1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହିମୋଗ୍ଲୋବିନ୍ ବଢ଼ାଏ ପୋଇ ସାଗ !

ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର ଔଷଧୀୟ ଗୁଣ ମଧ୍ୟ ଢେର ରହିଛି। କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ ।

Priyambada Rana
Priyambada Rana
ପୋଇ ସାଗର ଫାଇଦା

ପୋଇ ସାଗର ଫାଇଦା

ସାଗ ଭିତରେ ପୋଇ ବଡ଼ ସୁଆଦିଆ।  ଏହାକୁ ଲୋକମାନେ ତରକାରୀ, ଭଜା, ଆଚାର ଓ ସୁପ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର ଔଷଧୀୟ ଗୁଣ ମଧ୍ୟ ଢେର ରହିଛି। କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ  ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରୁ ଶରୀରକୁ ଆହୁରି ଅନେକ  ଉପକାର ମିଳିଥାଏ। ଚାଲନ୍ତୁ ସେ ବିଷୟରେ ଜାଣିବା...

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତିଦିନ ୧୦୦ ଗ୍ରାମ ପୋଇ ସାଗ ଖାଇବା ଦ୍ୱାରା ୧୦୦ ପ୍ରତିଶତ ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଏ ଶରୀରକୁ ମିଳିଥାଏ । ଏହି ଦୁଇ ପୋଷକ ତତ୍ତ୍ୱ ଷ୍ଟ୍ରଙ୍ଗ ଇମ୍ୟୁନିଟୀ ପାଇଁ ଜରୁରୀ ହୋଇଥାଏ ।

କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଆନେମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ ହୋଇଥାଏ ।
ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍, ଯାହା ଶରୀରରେ ଆଇରନ୍ ର ଅଭାବକୁ ଦୂର କରି କେଶ ଝଡ଼ିବା ରୋକିଥାଏ ।

ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ଚର୍ମ ଲୋଚାକୋଚା ହୋଇ ଯାଇଥିଲେ, ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଧିରେ ଧିରେ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ । ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ ।

ପୋଇ ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ ହୋଇଥାଏ । ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ ।ପୋଇ ସାଗରେ ମ୍ୟାଗ୍ନେସିୟମ ରହିଥାଏ । ଯାହା ନିଦ ନହେବା ସମସ୍ୟାକୁ ଦୂର କରିଥାଏ । ପୋଇ ସାଗ ଭଲ ନିଦ ପାଇଁ ବହୁତ ଜରୁରୀ ହୋଇଥାଏ ।

ରକ୍ତହୀନତା ଦୂର କରେ ସଜନା ଶାଗ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments