1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Jaggery tea: ଶରୀର ପାଇଁ ଖୁବ୍‌‌ ଉପକାରୀ….

ଏଥିରେ ଥିବା ପୋଟାସିୟମ,ସୋଡିୟମ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ବେଶ ସହାୟକ....

Tanushree Mahapatra
Tanushree Mahapatra
healthy jaggery tea for health, image source - pixeles

healthy jaggery tea for health, image source - pixeles

ଯେଉଁମାନେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି l ସେମାନଙ୍କ ପାଇଁ ଗୁଡ ଚା’ ବେଶ ଲାଭଦାୟକ ହୋଇଥାଏ । କାରଣ ଗୁଡରେ ପୋଟାସିୟମ,କ୍ୟାଲସିୟମ,ଜିଙ୍କ ଭଳି ପୋଷକ ତତ୍ତ୍ୱ ଭରପୁର ରହିଛି । ଏହା ଶରୀର ପାଇଁ ଖୁବ୍‌‌ ଉପକାରୀ ହୋଇଥାଏ ମଧ୍ୟ । ବର୍ତ୍ତମାନ ସମୟରେ ବଦଳୁଥିବା ଜୀବନଶୈଳୀ ଏବଂ ବିଭିନ୍ନ ପ୍ରକାର ଖାଦ୍ୟପେୟ ଓଜନ ବୃଦ୍ଧିର କାରଣ ପାଲଟିଛି ।

ଶରୀରର ଓଜନ ବୃଦ୍ଧି ପାଇବା ଫଳରେ ଗମ୍ଭୀର ରୋଗ ହେବା ସମ୍ଭାବନା ରହିଥାଏ । ତେଣୁ ସମୟ ଥିବା ପୂର୍ବରୁ ଓଜନ ନିୟନ୍ତ୍ରଣ ହେବା ଆବଶ୍ୟକ । କିଚିଉଁ ମହିଳା ଏବଂ ପୁରୁଷଙ୍କ ଶରୀରରେ ସବୁଠାରୁ ଅଧିକ ଫ୍ୟାଟ୍‌‌ ପେଟରେ ଜମା ହୋଇଥାଏ। ଜାଣିଛନ୍ତି କି  ଓଜନ ହ୍ରାସ ପାଇଁ ଗୁଡ ଚା’ ଲାଭଦାୟକ । ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ଏବଂ ଏହା କିପରି ଶରୀର ପାଇଁ ଭଲ ହୋଇଥାଏ ଆସନ୍ତୁ ଜାଣିବା ?

ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ:

ଗୁଡ – ୧ ଚାମଚ

ପାଣି – ୨କପ

ପାନମଧୁରୀ – ଅଳ୍ପ

ଏକ ଛୋଟ ଖଣ୍ଡ ଡାଲଚିନି

ଗୁଜୁରାତି – ୧ଟି

ଅଳ୍ପକିଛି ତୁଳସୀ ପତ୍ର

ତେବେ କିପରି କରିବେ ପ୍ରସ୍ତୁତ :

ପ୍ରଥମ ଏକ ପାତ୍ର ନିଅନ୍ତୁ ଏବଂ ଗ୍ୟାସରେ ପାଣି ବସାଇ ଏହାକୁ କିଛି ସମୟ ଉଷୁମ କରନ୍ତୁ । ଏଥିରେ ଗୁଡ, ଗୁଜୁରାତି ଏବଂ ତୁଳସୀ ପତ୍ର ପକାନ୍ତୁ । ଏହାକୁ କିଛି ସମୟ ଫୁଟାଇବା ସାରିବା ପରେ ଛାଣି ଦିଅନ୍ତୁ କପରେ । ଏହି ଚା’କୁ ଆପଣ ଖରାବେଳର ଖାଦ୍ୟ ଖାଇବା ପରେ ଆପଣ ପିଇ ପାରିବେ । ସନ୍ଧ୍ୟା ସମୟରେ ମଧ୍ୟ ଆପଣ ଏହି ଚା' ପିଇ ପାରିବେ । ଏହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୁଏ ଗୁଡରେ ପ୍ରସ୍ତୁତ ଚା' ।

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେହିପରି ବ୍ୟକ୍ତି ନିଜ ଡାଏଟରେ ଗୁଡ ଚା’ ନିଶ୍ଚୟ ସାମିଲ କରିବା ଉଚିତ । କାରଣ, ଏଥିରେ ଥିବା ପୋଟାସିୟମ,ସୋଡିୟମ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ବେଶ ସହାୟକ ।

ସବୁଠାରୁ ବଡ଼ ବିଷୟ ହେଉଛି ଏନିମିଆ ଭଳି ସମସ୍ୟା ଥିଲେ ଆପଣ ନିଜ ଡାଏଟରେ ଗୁଡ ଚା’ ନିଶ୍ଚୟ ସାମିଲ କରନ୍ତୁ । କାରଣ, ଏଥିରେ ଥିବା ଆଇରନ ଆପଣଙ୍କ ଶରୀରରେ ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହୁଏ ।

ପୋଷକ ତତ୍ତ୍ୱରେ ଭରପୁର ହେଉଛି ଗୁଡ l ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଏହା ମଜଭୂତ କରିଥାଏ । ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ତ୍ୱ ରହିଥିବା ଅନେକ ରିସର୍ଚ୍ଚରୁ ଜଣାପଡ଼େ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।

ଅଧିକ ପଢ଼ନ୍ତୁ:

Duplicate rice: କେମିତି ଜାଣିବେ ଚାଉଳ ଅସଲି ନା ନକଲି ?

IARI Foundation Day: ଜାଣନ୍ତୁ କ'ଣ ଥିଲା ଖାସ.....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments