1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ପିଅନ୍ତୁ କଖାରୁ ଜୁସ୍ ,ବଡ ବଡ ରୋଗରୁ ମିଳିବ ମୁକ୍ତି

ଆପଣମାନେ ଜାଣିଛନ୍ତି କି କଖାରୁ ରସ (Pumpkin Juice)ବ୍ଲଡ ପ୍ରେସର (Blood Pressure) କଣ୍ଟ୍ରୋଲ କରିବା ସହିତ ବହୁ ବଡ ବଡ ରୋଗରୁ ରକ୍ଷା କରିଥାଏ ।

Sudesna Nayak
Sudesna Nayak
health benefits of Pumpkin Juice

health benefits of Pumpkin Juice

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର (High Blood Pressure) ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାର ସାମ୍ନା କରୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କଖାରୁ ରସ (Pumpkin Juice)ବ୍ଲଡ ପ୍ରେସର (Blood Pressure) କଣ୍ଟ୍ରୋଲ କରିବା ସହିତ ବହୁ ବଡ ବଡ ରୋଗରୁ ରକ୍ଷା କରିଥାଏ ।

କଖାରୁ ରସ (Pumpkin Juice)ରେ ଭିଟାମିନ୍‌’ସି’, ଭିଟାମିନ୍‌ ‘ଇ’ଭଳି ଆହୁରି ଅନେକ ଗୁଣକାରୀ ତତ୍ୱ ମିଳିଥାଏ । ଚାଲନ୍ତୁ ଜାଣିବା କଖାରୁ (Pumpkin)ର ଔଷଧୀୟ ଗୁଣ ସମ୍ପର୍କରେ । କଖାରୁ ରସ (Pumpkin Juice) ଆମକୁ କି ରୋଗରୁ ରକ୍ଷା କରିପାରିବ ।

ହାର୍ଟ ରୋଗରୁ ରକ୍ଷା କରିଥାଏ କଖାରୁ ରସ,ଜାଣନ୍ତୁ...

କଖାରୁ ହାର୍ଟ ରୋଗରୁ ରକ୍ଷା କରିଥାଏ । କଖାରୁ (Pumpkin Juice) ରେ ବହୁମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ହାର୍ଟ ରୋଗମୁକ୍ତ କରି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ବ୍ଲଡ ପ୍ରେସର କଣ୍ଟ୍ରୋଲ କରିଥାଏ କଖାରୁ ରସ,ଜାଣନ୍ତୁ...

ଯେଉଁମାନେ ହାଇ ବ୍ଲଡ ପ୍ରେସର (Blood Pressure)ରୋଗରେ ପୀଡିତ ଅଛନ୍ତି ସେମାନେ କଖାରୁ ରସ (Pumpkin Juice) ସେବନ କରିବା ଉଚିତ୍‌ ।

ତ୍ୱଚାକୁ ସୁସ୍ଥ ରଖେ କଖାରୁ ରସ,ଜାଣନ୍ତୁ...

କଖାରୁ ରସ (Pumpkin Juice) ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବାରେ ସାହାଯ୍ୟ କରେ ।

ଷ୍ଟୋନ ବା ପଥରୀ ରୋଗରେ ବଡ଼ ଉପକାରୀ କଖାରୁ ରସ,ଜାଣନ୍ତୁ...

ଆଜିକାଲି ଷ୍ଟୋନ ରୋଗରେ ଅଧିକାଂଶ ଲୋକେ ପୀଡିତ । ତେବେ ପଥର ରୋଗରେ କଖାରୁ ରସ ବେଶ ଉପକାରୀ । ନିୟମିତ କଖାରୁ ଜୁସ (Pumpkin Juice) ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।

ଓଜନ ହ୍ରାସ କରେ କଖାରୁ ରସ,ଜାଣନ୍ତୁ...

କଖାରୁ ରସ (Pumpkin Juice)କୁ ନିୟମିତ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି କଖାରୁ ରସ (Pumpkin Juice) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।

ବ୍ଲଡ ପ୍ରେସରରୁ ମୁକ୍ତି ଦେବ ଷ୍ଟ୍ରବେରୀ

ମୁଣ୍ଡବିନ୍ଧାର କାରଣ କଫି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments