1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ପୁଦିନା ପତ୍ର

Tanushree Mahapatra
Tanushree Mahapatra
Health benefits of mint leaves

Health benefits of mint leaves

ପ୍ରାୟତଃ ଗାଁ ଗହଳିରେ ଲୋକଙ୍କ ବାଡି ବଗିଚାରେ ପୁଦିନା ପତ୍ର ଭରପୁର ରହିଥାଏ । ପୁଦିନା ପତ୍ରରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ଏହା ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ , ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ମଧ୍ୟ ହୋଇଥାଏ । ଅନେକ୍ ରୋଗବେମାରୀ ଠାରୁ ରକ୍ଷା କରିବାରେ ଏହା ସହାୟକ ହୁଏ । ପୁଦିନା ( MINT ) ହେଉଛି ମାନବ ସଭ୍ୟତା ସହ ଜଡିତ ପୁରାତନ ଜଡିବୁଟି । ପୁଦିନାରେ ଉଲ୍ଲେଖନୀୟ ଔଷଧୀୟ ଉପାଦାନ ରହିଛି ।

ଏଥିରେ ପଲିଫେନଲ୍ସ ବହୁମାତ୍ରାରେ ରହିଛି । ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ମଧ୍ୟ ।

ପୁଦିନା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଭରି ରହିଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା ସହିତ ପେଟ ଫୁଲିଥିଲେ ଏହାକୁ କମ୍ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ପୁଦିନା ସେବନ କରିବା ଦ୍ୱାରା , ଏହା ନାକ ଜାମ୍ ବା ନିଶ୍ୱାସ ନେବାରେ ଅସୁବିଧା ହେଉଥିଲେ ସେଥିରୁ ରକ୍ଷା କରିବାରେ ସାହାଯ୍ୟ କରେ । ହେଲେ  ପୁଦିନା ପତ୍ର ସେବନ କରିବା ସମୟରେ ମନେ ରଖିବେ, ଏହାକୁ ଅତ୍ୟଧିକ ପରିମାଣରେ ସେବନ କରିବା ଅନୁଚିତ୍ ।

ଏହା ମୁଣ୍ଡ ବଥା ଭଲ କରିବାରେ ସହାୟକ ହୋଇଥାଏ । ପୁଦିନା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ଆରାମ୍ ମିଳିଥାଏ । ପୁଦିନା ପତ୍ର ତ୍ୱଚା ପାଇଁ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ ।  ପୋଦିନା ପତ୍ର ଓଜନ ହ୍ରାସ କରିବାରେ ସହାୟକ  ହୋଇଥାଏ ।

ଅଳ୍ପ ପୁଦିନା ପତ୍ର ବାଟି ସେଥିରେ ଭଜା ଜିରା, ଲେମ୍ବୁ ରସ ଓ ଲୁଣ ମିଶାନ୍ତୁ। ସେହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ମିଶାଇ ପ୍ରତିଦିନ ସକାଳୁ ଖାଲିପେଟରେ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା, ବଦହଜମି, ଆମ୍ବିଳା ହାକୁଟି ଓ କୋଷ୍ଠ କାଠିନ୍ୟ ଜନିତ ସମସ୍ୟା ଦୂର ହୋଇଥାଏ ( stomach problem ) । ବାରମ୍ବାର ହାକୁଟି ହେଉଥିଲେ କିମ୍ବା ହାକୁଟି ବନ୍ଦ ନ ହେଉଥିଲେ ୧୦-୧୫ଟି ପୁଦିନା ପତ୍ର ଚୋବାଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ସମୟ ମଧ୍ୟରେ ହାକୁଟି ବନ୍ଦ ହୋଇଯିବ।

ପୁଦିନା ପତ୍ର ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ। ପୁଦିନା ପତ୍ରକୁ ଖାଦ୍ୟରେ ବ୍ୟବହାର କରିପାରିବେ କିମ୍ବା ଖାଦ୍ୟ ଖାଇ ସାରିବା ପରେ ୨ରୁ ୩ଟି ପୁଦିନା ପତ୍ର ଚୋବାନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ। ପାଟିରୁ ଦୁଗର୍ନ୍ଧ ବାହାରୁ ଥିଲେ ପୁଦିନା ପତ୍ର ଏକ ଔଷଧ ପରି କାମ ଦେଇଥାଏ। ପ୍ରତିଦିନ ଖାଲିପେଟରେ ସକାଳୁ ୮ରୁ ୧୦ଟି ପୁଦିନା ପତ୍ର ଚୋବାନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ମଧ୍ୟରେ ପାଟି ଦୁର୍ଗନ୍ଧରୁ ଉପଶମ ମିଳିବ।

ବାନ୍ତି କମୁ ନଥିଲେ ପୁଦିନା ପତ୍ରକୁ ବାଟି ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ପେଟ ଯନ୍ତ୍ରଣା ହେଉଥିଲେ ପୁଦିନା ପତ୍ର ସହ ଜିରା, ଗୋଲମରିଚ ଓ ହେଙ୍ଗୁ ମିଶାଇ ବାଟି ପିଇବା ଦ୍ୱାରା ଆଶ୍ୱସ୍ତି ମିଳିଥାଏ । ଖରାଦିନେ ମୁହଁ ଓ ଶରୀର ଜଳାପୋଡା ହେଉଥିଲେ ପୁଦିନା ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ଏଥିରୁ ରକ୍ଷା ମିଳିବ। ପୁଦିନ ପତ୍ରର ଚା’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏହା ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରିବା ସହ ଏହାକୁ ସହଜ କରିଥାଏ। ପୁଦିନ ଚା’ ପରିସ୍ରା ଜଳାପୋଡ଼ା ଦୂର କରେ ଏବଂ ଶ୍ୱାସଜନିତ ସମସ୍ୟା ଓ ଶ୍ୱାସ ନଳୀରେ ସଂକ୍ରମଣକୁ ଭଲ କରିଥାଏ।

ସ୍ୱାସ୍ଥ୍ୟ ପାଇଁ ହିତକର ପୁଦିନା ପତ୍ର

ଏହି ଫସଲରୁ ହୋଇପାରିବେ ଲାଭବାନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News