1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତହୀନତା ଦୂର କରିଥାଏ କଦଳୀ ଫୁଲ..

କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟତଃ ସମସ୍ତେ ଜାଣନ୍ତି । ହେଲେ ଏକଥା ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, କଦଳୀ ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଫାଇବର, ପ୍ରୋଟିନ୍‌(Protein), କ୍ୟାଲସିୟମ୍‌(Calcium), ପୋଟାସିୟମ୍‌, ଫସ୍‌ଫରସ୍‌, ଆଇରନ୍ ଭଳି ଗୁଣକାରୀ ତତ୍ୱ ଭରି ରହିଥାଏ। ଏହା ସେବନ କରିବା ଦ୍ୱାରା , ଏହା ଶରୀରର ଅନେକ୍ ରୋଗ ବେମାରୀ ଦୂର କରିବାରେ ସାହାଯ୍ୟ କରେ ।

Priyambada Rana
Priyambada Rana
Health Benefits of Banana Flower

Health Benefits of Banana Flower

କଦଳୀ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟତଃ ସମସ୍ତେ ଜାଣନ୍ତି । ହେଲେ ଏକଥା ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, କଦଳୀ ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଫାଇବର, ପ୍ରୋଟିନ୍‌(Protein), କ୍ୟାଲସିୟମ୍‌(Calcium), ପୋଟାସିୟମ୍‌, ଫସ୍‌ଫରସ୍‌, ଆଇରନ୍ ଭଳି ଗୁଣକାରୀ ତତ୍ୱ ଭରି ରହିଥାଏ। ଏହା ସେବନ କରିବା ଦ୍ୱାରା , ଏହା ଶରୀରର ଅନେକ୍ ରୋଗ ବେମାରୀ ଦୂର କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କଦଳୀ ଫୁଲର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

କଦଳୀ ଫୁଲ ଔଷଧୀୟ ଗୁଣରେ ଭରପୁର ହୋଇଥାଏ। କଦଳୀ ଫୁଲରେ(Banana Flower) ଭିଟାମିନ ଇ(Vitamin-E) ପ୍ରୋଟିନ, ଫାଇବର,ଆଇରନ, କ୍ୟାଲସିୟମ, ପୋଟାସିୟମ,ମ୍ୟାଗ୍ନେସିୟମ,ଫସଫରସ ଓ କାମ୍ଫର ମାତ୍ରା ରହିଥାଏ। ଯାହା ଶରୀରର ବହୁ ସ୍ୱାସ୍ଥ୍ୟ ସମସ୍ୟାକୁ ଭଲ କରିଥାଏ ।

୧.ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ

ଓଜନ କମ କରିବାରେ କଦଳୀ ଫୁଲ ସେବନ କରିବା ବହୁତ ଲାଭକାରୀ ହୋଇଥାଏ । କାରଣ କଦଳୀ ଫୁଲରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ । ଯେଉଁଥିପାଇଁ ପେଟ ଦୀର୍ଘ ସମୟ ଯାଏ ଭରପୁର ରହିଥାଏ । ଜଲଦି ଭୋକ ଲାଗି ନଥାଏ । ଫଳରେ ଓଜନ କମ କରିବାରେ ସହାୟକ ହୋଇଥାଏ ।

. ଡାଇବେଟିସ ରୋଗୀ ପାଇଁ ଲାଭଦାୟକ

ଡାଇବେଟିସ ରୋଗୀ ପାଇଁ ଲାଭଦାୟ ହୋଇଥାଏ କଦଳୀ ଫୁଲ । କାରଣ କଦଳୀ ଫୁଲରେ ଗ୍ଲାଇସେମିକ ଇଣ୍ଡେକ୍ସ ଖାଦ୍ୟ ପଦାର୍ଥ ରହିଛି । ଯାହା ଡାଇବେଟିସ ଲେବଲକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ତେଣୁ ଡାଇବେଟିସ ରୋଗୀକୁ କଦଳୀ ଫୁଲକୁ ଜରୁର ସେବନ କରିବା ଉଚିତ୍‌ ।

. ହେମୋଗ୍ଲୋବିନ ମାତ୍ରା ଅଭାବକୁ ପୁରଣ କରିଥାଏ

ହେମୋଗ୍ଲୋବିନ ଅଭାବକୁ ପୁରଣ କରିବା ପାଇଁ କଦଳୀ ଫୁଲ ବହୁତ ଉପାଦେୟ ଅଟେ । କାରଣ କଦଳୀ ଫୁଲରେ ଆଇରନ ଭରପୁର ମାତ୍ରାରେ ରହିଥାଏ । ଏହା ହେମୋଗ୍ଲୋବିନ ମାତ୍ରାକୁ ପୁରଣ କରିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ଅଭାବ ପୁରଣ ହୋଇଥାଏ ।

. ହାଡ଼ ମଜବୁତ କରିଥାଏ

କଦଳୀ ଫୁଲରେ ଭରପୁର କ୍ୟାଲସିୟମ ଥିବା ଯୋଗୁ ଏହା ହାଡ ମଜବୁତ କରିବାରେ ସହାୟକ ହୋଇଥାଏ । ଏହା ହାଡର ଦୁର୍ବଳତା ଦୂର କରି ଓଷ୍ଟିୟୋପୋରୋସିସ ସମସ୍ୟା ଦୂର କରିଥାଏ ।

ଅନ୍ୟାନ୍ୟ ଉପକାରୀ ଗୁଣ-

-କଦଳୀ ଫୁଲରେ ଆଇରନ ଭରପୁର ମାତ୍ରାରେ ମିଳିଥାଏ। ଶରୀରରେ ରକ୍ତହୀନତା ଦେଖାଦେଉଥିଲେ, କଦଳୀ ଫୁଲ ସେବନ କରିବା ଦ୍ୱାରା, ଏହା ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।

-ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ କଦଳୀ ଫୁଲ । ଏଥିରୁ ମିଳୁଥିବା ପୋଷକ ତତ୍ୱ ପେଟ ବଥା, ବାନ୍ତି ଭଳି ଅନେକ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ।

-ଡିପ୍ରେସନ୍‌ରେ ସବୁବେଳେ ରହୁଥିଲେ, କଦଳୀ ଫୁଲ ପ୍ରତିଦିନ ସେବନ କରିବା ବହୁତ୍ ଲାଭଦାୟକ ହୋଇଥାଏ । ଏହା ସେବନ କରିବା ଦ୍ୱାରା ଡିପ୍ରେସନ୍ କମ୍ ହୋଇଥାଏ।

କ୍ୟାନ୍ସର ଭଳି ବଡ଼ ରୋଗକୁ ଦୂରେଇ ଦିଏ ତମ୍ବା ପାତ୍ର

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments