
Health Benefits of Coral Jasmine
ଗଙ୍ଗଶିଉଳୀର(Coral Jasmine) ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।
ଔଷଧୀୟ ଗୁଣ :
ମୁଣ୍ଡବିନ୍ଧା - ଯେ କୌଣସି ମୁଣ୍ଡବିନ୍ଧା(Headache) ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l
ମ୍ୟାଲେରିଆ ଜ୍ଵର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l
ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l
ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ। ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ।ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର। ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ।
ଜ୍ୱର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ। ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ।
ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି। ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ।
ପାଇଲ୍ସ ଉପଚାର: ପାଇଲ୍ସର(Piles) ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।
କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ। ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ।
କୁଣ୍ଡାଇ ହେବାରୁ ମୁକ୍ତି: ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି। ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ। ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ।
Share your comments