1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବ ଷ୍ଟ୍ରବେରୀ

ଷ୍ଟ୍ରବେରୀର ସ୍ୱାଦ ଟିକେ ଟିକେ ଖଟା ହୋଇଥାଏ ଫଳରେ ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍ ସି, ପୋଟାସିୟମ୍, ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ଥିବାରୁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ |

Rajashree
Rajashree
know benefits of strawberry

know benefits of strawberry

ଆଜିକାଲି ଅନେକ ଲୋକଙ୍କର ଉଚ୍ଚ ରକ୍ତ ଚାପ ସମସ୍ୟା ଦେଖାଯାଉଛି | ଉଚ୍ଚ ରକ୍ତ ଚାପ (high blood pressure)ସମସ୍ୟା ଯୋଗୁଁ ହୃଦ୍‌ ସ୍ପନ୍ଦନ, ଷ୍ଟ୍ରୋକ୍ ଏବଂ ହୃଦୟ ସମ୍ବନ୍ଧିତ ଅନେକ ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡୁଛି | ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟ ପାନୀୟର ସନ୍ତୁଳନ ଅଭାବରୁ ଏହି ସବୁ ସମସ୍ୟା ଦେଖାଯାଉଛି |

ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ମତରେ ଉଚ୍ଚ ରକ୍ତଚାପ (high blood pressure)ହେବା ପରେ ଖାଦ୍ୟରେ ସୋଡିୟମର ପରିମାଣକୁ କମେଇବାକୁ ପଡେ | ଅଧିକ ତେଲ ଓ ଘିଅ ଜାତୀୟ ଖାଦ୍ୟ କମ ଖାଇବାକୁ ପଡେ | ତେବେ ଫଳ ମୂଳ ସାହାର୍ଯ୍ୟରେ ମଧ୍ୟ ଆମେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିପାରିବା | ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପଦାର୍ଥ ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବ

1 - ଦହି: ଦହିରେ (Curd) ଭରପୁର ମାତ୍ରାରେ ପୋଟାସିୟମ୍ ଏବଂ କ୍ୟାଲ୍‌ସିୟମ୍ ଥାଏ | ଦହି ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ | ଏଥିରେ ସୁସ୍ଥ ବୀଜାଣୁ ରହିଥାଏ ଯାହା ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେଇଥାଏ |

2 - ସବୁଜ ପରିବା : ସବୁଜ ପରିବାରେ (Green Vegetables) ନାଇଟ୍ରେଟ୍ ଥାଏ ଯାହା ହଜମ ହେବା ପରେ ନାଇଟ୍ରିକ୍ ଅକ୍ସାଇଡ୍‌ରେ ପରିଣତ ହୁଏ | ନାଇଟ୍ରିକ୍ ଅକ୍ସାଇଡ୍ ରକ୍ତବାହୀକୁ ଆରାମ ଏବଂ ବିସ୍ତାର କରି ରକ୍ତଚାପକୁ ହ୍ରାସ କରିଥାଏ |

3 - ପଇଡ ପାଣି: ପଇଡ ପାଣି (coconut water)ଆପଣଙ୍କୁ ହାଇଡ୍ରେଟ୍ ରଖେ ଏବଂ ଏକ ପ୍ରାକୃତିକ ଡାଇୟୁରେଟିକ୍ ଭଳି କାମ କରେ | ପଇଡ ପାଣି ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖି ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ |

4 - ଡାଳିମ୍ବ: ଡାଳିମ୍ବ ଏନ୍‌ଜାଇମ୍ ACE ହ୍ରାସ କରିବାରେ ସାହାଯ୍ୟ କରେ ଯାହା ରକ୍ତ ବାହିକାର ଆକାରକୁ ନିୟନ୍ତ୍ରଣ କରିଥାଏ, ଯାହା ଫଳରେ ଶରୀରରୁ ରକ୍ତଚାପ ହ୍ରାସ ହୋଇଥାଏ |

5 - ଷ୍ଟ୍ରବେରୀ: ଷ୍ଟ୍ରବେରୀର (strawberry)ସ୍ୱାଦ ଟିକେ ଟିକେ ଖଟା ହୋଇଥାଏ ଫଳରେ ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍ ସି, ପୋଟାସିୟମ୍, ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ଥିବାରୁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଏହାକୁ ଆପଣ ସସ୍, କେକ୍, କ୍ଷୀର, ସାଲାଡ ଆଦିରେ ମିଶେଇ ଖାଇପାରିବେ | ଏହା ଶରୀର ପାଇଁ ହିତକର ହୋଇଥାଏ

ଡାଇବେଟିସରୁ ମୁକ୍ତି ଦେବ ଗ୍ରୀନ ମଟର

କିସମିସ ସହିତ ଖାଆନ୍ତୁ ମହୁ, ବ୍ଲଡପ୍ରେସରରୁ ମିଳିବ ମୁକ୍ତି

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments