1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଗୋଟିଏ ପତ୍ର ୧୬ଟି ରୋଗକୁ ଦୂର କରିବ, ଜାଣନ୍ତୁ...

୩ ଦିନ ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର । ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ପିଜୁଳିର କେବଳ ଗୋଟେ ପତ୍ର ୧୬ରୁ ଅଧିକ ରୋଗ ଠିକ କରିଥାଏ । ଏତେ ଫାଇଦା ମିଳିବ କି ଭାବିନଥିବେ ଆପଣମାନେ, ତେବେ ଚାଲନ୍ତୁ ଜାଣିବା କଣ ରହିଛି ପିଜୁଳି ପତ୍ରର ରହସ୍ୟ ।

Sudesna Nayak
Sudesna Nayak
Health Benefits of Guava Leaf

Health Benefits of Guava Leaf

୩ ଦିନ ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର (Guava Leaf)। ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ପିଜୁଳିର କେବଳ ଗୋଟେ ପତ୍ର ୧୬ରୁ ଅଧିକ ରୋଗ ଠିକ କରିଥାଏ । ଏତେ ଫାଇଦା ମିଳିବ କି ଭାବିନଥିବେ ଆପଣମାନେ, ତେବେ ଚାଲନ୍ତୁ ଜାଣିବା କଣ ରହିଛି ପିଜୁଳି ପତ୍ରର ରହସ୍ୟ ।

ଆପଣ ପିଜୁଳିପତ୍ର (Guava Leaf)କୁ ଚାହା କରି ମଧ୍ୟ ପିଇପାରିବେ । ଯଦି ଆପଣ ସବୁଦିନ ଏହି ପତ୍ର ଖାଉଛନ୍ତି ତେବେ କ୍ୟାନ୍ସର ଭଳି ଭୟାନକ ରୋଗରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ । ଏହି ପତ୍ରରେ ଆଇକୋପିନ ଭଳି ରୋଗ ପ୍ରୟୋଶୋଧକ ଭଳି ଶକ୍ତି ଥାଏ । ଏହା ବିଭିନ୍ନ ପ୍ରକାରର କ୍ୟାନସର ରୋଗ ଭଲ ହୋଇଥାଏ । ଏହି ପତ୍ରକୁ ଚାହା କରି ପିଇଲେ ଡାଇବେଟିସ ରୋଗୀଙ୍କୁ ମୁକ୍ତି ମିଳିଥାଏ ।

ଡେଙ୍ଗୁ ସମୟରେ ପିଜୁଳିପତ୍ରକୁ ଖାଇଲେ ଏହି ରୋଗ ଭଲ ହୋଇଥାଏ । ଏହି ପତ୍ର ଖାଇଲେ କାଶ ଛିଙ୍କ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ପତ୍ରରେ ଭିଟାମିନ-C ମଧ୍ୟ ଥାଏ । ଯାହା ରୋଗପ୍ରତିଶୋଧକ ଶକ୍ତି ବଢିଥାଏ ।

ଆପଣମାନେ ଯଦି ସବୁଦିନ ସକାଳେ ପିଜୁଳିପତ୍ର (Guava Leaf)ର ସେବନ କରିବେ ତେବେ ଭୟଙ୍କର ରୁ ଭୟଙ୍କର ରୋଗ ମଧ୍ୟ ଭଲ ହୋଇଯିବ । ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବି ବଢିଥାଏ । ପିଜୁଳିପତ୍ରରେ ପ୍ରଚୁର ପରିମାଣରେ ସୟାବର ଥାଏ । ଯାହା ଆପଣଙ୍କ ପେଟକୁ ଭଲ ଭାବରେ ସଫା ରଖିଥାଏ । ଯାହା ଦ୍ୱାରା କି କବ୍ଜ ଭଳି ରୋଗ ମଧ୍ୟ ହୋଇନଥାଏ ବା ଏହି ରୋଗରୁ ମୁକ୍ତି ମିଳିଯାଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯେଉଁ ଲୋକ ମାନଙ୍କର ପ୍ରବଳ ଗଣ୍ଠି ବିନ୍ଧା ହେଉଛି ସେହି ଲୋକ ମାନଙ୍କ ପାଇଁ ଏହି ପତ୍ର ବହୁତ ଲାଭ ଦାୟକ ହୋଇଥାଏ। ଏଥି ପାଇଁ ଆପଣ ପିଜୁଳି ର ପତ୍ର (Guava Leaf) କୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନ ରେ ଲଗାନ୍ତୁ,ଏହା ଦ୍ୱାରା ଆରମ ମିଳିଥାଏ, ଏଵଂ କଷ୍ଟ ମଧ୍ୟ ଦୁର ହୋଇଥାଏ ।

ପିଜୁଳି ପତ୍ର (Guava Leaf)ର ସେବନ ପିଲା ଠୁ ଆରମ୍ଭ କରି ବୃଦ୍ଧ ପଯ୍ୟନ୍ତ ସମସ୍ତେ କରିପାରିବେ ଏହା ଦ୍ୱାରା ପେଟ ରୋଗ ଦୂର ହୋଇଥାଏ । ଯେଉଁ ଲୋକ ମାନଙ୍କୁ ଡାଇରିଆ ସମସ୍ୟା ଅଛି,ସେମାନଙ୍କ ପାଇଁ ପିଜୁଳିର ପତ୍ର (Guava Leaf) ବହୁତ ଲାଭଦାୟକ ଅଟେ । ଏଥି ପାଇଁ ପିଜୁଳିର ପତ୍ର (Guava Leaf) କୁ ଏକ କପ ପାଣିରେ ଫୁଟାନ୍ତୁ ଏଵଂ ସେହି ପାଣି କୁ ଭଲ ଭାବରେ ଛାଣି ଥଣ୍ଡା କରି ପିଅନ୍ତୁ ।

ଯଦି ଆପଣ ସବୁଦିନ ଗୋଟିଏ ଲେଖାଏଁ ପିଜୁଳିପତ୍ରର ସେବନ କରିବେ ତାହେଲେ ଆପଣଙ୍କ ପାଚନତନ୍ତ୍ର ସଠିକ ଭାବେ କାମ କରିବ । ଯାହା ଦ୍ୱାରା କିଛି ରୋଗ ଆପଣଙ୍କୁ ହେବ ନାହିଁ ।

ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ଇମ୍ପ୍ଲମେଶନ କମ ହୋଇଯିବ । ଏବେ ଚାଲନ୍ତୁ ଜାଣିବା ଇମ୍ପ୍ଲମେଶନ ଅର୍ଥ ଶରୀରର ବିଭିନ୍ନ ଅଂଶ ଫୁଲିଯାଇଥାଏ । ତେଣୁ ଏହି ପିଜୁଳିପତ୍ରକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଫୁଲିବା ଅଂଶ କମିଯାଏ ।

ପିଜୁଳିପତ୍ର ରେ ଭିଟାମିନ-A ପ୍ରଚୁର ପରିମାଣରେ ଥାଏ । ଏହି ପତ୍ର ଖାଇଲେ ଆଖି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏଥିରେ ମଧ୍ୟ ଭିଟାମିନ-E ଥାଏ। ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ମାଢି ଶକ୍ତ ହୋଇଥାଏ । ଏହା ଦ୍ବାରା ମୁହଁର ଗନ୍ଧ ମଧ୍ୟ ହୋଇନଥାଏ । ଦାନ୍ତରେ ପୋକ ମଧ୍ୟ ଲାଗିନଥାଏ । ସବୁଦିନ ସକାଳୁ ଗୋଟିଏ ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ ପାଣି ପିଅନ୍ତୁ । ଏହା ଫଳରେ ଭୟାନକ ରୋଗ ମଧ୍ୟ ଭଲ ହୋଇଯିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପିଜୁଳି ପତ୍ର (Guava Leaf)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ହିଁ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଡାଳିମ୍ବ ବି ହୋଇପାରେ ଘାତକ; ଜାଣନ୍ତୁ କାହିଁକି...

ରକ୍ତହୀନତା,ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଖାଦ୍ୟ,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments