
How to remove black spot
ଶରୀର କୁ ସୁସ୍ଥ ଆଉ ସୁନ୍ଦର ରଖିବା ସମସ୍ତଙ୍କୁ ପସନ୍ଦ l ଖାସ କରି ମହିଳା ମାନେ ଏଥିପ୍ରତି ପ୍ରତି ବେଶୀ ଧ୍ୟାନ ଦେଇଥାନ୍ତି l ବେଳେବେଳେ ଶରୀରରେ କିଛି ଦାଗ ଚିନ୍ତାରେ ପକାଇଥାଏ l ସେ ମୁହଁ ହେଉ ଅବା ଶରୀର ର ଅନ୍ୟ କେଉଁ ସ୍ଥାନ ରେ କଳା ଦାଗ ( black spot in skin ) ହେଲେ ଏହା କିପରି ଦୂର ହେବ ଭାବି ଚିନ୍ତାଗ୍ରସ୍ତ ହୁଅନ୍ତି ମହିଳା ତଥା ଝିଅ ପିଲା l କଳା ଦାଗ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ଆଖି ତଳ କଳା ଦାଗ ମଧ୍ୟ ପଡିଥାଏ ସମୟ ସମୟ ରେ l ଅତ୍ୟଧିକ ପାଠ ପଢ଼ୁଥିବା ଅଥବା ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଖରେ ଏହା ଦେଖା ଦେଇଥାଏ କାରଣ ଅତ୍ୟଧିକ ଚଷମା ବ୍ୟବହାର କରୁଥିବାରୁ ଏହା ହୋଇଥାଏ l
ବେଳେବେଳେ ଚଷମା ବ୍ୟବହାର କରିବା ଦ୍ୱାରା ଆଖି ଉପରେ କିଛି ପ୍ରଭାବ ପଡିନଥାଏ କିନ୍ତୁ ମୁହଁରେ କଳା ଦାଗ ହୋଇଯାଏ। ଯାହା ଫଳରେ ଆପଣ ଚଷମା ବାହାର କରିବା ପରେ ନାକ ଉପରେ ହୋଇଥିବା କଳା ଦାଗ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ସେହିପରି କହୁଣିର କଳା ଦାଗ ମଧ୍ୟ ଶରୀରର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଏ। ଶୀତ ଦିନେ ଏହା ଅଧିକ ରୁକ୍ଷ ଓ କଳା ଦେଖାଯାଏ। ସେଥିପାଇଁ କହୁଣିର ମଧ୍ୟ ଉଚିତ୍ ଯତ୍ନ ନେବା ଦରକାର। ଘରୋଇ ଉପାୟରେ ମଧ୍ୟ ସହଜରେ କହୁଣିର କଳାଦାଗକୁ ଦୂର କରାଯାଇପାରିବ ।
ଚାଉଳ ଚୂନା, ହଳଦୀ ଓ ଦହି ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ତାକୁ କହୁଣିରେ କିଛି ସମୟ ପାଇଁ ସ୍କ୍ରବ୍ କରନ୍ତୁ । ସପ୍ତାହକୁ ଦୁଇ ଥର ଏହାକୁ ବ୍ୟବହାର କରିବା ଦ୍ବାରା କହୁଣି କଳାପଣ ଭଲ ହୋଇଯାଏ । ବାଦାମ ତେଲକୁ ସୂର୍ଯ୍ୟମୁଖୀ ତେଲ ସହ ମିଶାନ୍ତୁ । ସେଥିରେ ଚନ୍ଦନ ତେଲ ମଧ୍ୟ ମିଶାଇ ଲଗାନ୍ତୁ। କହୁଣିର ରୁକ୍ଷ ପଣ ଦୂର ହୁଏ । ସେହିପରି ରାତିରେ ମୁଗ ଡାଲିକୁ ବତୁରାଇ ରଖନ୍ତୁ। ସକାଳେ କ୍ଷୀର ସହ ମିଶାଇ ତାହାକୁ ବାଟି ଦିଅନ୍ତୁ । ସେହି ପେଷ୍ଟ୍କୁ କିଛି ସମୟ ଲଗାଇ ରଖିଲେ କଳା ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆପଣ କଳା ଦାଗ ପାଇଁ ଆଳୁ ରସ ମଧ୍ୟ ବ୍ୟବହାର କରି ପାରିବେ l ଆଳୁ ରସ କଳା ଦାଗ ଉପରେ ଲଗାଇବା ଦ୍ୱାରା ଖୁବ କମ ଦିନରେ ଏହି ଦାଗ ଦୂର ହୋଇଯିବ । ଲେମ୍ବୁ ରେ ଭିଟାମିନ c ରହିଥିବାରୁ ଏହା ତ୍ୱଚା ପାଇଁ ବହୁତ୍ ଉପକାର ହୋଇଥାଏ । ଲେମ୍ବୁ ରସ କୁ ମୁହଁର କଳା ଦାଗ ଉପରେ ଲଗେଇ କିଛି ସମୟ ପରେ ତାକୁ ଧୋଇଦେବ ଦ୍ବାରା ମୁହଁ ର କଳା ଦାଗ ଦୂର