1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ପିଅନ୍ତୁ ନିମ୍ୱ ପତ୍ର, ଭଲ ହୋଇଯିବ ଏହି ସବୁ ରୋଗ…

ନିମ୍ବ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର । ମେଡିକାଲ ସାଇନ୍ସରେ ନିମ୍ବ (neem)ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଖାସ୍ କରି ଖରା ଦିନେ ଏହି ପତ୍ର ଶରୀର ପାଇଁ ବେଶ ଲାଇଭଦାୟକ ହୋଇଥାଏ ।

Priyambada Rana
Priyambada Rana
Health Benefits of Neem Juice

Health Benefits of Neem Juice

ନିମ୍ବ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର । ମେଡିକାଲ ସାଇନ୍ସରେ ନିମ୍ବ (neem)ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଖାସ୍ କରି ଖରା ଦିନେ ଏହି ପତ୍ର ଶରୀର ପାଇଁ ବେଶ ଲାଇଭଦାୟକ ହୋଇଥାଏ । ଏକଥା ଆମେ କହୁନୁ ,(Ayurvedacharya Dr. Akhilesh Bhargava) ଆୟୁର୍ବେଦିକ୍ ବିଶେଷଜ୍ଞ ଡାକ୍ତର ଆଖିଲେଖ୍ ଭାର୍ଗବ ଏଭଳି ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଚୈତ୍ର ମାସ ଆରମ୍ଭ ହୋଇଛି ।

ଏବେଠାରୁ ଖରା ଆରମ୍ଭ ହୋଇଛି । ଏହି ସମୟରେ ଶରୀରରେ ଜଳୀୟ ଅଂଶ କମିଯାଏ (drinking water)। ଫଳରେ ଅନେକ ପ୍ରକାର ରୋଗ ଶରୀରରେ ଦେଖାଦେଇଥାଏ । ଏହି ସମୟରେ ନିମ୍ବପାଣି(neem water) ଘରୁ ବାହାରକୁ ଯିବା ପୂର୍ବରୁ ପିଇବା ଉଚିତ୍ ।କାଶ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବଢିଥାଏ । ତେଣୁ ,ଖାସ୍ କରି ଏହି ସମୟରେ ନିଜ ଡାଏଟରେ ନିମ୍ବପତ୍ରକୁ ସାମିଲ୍ କରିବା ଉଚିତ୍ ।  ଯେତେବେଳେ ଘରୁ ଆପଣ ବାହାରୁଛନ୍ତି , ସେତେଳେ ଆପଣ ନିମ୍ବ ପାଣି (neem water) ପିଅନ୍ତୁ । ଅତି କମରେ ଦୈନିକ ପ୍ରାୟ ୩୦୦- ୪୦୦ ମିଲି ଲିଟର ପାଣି ପିଅନ୍ତୁ। ତାପମାତ୍ରା ଅତ୍ୟାଧିକ ବୃଦ୍ଧି ହେତୁ ଶରୀରରେ ସୋଡିୟମ୍ ଏବଂ ପୋଟାସିୟମ୍ ନଷ୍ଟ ହେବା ମଧ୍ୟ ବଢିଥାଏ । ତେବେ, ଆପଣ ନିମ୍ବ ପାଣି ସହ ପଇଡ ପାଣି ମଧ୍ୟ ପିଇ ପାରିବେ । ପଇଡ ପାଣି ଯଦି ଆପଣ ପ୍ରତିଦିନ ପିଉଛନ୍ତି ତେବେ,ଶରୀରରେ ଜଳୀୟ ଅଂଶର ଅଭାବ ରହିବ ନାହିଁ । ଏହି ସମୟରେ ସାଧାରଣ ଲୁଣ ବଦଳରେ ଆପଣ ଖଣ୍ତ ଲୁଣର ପ୍ରୟୋଗ ମଧ୍ୟ ମଧ୍ୟ ନିମ୍ବ ପାଣିରେ ମିଶାଇ ପିଇପାରିବେ। କାରଣ ଏଥିରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ।

ଯେଉଁମାନଙ୍କର ନିମ୍ନ ରକ୍ତଚାପ(low BP) ମସସ୍ୟା ରହିଛି ।  ସେମାନେ ଲୁଣ ଏବଂ ଚିନି ମିଶ୍ରିତ ପାଣି ଖରାଦିନେ ପିଇପାରିବେ।  ଏହାଦ୍ୱାରା ନିମ୍ନ ରକ୍ତଚାପର ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ।  ଗ୍ରୀଷ୍ମରେ ଲୋ-ବିପି ସମସ୍ୟା ଅଧିକ ଦେଖାଯାଏ ।  ଏହି ଋତୁରେ ଚର୍ମ ରୋଗ ମଧ୍ୟ ଅଧିକ ହୋଇଥାଏ । ସେଥିପାଇଁ ଚୈତ୍ରମାସରେ ଖାସ୍ କରି ନିମ୍ବପତ୍ର କଞ୍ଚା ଚୋବେଇ ଖାଇବା ଉଚିତ୍ । ନିମ୍ବ ପତ୍ରର ଜୁସ୍ ମଧ୍ୟ ଆପଣ ପିଇ ପାରିବେ । ଏହା ତ୍ୱଚାରେ ଚମକ ଆଣିବା ସହ ଶରୀରରେ ଥିବା ପିତ୍ତ ଅଂଶକୁ ଦମନ କରିଥାଏ ।

ନିମ୍ବରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ତ୍ୱଚା ପାଇଁ ଉପକାରୀ । ତ୍ୱଚା ସଂକ୍ରମଣ ସମସ୍ୟା ଦୂର ସହ ଏହା ଦାଗ ତଥା କୁଣ୍ଡେଇ ହେବା ସମସ୍ୟାରୁ ମକ୍ତି ଦେଇଥାଏ । ତେବେ ନିମ୍ବ ପାଣିରେ ନିୟମିତ ମୁହଁ ଧୋଇବା ଆବଶ୍ୟକ । ସବୁଦିନ ନିମ୍ବ ପାଣିରେ ମୁହଁ ଧୋଇଲେ ଏହା ତ୍ୱଚାର ଆଲର୍ଜି ସମସ୍ୟା ଦୂର କରେ । ସେହିପରି ଏହା ବ୍ରଣ ଲାଗି ମଧ୍ୟ ଉପକାରୀ । ଏହି ପାଣି ବ୍ରଣରୁ ମଧ୍ୟ ମୁକ୍ତି ଦେଇଥାଏ । ଏହା ତ୍ୱଚାରେ ଥିବା ମଇଳା ଓ ତୈଳ ଅଂଶକୁ ପରିଷ୍କାର କରେ । ବିଶେଷକରି ଏହା ତୈଳ ଅଂଶକୁ ନିୟନ୍ତ୍ରଣରେ ରଖେ । ଫଳରେ ବ୍ରଣ ହ୍ରାସ ପାଏ । ସେହିପରି ଏହା ତ୍ୱଚାରେ ଥିବା ବିଭିନ୍ନ ଦାଗ ଆଦି ମଧ୍ୟ ଦୂର କରିବାରେ ସାହାଯ୍ୟ କରେ । ତା’ସହ ତ୍ୱଚାକୁ କୋମଳ, ସୁସ୍ଥ ଓ ସୁନ୍ଦର ରଖେ ।

ସପ୍ତାହରେ ୩ ଦିନ ପଖାଳ ଖାଇବା ଦ୍ୱାରା ଭଲ ହୋଇଥାଏ ଏହି ସବୁ ରୋଗ....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments