1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରସୁଣ ଚା'-ଗୁଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ…

ଅନେକ କ୍ଷେତ୍ରରେ ଖାଦ୍ୟ ପାନୀୟ ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି l ତେଣୁ ବିଭିନ୍ନ ପ୍ରକାର ରୋଗ ଯୋଗୁଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରୁଛନ୍ତି ଯୁବପିଢ଼ି l ଯାହାଦ୍ୱାରା ଅନେକ କ୍ଷତି ହେଉଛି l

Tanushree Mahapatra
Tanushree Mahapatra
Healthy garlic tea for health  , image source - pexels.com

Healthy garlic tea for health , image source - pexels.com

ଅନେକ କ୍ଷେତ୍ରରେ ଖାଦ୍ୟ ପାନୀୟ ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି l ତେଣୁ ବିଭିନ୍ନ ପ୍ରକାର ରୋଗ ଯୋଗୁଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ସେବନ କରୁଛନ୍ତି ଯୁବପିଢ଼ି l ଯାହାଦ୍ୱାରା ଅନେକ କ୍ଷତି ହେଉଛି  l  ତେବେ ଆଜି ଆମେ ଏପରି ଏକ ଚା କଥା ଜଣାଇବୁ ଯାହାଦ୍ୱାରା ଆପଣଙ୍କ ଅନେକ ରୋଗ ଦୂର ହେବ l ତେବେ ଆପଣ ପ୍ରକାର ଔଷଧୀୟ ଚା' କଥା ଶୁଣିଥିବେ l

ଅନେକଙ୍କୁ କ୍ଷୀର ଚା’,ନାଲି ଚା’ ଏହାସହ ଗ୍ରୀନ ଟି ପିଇବା ପାଇଁ ଖୁବ ପସନ୍ଦ ଲାଗିଥାଏ । ମାତ୍ର ଆପଣ ରସୁଣ ଚା’ ବିଷୟରେ କେବେ ଶୁଣିଛନ୍ତି କି ? ଆଉ ଏହି ରସୁଣ ଚା’ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ପ୍ରଦାନ କରେ  । 

ତେବେ ଜାଣିଛନ୍ତି କି ? ରସୁଣ ଚା’ ପିଇବା ଦ୍ୱାରା ଶରୀରରେ ରକ୍ତର ଶର୍କରା ନିୟନ୍ତ୍ରଣ ହୋଇଥାଏ l ସେହିପରି ଏହା ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌‌ ମଧ୍ୟ ହ୍ରାସ ହୋଇଥାଏ । ରସୁଣ ଚା’ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌‌ ଉପକାରୀ ହୋଇଥାଏ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ ।  ପ୍ରାୟତଃ ଅନେକଙ୍କ ରୋଷେଇ ଘରେ ରସୁଣ ଉପଲବ୍ଧ ଥାଏ । ଅନେକ କ୍ଷେତ୍ରରେ ରସୁଣକୁ ଜଡିବୁଟି ବୋଲି ମଧ୍ୟ କୁହାଯାଇଥାଏ । ଏହା ଏକ ମସଲା ପ୍ରଜାତି ମଧ୍ୟ l ଯାହାକି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । 

ବିଭିନ୍ନ ଉପାୟରେ ରସୁଣକୁ ସେବନ କରାଯାଇଥାଏ । ସେଥି ମଧ୍ୟରୁ ସାଧାରଣତଃ ରସୁଣ ଚା’ ଦ୍ୱାରା ଶରୀର ବହୁତ୍ ଉପକାରୀ ହୋଇଥାଏ । ତେବେ ଶରୀରରେ ଥିବା ବିଭିନ୍ନ ରୋଗ ବେମାରୀକୁ ଦୂର କରିବାରେ ରସୁଣ ସାହାଯ୍ୟ କରେ । ରସୁଣ ଚା’ ସେବନ କରିବା ଦ୍ୱାରା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ ହେବାରେ ଏହା ସହାୟକ ହୋଇଥାଏ। ରସୁଣ ଚା’ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ଶରୀରରେ ଜମୁଥିବା ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ । ରସୁଣ ଚା’ହୃଦୟ ଜନିତ ରୋଗକୁ ମଧ୍ୟ ଦୂର କରିବାରେ ସହାୟକ । ସେହିପରି ହୃଦୟକୁ ସୁସ୍ଥ ରଖିଥାଏ ଏହି ଚା' । ଶରୀରରୁ ଖରାପ କୋଲେଷ୍ଟେରୋଲ୍‌‌ ସ୍ତରକୁ କମ୍‌‌ କରିବାରେ ସାହାଯ୍ୟ କରେ । ଅନ୍ୟପଟେ ଏହି ରସୁଣ ଚା’ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିଥାଏ । ଶ୍ୱାସ ଜନିତ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ   । ସେହିପରି ଥଣ୍ଡା ଦିନରେ ଥଣ୍ଡା,କାଶ ସମୟରେ ମଧ୍ୟ ସେବନ କରିବା ଲାଭଦାୟକ ପ୍ରମାଣିତ ହୋଇଥାଏ । ରସୁଣ ଚା’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ କରିଥାଏ ।

ସେହିପରି ପାଚନ ପ୍ରକ୍ରିୟାକୁ ଭଲ ରଖିବା ସହିତ ଶରୀରର ବ୍ଲଡ ସୁଗାର ଲେବୁଲକୁ ମଧ୍ୟ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ରସୁଣ ଚା’ ଖୁବ ଲାଭଦାୟକ l ଯେପରିକି ମେଦ ବୃଦ୍ଧିକୁ ନେଇ ଅନେକ ଚିନ୍ତା କରନ୍ତି ଏ କ୍ଷେତ୍ରରେ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଯଦି ପ୍ରତିଦିନ ସକାଳେ ଆପଣ ଏହି ଚା’ ପିଇବେ ତେବେ ଏହା ଆପଣଙ୍କ ଶରୀରକୁ ଖୁବ ଲାଭ ଦେବ l କଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ରସୁଣ ଚା’ ବେଶ ଉପକାରୀ ପ୍ରମାଣିତ । ତେବେ ଏହା ପିଇବା ଦ୍ୱାରା ହୃଦୟ ଜନିତ ରୋଗ ମଧ୍ୟ କମ୍ ହୋଇଥାଏ । ଶରୀରର ଇମ୍ୟୁନିଟି ସିଷ୍ଟମକୁ ଏହା ମଜବୁତ୍ କରିବାରେ ସାହାଯ୍ୟ କରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments