1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏସବୁ ରୋଗ ଦୂର କରେ ଜହ୍ନି...

ଦୈନିକ ଖାଦ୍ୟରେ ଜହ୍ନି ସାମିଲ କଲେ ଆପଣ କେବଳ ଡାଇବେଟିସ (Diabetes) ନୁହେଁ ବରଂ ଆହୁରି ଅନେକ ବଡ଼ ବଡ଼ ରୋଗରୁ ରକ୍ଷା ପାଇପାରିବେ ।

Sudesna Nayak
Sudesna Nayak
health benefits of Ridge Gourd turai,pic credit-www.pexels.com

health benefits of Ridge Gourd turai,pic credit-www.pexels.com

ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସବୁଜ ପନିପରିବା ସବୁବେଳେ ଆମ ପାଇଁ ଲାଭଦାୟକ ଅଟେ | ଜହ୍ନି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଷ୍ଟୋନ ହେଇଥିଲେ ମଧ୍ୟ ଜହ୍ନି (ridge gourd) ଖାଇବା ଦ୍ୱାରା ଏହା ଦୂର ହୋଇଥାଏ । ଆପଣ ଜାଣିଛନ୍ତି କି ନିୟମିତ ଜହ୍ନି ଖାଇଲେ ମିଳିଥାଏ ଅନେକ ଉପକରିତା । ଚାଲନ୍ତୁ ଜାଣିବା…

ଜହ୍ନିରେ ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭରପୂର ମାତ୍ରାରେ ଅଛି । ଦୈନିକ ଖାଦ୍ୟରେ ଜହ୍ନି ସାମିଲ କଲେ ଆପଣ କେବଳ ଡାଇବେଟିସ (Diabetes) ନୁହେଁ ବରଂ ଆହୁରି ଅନେକ ବଡ଼ ବଡ଼ ରୋଗରୁ ରକ୍ଷା ପାଇପାରିବେ ।

ଜହ୍ନି ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ

ଭିଟାମିନ୍ ଏ ରେ ଭରପୁର ଜହ୍ନି ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଯାହାକୁ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ଏହା ସହିତ ଆଖି ସମ୍ବନ୍ଧୀୟ ଅନ୍ୟ ସମସ୍ୟାମାନକୁ ରୋକିବାରେ ମଧ୍ୟ ଏହା ସହାୟକ ହୋଇଥାଏ |

ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଜହ୍ନି

ଜହ୍ନି ହେଉଛି ଏକ କମ୍ କ୍ୟାଲୋରୀ ପନିପରିବା, ଯେଉଁଥିରେ ଜଳର ମାତ୍ରା ଅଧିକ | ଏହା ସହିତ ଏଥିରେ ଫାଇବର ଅଛି | ଯେଉଁଥିପାଇଁ ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁରି ରହିଥାଏ, ଯାହା ଫଳରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ |

ବ୍ଲଡ ସୁଗାର କଣ୍ଟ୍ରୋଲ କରେ ଜହ୍ନି

ଯଦି ଆପଣ ଜଣେ ମଧୁମେହ ରୋଗୀ, ଜହ୍ନି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ | ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରେ ଜହ୍ନି (ridge gourd)

ପ୍ରକାଶ ଥାଉ ଯେ, ପୋଷକତତ୍ତ୍ୱରେ ଭରପୂର ଜହ୍ନି (ridge gourd)ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିବ। ଜହ୍ନିକୁ ନିୟମିତ ଖାଦ୍ୟରେ ସାମିଲ କଲେ ଗ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ଯ ମୁକ୍ତି ମିଳିଥାଏ।

ଅଧିକ ପଢ଼ନ୍ତୁ...

କଲରା ଜୁସର ଲାଭ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ....

ଡାଇବେଟିସ ପାଇଁ ରାମବାଣ ବେଲ ପତ୍ର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