1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସକାଳୁ କେବଳ 2 ଚାମଚ, ପାଖ ମାଡିବନି ରୋଗ

ମଧୁମେହ ରୋଗୀଙ୍କ ପାଇଁ ଅଳସୀ ଏକ ରାମବାଣ ପରି କାମ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶର୍କରା ସ୍ତରକୁ କମ୍ କରିଥାଏ ଏବଂ ଯେଉଁମାନେ ପ୍ରତିଦିନ ଏହା ଖାଇଥାଆନ୍ତି ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ନଥାଏ ।

Sudesna Nayak
Sudesna Nayak
know Alasi Flax seed Health Benefits reduce blood pressure

know Alasi Flax seed Health Benefits reduce blood pressure

ଅଳସି ମଞ୍ଜି (Flax seed) ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ଲାଭ ହେତୁ ତାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା । ଆଜି ସମସ୍ତେ ନିଜ ଖାଦ୍ୟରେ ଅଳସି ମଞ୍ଜି (Flax seed) ଅନ୍ତର୍ଭୁକ୍ତ କରନ୍ତି, ଅଳସୀ (Flax seed)ରେ ପୋଟାସିୟମ, ଓମେଗା ୩, ଫାଇବର ଭରପୂର ମାତ୍ରାରେ ରହିଥାଏ । ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡିୟମକୁ ବାହାର କରିବାରେ କିଡନୀର ସାହାଯ୍ୟ କରିଥାଏ । ମଧୁମେହ (Diabetes)ରୋଗୀଙ୍କ ପାଇଁ ଅଳସୀ ଏକ ରାମବାଣ ପରି କାମ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶର୍କରା ସ୍ତରକୁ କମ୍ କରିଥାଏ ଏବଂ ଯେଉଁମାନେ ପ୍ରତିଦିନ ଏହା ଖାଇଥାଆନ୍ତି ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ନଥାଏ ।

ଅଳସୀ ଖାଇବା ଦ୍ବାରା ଓଜନ କମିଥାଏ,ଜାଣନ୍ତୁ...

ଅଳସୀ (Alasi) ଖାଇବା ଦ୍ବାରା ଓଜନ କମିଥାଏ କାରଣ ଏହା ଶରୀରରେ ଥିବା ଚର୍ବିକୁ କମ୍ କରିଥାଏ । ଅଳସୀ (Flax seed)ରେ ବିଭିନ୍ନ ପ୍ରକାରର ଫାଇବର ଏବଂ ପ୍ରୋଟିନ୍ ରହିଥାଏ । ଓଜନ ହ୍ରାସ ପାଇଁ ଅଳସି (Alasi)ଭାବରେ ବିବେଚନା କରାଯାଏ । ବିଶେଷକରି ମହିଳାମାନଙ୍କ ପାଇଁ ଏହା ଅଧିକ ଲାଭଦାୟକ ଅଟେ । ଆପଣ ଭଜା ମଞ୍ଜି ଆକାରରେ କିମ୍ବା ପାଉଡର ଆକାରରେ ଏହାକୁ ଖାଇପାରିବେ ।

ମଧୁମେହ (Diabetes)ରୋଗୀଙ୍କ ପାଇଁ ଅଳସୀ ରାମବାଣ ,ଜାଣନ୍ତୁ...

ମଧୁମେହ (Diabetes) ରୋଗୀଙ୍କ ପାଇଁ ଅଳସୀ (Flax seed)ଏକ ରାମବାଣ ପରି କାମ କରିଥାଏ ।ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶର୍କରା ସ୍ତରକୁ କମ୍ କରିଥାଏ ଏବଂ ଯେଉଁମାନେ ପ୍ରତିଦିନ ଏହା ଖାଇଥାଆନ୍ତି ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ନଥାଏ ।

ଶରୀରକୁ ଏନର୍ଜି ବା ଶକ୍ତି ଯୋଗାଇ ଥାଏ ଅଳସି,ଜାଣନ୍ତୁ...

ଅଳସି ମଞ୍ଜି (Flax seed)ରେ ରହିଛି ଏସିଡ୍‌, ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ବି, ସେଲେନିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ ଓ ଜିଙ୍କ । ଏହା ଶରୀରକୁ ଏନର୍ଜି ବା ଶକ୍ତି ଯୋଗାଇ ଥାଏ । ଏହାଛଡା ନିୟମିତି ଅଳସି ମଞ୍ଜି ଖାଇଲେ ଥଣ୍ଡା ସର୍ଦ୍ଦି, କାଶ ଆଦି ହୋଇ ନ ଥାଏ ।

କେଶ ଝଡ଼ିବାର ସମସ୍ୟାରୁ ମୁକ୍ତି ଦିଏ ଅଳସି,ଜାଣନ୍ତୁ...

ଯେଉଁମାନଙ୍କର କେଶ ଝଡ଼ିବାର ଏବଂ କେଶ ଖରାପ ହେବାର ସମସ୍ୟା ଦେଖାଯାଇଥାଏ ସେମାନେ ମଧ୍ୟ ପ୍ରତିଦିନ ଅଳସୀ (Flax seed) ଖାଇବା ଉଚିତ୍ । ଫଳରେ କେଶକୁ ପୋଷଣ ମିଳିଥାଏ ଏବଂ କେଶ ମୁଲାୟମ ଏବଂ ମଜବୁତ ରହିଥାଏ ।

ଅଳସି (Alasi)ଖାଇବାର ପ୍ରଣାଳୀ,ଜାଣନ୍ତୁ...

ପ୍ରଥମେ ଆପଣ ଅଳସି (Alasi) କୁ ଗୁଣ୍ଡ କରିଦିଅନ୍ତୁ । ଏକ ପାତ୍ରରେ କିଛି ଦହି ନିଅନ୍ତୁ ଓ ସେଥିରେ ଅଳସି(Flax seed)ର ଗୁଣ୍ଡ ରୁ ଦୁଇ ଚାମଚ୍ ମିଶାଇ ଦିଅନ୍ତୁ ଓ ସେହି ମିଶ୍ରଣ କୁ ସକାଳେ ଖାଲି ପେଟରେ ଖାଆନ୍ତୁ । ଧ୍ୟାନ ରଖିବେ କେବେ ମଧ୍ୟ ସେହି ଏହି ରେଶିପିକୁ ଅଧିକ ସମୟ ପର୍ଯ୍ୟନ୍ତ ରଖି ସେବନ କରିବେ ନାହିଁ । ଏହା ଦ୍ୱାରା ଆପଣଙ୍କ ଶରୀରର କ୍ଷତି ହୋଇଥାଏ । ଦହି ସହିତ ଅଳସି ମିଶାଇବା ପରେ ସାଙ୍ଗେ ସାଙ୍ଗେ ତାର ସେବନ କରନ୍ତୁ । ଏପରି ଲଗାତର ଭାବେ ୪ ଦିନ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଶରୀର ରୋଗ ମୁକ୍ତ ହୋଇଯିବ ।

ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ଅଳସି,ଜାଣନ୍ତୁ...

୧୦୦ ଗ୍ରାମ ଅଳସୀ (Flax seed)ରେ ୮୧୩ ମିଲିଗ୍ରାମ ପୋଟାସିୟମ ରହିଥାଏ । ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର । ଯାହା ରକ୍ତଚାପ (blood pressure)କୁ ନିୟନ୍ତ୍ରଣରେ ରଖିଥାଏ । ଏଥିରେ ଥିବା ଆଲଫା ଲିନୋଲେନିକ ଏସିଡ ଏବଂ ଲିଗନାନ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିଥାଏ ।

ପ୍ରକାଶ ଥାଉ ଯେ, ଅଳସୀ (Alasi) ରାଇତାକୁ ଆପଣ କିଛି ସମୟ ମଧ୍ୟରେ ଖାଇପାରିବେ । ଏହା ଶରୀରକୁ ଅନ୍ୟ ରୋଗ ସଂକ୍ରମିତ ହେବାକୁ ଦିଏନାହିଁ । ଯଦି ଆପଣ କେବେ ବି ଅଳସୀ ରାଇତା ଟ୍ରାଏ କରିନାହାନ୍ତି, ତେବେ ଆଜି ଜାଣନ୍ତୁ କିପରି ଏହାକୁ ପ୍ରସ୍ତୁତ କରିବେ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments