1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ଏହି କୋବି

ଫୁଲକୋବି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ଚାହିଦା ମଧ୍ୟ ବେଶ ଅଧିକ ରହିଛି, କିନ୍ତୁ ଜାଣିଛନ୍ତି କି ଏହି ଫୁଲକୋବି ଆପଣଙ୍କୁ ବଡ ବଡ ରୋଗରୁ ବି ରକ୍ଷା କରିବାର କ୍ଷମତା ରଖିଥାଏ |

Rajashree
Rajashree
Incredible health benefits of culiflower

Incredible health benefits of culiflower

- ସାଧାରଣତଃ ଫୁଲ କୋବି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି | ଫୁଲକୋବି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ଚାହିଦା ମଧ୍ୟ ବେଶ ଅଧିକ ରହିଛି, କିନ୍ତୁ ଜାଣିଛନ୍ତି କି ଏହି ଫୁଲକୋବି (benefits of culiflower)ଆପଣଙ୍କୁ ବଡ ବଡ ରୋଗରୁ ବି ରକ୍ଷା କରିବାର କ୍ଷମତା ରଖିଥାଏ |

- ଫୁଲକୋବିରେ(culiflower) କ୍ୟାଲୋରୀ କମ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଛି | ମଣିଷ ଶରୀରକୁ ଆବଶ୍ୟକ ଥିବା ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଫୁଲକୋବିରୁ ମିଳିଥାଏ | ଏକ କପ୍ ଫୁଲକୋବିରେ 77 %ଭିଟାମିନ୍ ସି, 20 % ଭିଟାମିନ୍ କେ, 14 % ଫୋଲେଟ୍, 9 % ପୋଟାସିୟମ୍ ଏବଂ 8 % ମାଙ୍ଗାନିଜ୍ ରହିଥାଏ | ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଏ ସମସ୍ତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥିବାରୁ ଫୁଲକୋବିର ଚାହିଦା ବହୁତ |

- ଫୁଲକୋବିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି | ଫାଇବର ଶରୀରରେ ସୁସ୍ଥ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ ଏବଂ ହଜମ ଶକ୍ତି ବଢ଼ାଇଥାଏ | ଫୁଲକୋବିରେ (culiflower)ପର୍ଯ୍ୟାପ୍ତ ପରିମାଣର ଫାଇବର ଥିବା ଯୋଗୁଁ କୋଷ୍ଠକାଠିନ୍ୟ, ଡାଇଭର୍ଟିକୁଲାଇଟିସ୍ ଭଳି ସମସ୍ୟା ମୂଳରୁ ସମାଧାନ ହୋଇଯାଇଥାଏ |

- ଫୁଲକୋବି ମଧୁମେହ ବା ଡାଇବେଟିସ (Cauliflower for diabetes patient)କଣ୍ଟ୍ରୋଲ କରିବା ସହ କିଡନୀ ରୋଗର ଆଶଙ୍କାକୁ କମ କରିଥାଏ ,ଏହା ସହ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଟ୍ୟୁମର ଭଳି ସମସ୍ୟାକୁ ବଢ଼ିବାରେ ରୋକିଥାଏ |ଫୁଲ କୋବି ଶରୀରର ଉଚ୍ଚ ରକ୍ତଚାପକୁ ମଧ୍ୟ ନିନ୍ତ୍ରୟଣ ରଖିବାର ସାହାର୍ଯ୍ୟ କରିଥାଏ |

- ଫୁଲକୋବିରେ (benefits of culiflower) ଗ୍ଲୁକୋସିନୋଲେଟସ ଏବଂ ଆଇସୋଥିୟୋସାଇନେଟ ଅଛି | ଫୁଲ କୋବିରେ ଥିବା ଉଭୟ ଆଣ୍ଟିଅକ୍ସିଡେଣ୍ଟ କ୍ୟାନସର ଭଳି ମାରାତ୍ମକ କୋଷକୁ ବଢ଼ିବାରେ ରୋକିଥାଏ | ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ଲୁକୋସିନୋଲେଟ୍ସ ଏବଂ ଆଇସୋଥାଇଓସିଆନେଟ୍ କୋଲନ୍, ଫୁସଫୁସ, ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ଉପରେ ଫୁଲକୋବି ବେଶ ପ୍ରଭାବ ପକାଇଥାଏ |

- ଫୁଲକୋବିରେ (benefits of culiflower) ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି | ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ ଏହା ସହ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରେ |

- ଫୁଲକୋବି ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଫୁଲକୋବି (culiflower) ବହୁତ କମ୍ ପରିମାଣରେ କ୍ୟାଲୋରୀ ଥାଏ, ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣ ଏହାକୁ ପ୍ରଚୁର ପରିମାଣରେ ଖାଆନ୍ତୁ | ଫୁଲକୋବିରେ ଫାଇଭର ଭରପୁର ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଶୀଘ୍ର ଭୋକ ଲାଗି ନଥାଏ | ଫୁଲକୋବିରେ ଜଳୀୟ ପଦାର୍ଥ ଅଧିକ ପରିମାଣରେ ଥିବାରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ |

ଚାଷୀଙ୍କ ଭାଗ୍ୟ ଖୋଲିବ ଫୁଲକୋବି !

ବାଇଗଣୀ ଫୁଲକୋବି ଖାଇଛନ୍ତି କି ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments