
Make your skin glowing and beautiful with green pea scrub
ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ନିଜର ଯତ୍ନ ନେବା ସତେ ଯେପରି କାଠିକର ପାଠ ହୋଇଯାଇଛି ।ତେଣୁ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଡାକ୍ତର ଆମକୁ ସବୁଦିନ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏମିତିରେ ସମସ୍ତ ସବୁଜ ପନିପରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହୀତକାରକ ହୋଇଥାଏ । ମାତ୍ର ସେଥି ମଧ୍ୟରୁ ମଟର ଛୁଇଁ(peas) ଟିକେ ଭିନ୍ନ ।
ସନ୍ତୁଳିତ ଖାଦ୍ୟ(Balanced Diet)ରେ ମଟର ଛୁଇଁ ଏକ ନିର୍ବିବାଦୀୟ ଉପାଦାନ ଯାହା ଜୀର୍ଣ୍ଣକାରକ ହେବା ସହ ଦୃଷ୍ଟିଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି(Immunity) ବଢ଼ାଇଥାଏ। ଅପରପକ୍ଷେ, ଯେ କୌଣସି ଭାରତୀୟ ଖାଦ୍ୟରେ ମଟର ଛୁଇଁ ମିଶିଗଲେ ତାହା ଖାଦ୍ୟକୁ ସୁଦୃଶ୍ୟ କରାଇବା ସହ ସ୍ୱାଦର ମାତ୍ରା ମଧ୍ୟ୍ୟ ବଢ଼ାଇ ଦେଇଥାଏ। ପୁଷ୍ଟିସାରର ଏକ ଗନ୍ତାଘର ଥିବା ଏହି ମଟର ଛୁଇଁ ଯେ କେବଳ ଶରୀରରେ ରୋଗପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ କରିଥାଏ ତାହା ନୁହେ, ଏଥିରେ ଉଲ୍ଲେଖନୀୟ ପରିମାଣର ଭିଟାମିନ ଏ, ବି, ସି, ଇ ଏବଂ କେ ସମେତ ମାଗ୍ନେସିଅମ, ଜିଙ୍କ ଓ ପଟାସ ପରି ଖଣିଜ ପଦାର୍ଥ ରହିଥାଏ ।ଏଥିରେ ଭରପୁର ଥିବା ତନ୍ତୁଗୁଡ଼ିକ ପାକସ୍ଥଳୀରେ ଥିବା ବୀଜାଣୁଗୁଡିକୁ ଉତପ୍ରେରିତ କରି ହଜମ ଶକ୍ତି ବଢ଼ାଇଥାଏ। ସେହିପରି ଅଧିକାଂଶ ତନ୍ତୁ ଜଳରେ ଦ୍ରବଣୀୟ ହୋଇଥିବାରୁ ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ତନ୍ତୁ ଗୁଡିକ ମଧ୍ୟ ମେଦବହୁଳତା ଓ ମଧୁମେହ(Blood Pressure) ଆଶଙ୍କାକୁ କମାଇଥାଏ। ଏଥିରେ ଥିବା ଲୌହସାର ରକ୍ତ ହୀନତା ଦୂର କରିଥାଏ। ମଟର ଛୁଇଁ ରେ ଥିବା ମାଗ୍ନେସିଅମ ଓ ପଟାସ ପରି ଖଣିଜସାର(mineral) ରକ୍ତ ସଂଚାଳନ ଓ ହୃତପିଣ୍ଡ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ମାଂସପେଶୀକୁ ମଧ୍ୟ୍ୟ ଶକ୍ତ କରିଥାଏ।
ଆମ ଶରୀର ପାଇଁ ମଟର ଛୁଇଁର ମଧ୍ୟ ଅନେକ ଉପକାର ରହିଛି। କାରଣ ଏଥିରେ ରହିଛି ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ବି ୬, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତ୍ପିଣ୍ଡ ଓ କିଡ୍ନୀ ସୁସ୍ଥ ରହିଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏଥିରେ ଫାଇବରର କିଛି ମାତ୍ରା ରହୁଥିବାରୁ ପାଚନତନ୍ତ୍ରକୁ ସକ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏହା କୋଲେଷ୍ଟରଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ବି ମଟର ଛୁଇଁର ଅନେକ ଭୂମିକା ରହିଛି।
ମଟର ଛୁଇଁକୁ ଫାଇନ୍ ପେଷ୍ଟ କରି ତ୍ୱଚାରେ ଧୀରେ ଧୀରେ ମାଲିସ୍ କଲେ, ଏହା ନାଚୁରାଲ ସ୍କ୍ରବ୍ ର କାମ ଦେଇଥାଏ। କୁହାଯାଏ, ଏହିପରି କିଛିଦିନ କଲେ ତ୍ୱଚା ସଫା ଦେଖାଯିବା ସହ ଗ୍ଲୋ କରିଥାଏ। ଶୀତଦିନେ ଅନେକଙ୍କର ଓଠ ଆଉ ପାଦର ଗୋଇଠି ଫାଟେ। କଞ୍ଚା ମଟର ଛୁଇଁରୁ କିଛିକିଛି ନିୟମିତ ଖାଇଲେ ଏହି ସମସ୍ୟାରୁ କୁଆଡ଼େ ଅନେକ ଉପଶମ ମିଳିଥାଏ। ତେବେ ଅନେକ ଗୁଣରେ ଭରା ଏହି ମଟର ଛୁଇଁର କିନ୍ତୁ ଗୋଟିଏ ଅସୁବିଧା ରହିଛି; ତାହା ହେଉଛି ଗ୍ୟାସ୍ ସମସ୍ୟା। ତେଣୁ ଗ୍ୟାସ୍ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଟିକେ ଦେଖିଚାହିଁ ମଟର ଛୁଇଁ ଖାଇବା ଦରକାର।
Share your comments