବ ନାହିଁ ଏବଂ ହାଡ ମଧ୍ୟ ଶକ୍ତିଶାଳୀ ହେବ ।
ଶୀତ ଋତୁରେ ହଜମ ଦୁର୍ବଳ ହୋଇଯାଏ ଏହି କ୍ଷେତ୍ରରେ, ଅଞ୍ଜିର (Anjeer) ସହିତ ମିଶ୍ରିତ କ୍ଷୀର ପିଅନ୍ତୁ । ରାତିରେ ଅଞ୍ଜିର (Anjeer) କ୍ଷୀର ପିଇବା ଦ୍ୱାରା ଶୋଇବାରେ ଆରାମ ମିଳିଥାଏ, ସେଥିରେ ମେଲାଟୋନିନ୍ ମଧ୍ୟ ମିଳିଥାଏ, ଯାହା ଆପଣଙ୍କୁ ଭଲ ନିଦ କରିବାରେ ସାହାଯ୍ୟ କରିବ।
ଅଞ୍ଜିର କ୍ଷୀର କିପରି ତିଆରି କରିବେ,ଜାଣନ୍ତୁ...
୩ଟି ଅଞ୍ଜିର (Anjeer) କୁ କ୍ଷୀର (MILK)ରେ ଦୁଇରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ। ଏହା ପରେ, ଏହାକୁ ମିକ୍ସର୍ ରେ ଚଲାନ୍ତୁ ।
ଅଞ୍ଜିର କ୍ଷୀର ପ୍ରସ୍ତୁତ କେମିତି କରିବେ ,ଜାଣନ୍ତୁ...
ମନେ ରଖନ୍ତୁ ଯେ, କ୍ଷୀରରେ ଭିଯାଇ ଥିବା ଅଞ୍ଜିର (Anjeer)କୁ ଗ୍ରାଇଣ୍ଡିଂ କରି କ୍ଷୀରରେ ମିଶାନ୍ତୁ । କମ୍ ଆଞ୍ଚରେ ୫ ମିନିଟ୍ ପାଇଁ ରାନ୍ଧନ୍ତୁ । ଆପଣଙ୍କ ସ୍ୱାଦ ଅନୁଯାୟୀ ଚିନି ମିଶାନ୍ତୁ । ଅଞ୍ଜିର (Anjeer) କ୍ଷୀର (MILK) ପ୍ରସ୍ତୁତ। ଏହାକୁ ଥଣ୍ଡା ସମୟରେ ଖାଆନ୍ତୁ,ଏବଂ ଏହାକୁ ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ୍ ।
ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ଜାଣନ୍ତୁ...
Side Effects of Harada Dali:ଏହି ଲୋକଙ୍କ ପାଇଁ କ୍ଷତିକାରକ ହରଡ ଡାଲି,ଜାଣନ୍ତୁ...
Share your comments