1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ଫଳ ଖାଇଲେ ଭଲ ହୋଇଯିବ ଆଜମା..

ଆଜମା ରୋଗ କାରଣରୁ ଶ୍ୱାସ ନଳୀ ଫୁଲି ଯାଇଥାଏ । ଯେଉଁଥି ପାଇଁ ଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଫଳରେ କାଶ, ଘୁଙ୍ଗୁଡ଼ି ଓ ଶ୍ୱାସ ନେବାରେ କଷ୍ଟ ହୋଇ ଥାଏ । ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ । କାରଣ ଏହି ରୋଗ କାରଣରୁ ହାର୍ଟ ଓ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

Priyambada Rana
Priyambada Rana
fruits in the diet of Asthma

fruits in the diet of Asthma

ସ୍ୱାସ୍ଥ୍ୟ ଠିକ ଥିଲେ ମନ ଠିକ ରହେ । ଦେହ ଯଦି ଖରାପ ରହେ, କେଉଁ ଥିରେ ମନ ଲାଗେ ନାହିଁ । ଆଜି ଆସନ୍ତୁ ଜାଣିବା ଆଜମା ରୋଗ ପାଇଁ କିଛି ଟିପ୍ସ । ଆଜମା ରୋଗ କାରଣରୁ ଶ୍ୱାସ ନଳୀ ଫୁଲି ଯାଇଥାଏ । ଯେଉଁଥି ପାଇଁ ଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଫଳରେ କାଶ, ଘୁଙ୍ଗୁଡ଼ି ଓ ଶ୍ୱାସ ନେବାରେ କଷ୍ଟ ହୋଇ ଥାଏ । ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ । କାରଣ ଏହି ରୋଗ କାରଣରୁ ହାର୍ଟ ଓ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଆଜିକାଲି ଆଜମା ରୋଗ ବହୁଳ ଭାବରେ ବଢ଼ିବାରେ ଲାଗିଛି । ଆଜମା ଏପରି ଏକ ରୋଗ, ଯେଉଁଥିରୁ ବର୍ତ୍ତିବା ଏତେ ସହଜ ନୁହେଁ । କିନ୍ତୁ କିଛି ସତର୍କତା ଅବଲମ୍ବନ କରି ଆଜମାକୁ ନିୟନ୍ତ୍ରଣ କରାଯାଇପାରିବ । ଏପରି ପରିସ୍ଥିତିରେ ଆପଣ ଡାଏଟରେ କିଛି ଫଳ ସାମିଲ କରି ଆଜମାକୁ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଆପଣଙ୍କୁ କେଉଁ ଫଳ ଖାଇବା ଦ୍ୱାରା ଆପଣ ଆଜମାକୁ ନିୟନ୍ତ୍ରଣ କରିପାରିବେ…

ସେଓ-
ଯଦି ଆପଣ ଆଜମା ରୋଗର ଲକ୍ଷଣକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଲ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ବୋଲି ପ୍ରମାଣିତ ହୋଇପାରେ । କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ଇ ଅଧିକ ମାତ୍ରାରେ ଥାଏ, ଯାହା ଫୁସଫୁସର ଜ୍ୱଳନକୁ କମ୍ କରିବାକୁ ସାହାଯ୍ୟ କରିଥାଏ ଓ ଆଜମାକୁ ନିୟନ୍ତ୍ରଣ କରିଥାଏ ।

କମଳା-
ଆଜମାରେ କମଳା ହେଉଛି ଏକ ସୁସ୍ଥ ଫଳ।ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଯଦି ଆପଣ ପ୍ରତିଦିନ କମଳା ଖାଇବେ, ତେବେ ଆଜମା ନିୟନ୍ତ୍ରଣରେ ରହିବ।

ଷ୍ଟ୍ରବେରୀ-
ଯଦି ଆପଣ ଆଜ୍ମା ରୋଗୀ ତେବେ ଷ୍ଟ୍ରବେରି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହାର କାରଣ ଏଥିରେ ଭିଟାମିନ୍ ସି ରହିଛି, ଯାହା ଫୁସଫୁସକୁ ସୁରକ୍ଷା ଦେଇଥାଏ । ଅନ୍ୟ ପଟେ, ଯଦି ଆପଣ ଜଣେ ଆଜ୍ମା ରୋଗୀ ଏବଂ ଆଜମା ସମସ୍ୟାକୁ ଦୂର କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଖାଦ୍ୟରେ ଷ୍ଟ୍ରବେରି ସାମିଲ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଆପଣ ଆଜମାକୁ ନିୟନ୍ତ୍ରଣ କରିପାରିବେ । ଆଜମା ବ୍ୟତୀତ ଆପଣ ନିଜ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ, କିନ୍ତୁ ଆପଣ ଏହାକୁ ସକାଳେ ଜଳଖିଆରେ ଖାଇବା ଉଚିତ୍ ।

କ୍ୟାନସର୍ ଓ ଆସ୍ଥମା ଦୂର କରିବ କଳା ହଳଦୀ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments