1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡ୍ ପ୍ରେସର ଦୂର କରିଦେବ ଚୋପା ଲଗା ଆଳୁ..

ଅଧିକାଂଶ ଲୋକ ଚୋପା ଥିବା ଆଳୁ(Unpeeled Potato) ସେବନ କରିବାକୁ ପସନ୍ଦ କରନ୍ତି ନାହିଁ । ଏହାର ଗୋଟିଏ କାରଣ ହେଉଛି ମଇଳା ଏବଂ ଅନ୍ୟଟି ହେଉଛି ସ୍ୱାଦ। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚୋପା ସହିତ ଆଳୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅନେକ କାରଣ ଅଛି, କିନ୍ତୁ ସେଥି ମଧ୍ୟରୁ ଗୋଟିଏ ହେଉଛି ଆଳୁ ଚୋପା ରେ ମିଳୁଥିବା ଭିଟାମିନ୍(Vitamin) ଏବଂ ପୋଷକ ତତ୍ତ୍ୱ(Nutrition)। ଆଳୁ ଚୋପାରେ ପୋଟାସିୟମ ଏବଂ ଆଇରନ୍ ପ୍ରଚୁର ପରିମାଣରେ ରହିଥାଏ ।

Priyambada Rana
Priyambada Rana
Health Benefits of unpeeled potatoes

Health Benefits of unpeeled potatoes

ଅଧିକାଂଶ ଲୋକ ଚୋପା ଥିବା ଆଳୁ(Unpeeled Potato) ସେବନ କରିବାକୁ ପସନ୍ଦ କରନ୍ତି ନାହିଁ । ଏହାର ଗୋଟିଏ କାରଣ ହେଉଛି ମଇଳା ଏବଂ ଅନ୍ୟଟି ହେଉଛି ସ୍ୱାଦ। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚୋପା ସହିତ ଆଳୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅନେକ କାରଣ ଅଛି, କିନ୍ତୁ ସେଥି ମଧ୍ୟରୁ ଗୋଟିଏ ହେଉଛି ଆଳୁ ଚୋପା ରେ ମିଳୁଥିବା ଭିଟାମିନ୍(Vitamin) ଏବଂ ପୋଷକ ତତ୍ତ୍ୱ(Nutrition)। ଆଳୁ ଚୋପାରେ ପୋଟାସିୟମ ଏବଂ ଆଇରନ୍ ପ୍ରଚୁର ପରିମାଣରେ ରହିଥାଏ । ଯାହା ଲାଲ ରକ୍ତ କଣିକାକୁ ପ୍ରୋତ୍ସାହିତ କରେ । ଏଥିସହିତ ଏହା ଶରୀରରେ ଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଆଳୁ ଚୋପା ସହ ସେବନ କରିବା ଦ୍ୱାରା କେଉଁ ସବୁ ସମସ୍ୟା ଦୂର ହୋଇଥାଏ ।

୧.କମ୍ ରକ୍ତଚାପ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଆଳୁ ଚୋପାରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହା ଶରୀରରେ ଥିବା ପୋଟାସିୟମ୍ ଅଭାବକୁ ଦୂର କରିବାରେ ସାହାଯ୍ୟ କରେ । ଏଥିସହିତ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ । ଫଳରେ କମ୍ ରକ୍ତଚାପ(Blood Pressure) ଥିବା ସମସ୍ୟା ଦୂର ହୁଏ । ତେଣୁ ଏହି ସମସ୍ୟାରେ ସମ୍ମୁଖୀନ ଥିବା ବ୍ୟକ୍ତିମାନେ ଚୋପାଥିବା ଆଳୁ ସେବନ କରିବା ଉଚିତ୍ ।

୨.ଖରାପ ହଜମପ୍ରକ୍ରିୟା: ହଜମ ପ୍ରକ୍ରିୟା(Digestion System) ମନ୍ଥର ହେବା ଦ୍ୱାରା ଖରାପ ହଜମ ହୋଇପାରେ। ଏପରି ପରିସ୍ଥିତିରେ, ଚୋପା ସହିତ ଆଳୁର ବ୍ୟବହାର ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଏହି ଚୋପା ପେଟରେ ରୁଗ୍ ଏବଂ ଫାଇବର ଭଳି କାମ କରିଥାଏ । ଫଳରେ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥାଏ । ଯେଉଁକାରଣରୁ ଆମ ହଜମ ପ୍ରକ୍ରିୟାରେ ଦେଖାଦେଉଥିବା ସମସ୍ୟା ଦୂର ହୁଏ ।

୩. ଭିଟାମିନ୍ ବି-୬ ଅଭାବ: ଆଳୁଚୋପାରେ ଭିଟାମିନ ବି-୬ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ସେବନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ଖାସ କରି ଭିଟାମିନ୍ ବି-୬ ଅଭାବରୁ ହେଉଥିବା ସମସ୍ୟାଗୁଡିକ ଦୂର ହୋଇଥାଏ । ଫଳରେ ଚୋପା ସହିତ ଆଳୁର ବ୍ୟବହାର ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।

୪. ମେଦବହୁଳତା ହ୍ରାସ କରେ: ଚୋପା ସହିତ ଆଳୁ ଖାଇବା ମୋଟାପଣ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।

୪. ମେଦବହୁଳତା ହ୍ରାସ କରେ: ଚୋପା ସହିତ ଆଳୁ ଖାଇବା ମୋଟାପଣ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ । କାରଣ ଆଲୁଚୋପା ବାସ୍ତବରେ, ପେଟ ଏବଂ ଅନ୍ତଃସ୍ଥଳର ମେଟାବୋଲିକ୍ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଥାଏ । ଯାହା ମୋଟାପଣ ରୋଗୀଙ୍କୁ ବିଶେଷ ଲାଭ ଦେଇଥାଏ । ତେଣୁ ଏହି ସମସ୍ୟାର ସମ୍ମୁଖୀନ  ହେଉଥିବା ବ୍ୟକ୍ତିମାନେ ଆଳୁକୁ ସିଝାଇ ଏହାକୁ ଥଣ୍ଡା କରି ଚୋପା ସହିତ ସେବନ କରନ୍ତୁ ।

ବଡ଼ ପେଟକୁ କମ୍ କରିଦେବ ବାସି ରୁଟି...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments