ସୁନା ପିନ୍ଧିବାକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି ।ବିଶେଷ କରି ମହିଳାମାନେ ସୁନା ପିନ୍ଧିବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସୁନାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଅନେକ ଅଧ୍ୟୟନ ପରେ ଏହା ପ୍ରକାଶ ପାଇଛି ଯେ ଔଷଧୀୟ ଗୁଣରେ ଭରପୂର ହୋଇଥାଏ ସୁନା । ପୂର୍ବ କାଳରେ, ରାଜା, ରାଣୀ ଏବଂ ସେମାନଙ୍କ ବଂଶଜମାନେ ସୁନା ଅଳଙ୍କାର ପିନ୍ଧୁଥିଲେ । ମାତ୍ର ଆଜିକାଲି ମହିଳାମାନେ ନିଜ ପୋଷାକ ଉପରେ ସୁନା ଅଳଙ୍କାର ପିନ୍ଧୁଛନ୍ତି । କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ଏହାକୁ ପିନ୍ଧୁଛନ୍ତି ।
ପୂର୍ବରୁ ରାଣୀମାନେ ସେମାନଙ୍କ ଚର୍ମ ସହ ଚାପି ହୋଇ ରହୁଥିବା ଅଳଙ୍କାର ପିନ୍ଧୁଥିଲେ । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଔଷଧୀୟ ପଦାର୍ଥ ରୂପେ କାର୍ଯ୍ୟ କରୁଥିଲା । ଏହାର କାରଣ ହେଉଛି ସୁନା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ସୁନା ଅଳଙ୍କାର ଶରୀରରେ ପିନ୍ଧିବା ଉଚିତ୍। କାରଣ ଏହା ଶରୀରକୁ ଅନେକ ଔଷଧୀୟ ଉପକାର ଦେଇଥାଏ। କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଇଥାଏ ।
୧.ରକ୍ତ ସଞ୍ଚାଳନରେ ସାହାଯ୍ୟ କରଥାଏ:
ଶରୀରରେ ରକ୍ତ ସଞ୍ଚାଳନରେ ସୁନା ସାହାଯ୍ୟ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ସୁନା ଅଳଙ୍କାର ପିନ୍ଧନ୍ତି, ଏହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନର ପ୍ରବାହକୁ ଉନ୍ନତ କରିଥାଏ । ସୁନା ପିନ୍ଧିବାର ସର୍ବାଧିକ ଲାଭ ଶରୀରର ସେହି ଅଂଶକୁ ଯାଇଥାଏ ଯେଉଁ ଅଂଶରେ ଆମେ ସୁନା ପିନ୍ଧିଥାଉ ।
୨.ଶରୀରକୁ ଆରାମ ଦେଇଥାଏ:
ସୁନା ପିନ୍ଧିବା ଦ୍ୱାରା ଏହା ଶରୀରକୁ ଆରାମ ଦେଇଥାଏ । ଏହା ମଧ୍ୟ ମୁଣ୍ଡବିନ୍ଧାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଆମ ହାତର ତର୍ଜନୀ ଆଙ୍ଗୁଠିରେ ସୁନା ମୁଦି ପିନ୍ଧିବା ଦ୍ୱାରା ଏହା ମୁଣ୍ଡବିନ୍ଧାକୁ କମ୍ କରିଥାଏ । ଯେତେବେଳେ ଆପଣ ଏକ ରିଙ୍ଗ ପିନ୍ଧନ୍ତି, ଏହି ଚାପ ବିନ୍ଦୁ ଉପରେ ଚାପ ପକାଇଥାଏ ।
୩.ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ:
ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ସୁନାରେ ଅଛି ବୋଲି ବିଶ୍ୱାସ କରାଯାଏ ।ଏହା ବ୍ୟକ୍ତିଙ୍କୁ ଶରୀରର ତାପମାତ୍ରାର ପରିବର୍ତ୍ତନରୁ ରକ୍ଷା କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୪.ମନୋବଳକୁ ଉନ୍ନତ କରେ:
ସୁନାରେ ନିର୍ମିତ ଅଳଙ୍କାର ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସୁନା ଅଳଙ୍କାର ପିନ୍ଧି ଜଣେ ବ୍ୟକ୍ତି ନିଜକୁ ଅଧିକ ଆକର୍ଷଣୀୟ ମନେ କରେ ଏବଂ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ ।
୫.ଚର୍ମ ଚମକିବାରେ ସାହାଯ୍ୟ କରିଥାଏ:
ଆଜିକାଲି ବିଭିନ୍ନ ବିୟୁଟି ଟ୍ରିଟମେଣ୍ଟରେ ସୁନା ବ୍ୟବହାର କରାଯାଇଥାଏ । ସୁନାର ବ୍ୟବହାର କେବଳ ଚେହେରାକୁ ଉଜ୍ଜ୍ୱଳ କରେ ତାହା ନୁହେଁ, ବରଂ ଚର୍ମକୁ ଯବାନ ମଧ୍ୟ ରଖିଥାଏ ।
Share your comments