ହୋଇଥାଏ । ମହୁ ତ୍ୱଚା ପାଇଁ ଲାଭକାରୀ ହେବା ସହ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଦୁଇ ଚାମଚ୍ ଲେମ୍ବୁ ଚୋପା ଗୁଣ୍ଡ ରେ ତିନି ଚାମଚ ମହୁ ମିଶାଇ ମୁହଁ ରେ ଲଗାଇ କିଛି ସମୟ ପରେ ଶୁଖି ଯିବା ପରେ ତାକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ମୁହଁର କଳା ଦାଗ ଦୂର ହୋଇଥାଏ।
ବେକିଂ ସୋଡା ଓ ପାଣି ମିଶାନ୍ତୁ। ଏହି ପେଷ୍ଟ୍କୁ ନିଜ କହୁଣୀ, ଆଣ୍ଠୁ ଏବଂ ବେକରେ ଲଗାନ୍ତୁ। ଲଗାଇବା ପରେ ଏହାକୁ ୧୦ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ମିଶ୍ରଣକୁ ପାଣିରେ ଧୋଇ ନିଅନ୍ତୁ। ସପ୍ତାହରେ ଦୁଇ ଥର ଏମିତି କରନ୍ତୁ । ଦେଖିବେ ଧୀରେ ଧୀରେ ଫରକ ନଜର ଆସିବାକୁ ଲାଗିବ । ସେହିପରି ଦହି ଓ ବେସନର ଲେପ ଆପଣ କହୁଣୀ, ବେକ ଏବଂ ଆଣ୍ଠୁରେ ଲଗାନ୍ତୁ। ଏହି ଲେପ ଲଗାଇବା ପରେ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ହାଲୁକା ହାତରେ ମସାଜ କରନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ, ଏଥିରୁ ଆପଣଙ୍କୁ ଫରକ ନଜର ଆସିବ । ଏହି ଉପଚାରକୁ ଲଗାତାର କିଛି ଦିନ ଉପଯୋଗ କଲେ କହୁଣୀ ବିଲ୍କୁଲ ସଫା ହୋଇଯିବ । କହୁଣୀର କଳାପଣ ଦୂର କରିବାରେ ଆଳୁ ମଧ୍ୟ ଆପଣଙ୍କୁ ସାହାଯ୍ୟ କରି ପାରିବ। ପ୍ରଥମେ ଆଳୁକୁ ଛୋଟ ଆକାରରେ କାଟି ନିଅନ୍ତୁ ଏବଂ ଏହାକୁ କହୁଣୀ, ବେକ ଓ ଆଣ୍ଠୁ ଉପରେ ରଖି ରଗଡ଼ନ୍ତୁ। ୨୦ ମିନିଟ୍ ପରେ ସେହି ସ୍ଥାନକୁ ପାଣିରେ ଧୋଇ ଦିଅନ୍ତୁ । ଏମିତି ପ୍ରତିଦିନ ଆପଣ କରି ପାରିବେ । ଏହାଦ୍ୱାରା ନା କେବଳ ଆପଣଙ୍କ ତ୍ୱଚା ସଫା ହେବ, ବରଂ ଏହା ସୁନ୍ଦର ମଧ୍ୟ ଦିଶିବ ।
ଚା’ ବ୍ୟାଗ ପାଣିରେ ଭିଜାନ୍ତୁ, ପରେ ଏହାକୁ ଫ୍ରିଜରେ ରଖନ୍ତୁ । କିଛି ସମୟ ପରେ ବ୍ୟାଗକୁ ଆଖି ଉପରେ ରଖନ୍ତୁ । ଚା’ରେ ଥିବା କଫିନ୍ ଚର୍ମ ସମସ୍ୟା ଦୂର କରିପାରିବ । ଆପଣ ଏହି ପଦ୍ଧତିକୁ ନିୟମିତ କରିବା ଉଚିତ୍ । ଚର୍ମର ଯତ୍ନ ନେବାରେ ଆଲୋଭେରା ଆହୁରି ଉପକାରୀ । ଆଖି ତଳେ ଥିବା ଡାର୍କ ସର୍କଲକୁ ହଟାଇବା ପାଇଁ ଆପଣଙ୍କୁ ପ୍ରତିଦିନ ରାତିରେ ତ୍ୱଚାରେ ଆଲୋଭେରା ଜେଲ୍ ଲଗାଇବାକୁ ପଡିବ । ଏହା ପ୍ରାକୃତିକ ଉପାୟରେ ଡାର୍କ ସର୍କଲଗୁଡିକୁ ଦୂର କରିପାରିବ । ଟମାଟୋ ଏବଂ ଲେମ୍ବୁ ରସ, ଏହି ଦୁଇଟି ଜିନିଷରେ ଏପରି ଉପାଦାନ ମିଳିଥାଏ, ଯାହା ଚର୍ମକୁ ଉନ୍ନତ ଉପାୟରେ ଉଜ୍ଜ୍ୱଳ କରିପାରିବ । ଏକ ପାତ୍ରରେ ଲେମ୍ବୁ ଏବଂ ଟମାଟୋ ରସ ମିଶାନ୍ତୁ । ଏହାକୁ ଆଖି ତଳେ ଲଗାନ୍ତୁ ଏବଂ ଶୁଖିଗଲେ ଏହାକୁ ଧୋଇ ଦିଅନ୍ତୁ । ଏକ ମାସ ପାଇଁ ଏହା କରନ୍ତୁ ଏବଂ ପାର୍ଥକ୍ୟ ଦେଖନ୍ତୁ ।
Share your comments