ଗ୍ଲୁଟନ ଏକ କଲେକ୍ଟିଭ୍ ଟର୍ମ । ଯେଉଁଥିରେ ପୋଲାମିନ୍ ନାମକ ଭଣ୍ଡାରଣ ପ୍ରୋଟିନ ରହିଥାଏ । ସାଧାରଣତଃ ଗ୍ଲୁଟନ ଗହମ, ଜୋ, ବର୍ତନି ଓ ରାଇ ପରି ସାମଗ୍ରୀରୁ ଆସିଥାଏ । ଗରମ ହେବା ଦ୍ୱାରା ଗ୍ଲୁଟନ ଏକ (elastic network) ତିଆରି କରିଥାଏ ଯାହା ଦ୍ୱାରା ଶରୀରରେ ଖାଦ୍ୟକୁ ଏକାଠି କରି ରଖିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ହିଁ ଗ୍ଲୁଟନ ଯୁକ୍ତ ଶସ୍ୟକୁ ପେଶି ସେଥିରେ ବ୍ରେଡ ଓ ଅନ୍ୟାନ୍ୟ ଜିନିଷ ତିଆରି କରାଯାଏ । ଗ୍ଲୁଟନ (gluten food)କୁ ନେଇ ବହୁତ କିଛି ଲୋକଙ୍କ ମତ ମଧ୍ୟ ରହିଛି ଯେ, ଗ୍ଲୁଟନ (gluten food) ଜାତୀୟ ଜିନିଷ ଶରୀର ପ୍ରତି ହାନିକାରକ ।
ଚୂଡାରେ କମ ମାତ୍ରାରେ ଗ୍ଲୁଟନ ରହିଛି । ଏହାଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ବ୍ରାଉନ୍ ଚାଉଳ ହେଉ କିମ୍ବା ଧଳା ଚାଉଳ, ଉଭୟ ଗ୍ଲୁଟେନ୍ ମୁକ୍ତ ।
ଜାଣି ରଖନ୍ତୁ ଯେ, ଯଦି ଆପଣ କୌଣସି ମେଡିକାଲ ଟ୍ରିଟମେଣ୍ଟରେ ଅଛନ୍ତି ତେବେ ଗ୍ଲୁଟନ ଫ୍ରି ଡାଏଟ ଫୁଡ୍ କୁ ଚୟନ କରିବା ଏକ ଭଲ ବିକଳ୍ପ ବୋଲି କହିପାରିବା । ଏଥିରେସେଲିଆକ୍ ରୋଗ, ଆଲର୍ଜି, ଇରିଟେବଲ ବାଉଲ ସିଣ୍ଡ୍ରୋମ କିମ୍ବା (non-celiac gluten sensitivity) ଅନ୍ତର୍ଭୁକ୍ତ ।
ଗ୍ଲୁଟନ (gluten) ସାଧାରଣତଃ ମଇଦା ରୁ ପ୍ରସ୍ତୁତ ହୋଇଥାଏ ଯେମିତିକି ପାଉଁରୁଟି , ଡବଲ ରୁଟି , ବ୍ରେଡ ଏହିପରି ଅନ୍ୟ କିଛି ଖାଦ୍ୟ ମାନଙ୍କରେ ବହୁତ୍ ପରିମାଣରେ ରହିଥାଏ । ଏହି ସବୁ ଖାଦ୍ୟ ସେବନ କରିବା ଦ୍ଵାରା ଏହା ବହୁତ୍ ଡେରି ହୁଏ ହଜମ ହେବାକୁ । ସେଥିପାଇଁ ଆମ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ଵ ମିଳିପାରେ ନାହିଁ । ସେଥିପାଇଁ ଏହି ସବୁ ଖାଦ୍ୟ କୁ ଖାଆନ୍ତୁ ନାହିଁ । ତେବେ ଯଦି ଆପଣ ମାନଙ୍କୁ ଥାଇରଏଡ (thyroid) ରୋଗ ହୋଇଥାଏ ତାହେଲେ ଏହି ସବୁ ଖାଦ୍ୟକୁ ଭୁଲରେ ସେବନ କରନ୍ତୁ ନାହିଁ ।
ଏହା ଆପଣଙ୍କ ଶରୀରର ହିତ କରିବା ପରିବର୍ତ୍ତେ ଆପଣଙ୍କ ଶରୀର ର ଅନିଷ୍ଠ କରିଥାଏ ଅର୍ଥାତ୍ ଆପଣଙ୍କ ଥାଇରଏଡ (thyroid)କୁ । ଏହା ଆପଣଙ୍କ ଶରୀରର ହିତ କରିବା ପରିବର୍ତ୍ତେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଅର୍ଥାତ୍ ଏହା ଆପଣଙ୍କ ଥାଇରଏଡ (thyroid)କୁ ଅଧିକ ଗୁରୁତର କରିଥାଏ ।
ବର୍ତ୍ତମାନ ସମୟରେ ଗ୍ଲୁଟନ ମୁକ୍ତ ଖାଦ୍ୟର ଟ୍ରେଣ୍ଡ ଚାଲୁଛି । କିନ୍ତୁ ବିଶେଷଜ୍ଞଙ୍କ ମୁତାବକ ଗ୍ଲୁଟନର ଓଜନ ହ୍ରାସ କରିବା ସହିତ ବିଶେଷ ସମ୍ବନ୍ଧ ରହିଛି । ଗ୍ଲୁଟନ (gluten food) ସେହି ମାନଙ୍କ ପାଇଁ ହାନିକାରକ ହୋଇଥାଏ ଯେଉଁମାନେ ସୀଲିଏକ ରୋଗରେ ପୀଡିତ ରହିଛନ୍ତି । ଏମାନଙ୍କର ସଂଖ୍ୟା ଦୁନିଆରେ ଏକ ପ୍ରତିଶତ ହିଁ ରହିଥାଏ । ଏଥିପାଇଁ ଭାତ ଖାଇବା ସମ୍ପୂର୍ଣ୍ଣ ନିରାପଦ ଅଟେ ।
ପ୍ରକାଶ ଥାଉ ଯେ, ଯଦି ଆପଣ କୌଣସି ମେଡିକାଲ ଟ୍ରିଟମେଣ୍ଟରେ ଅଛନ୍ତି ତେବେ ଗ୍ଲୁଟନ ଫ୍ରି ଡାଏଟ ଫୁଡ୍ କୁ ଚୟନ କରିବା ଏକ ଭଲ ବିକଳ୍ପ ବୋଲି କହିପାରିବା ।
Share your comments