1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବ ମାଣ୍ଡିଆ ଉପମା

ମାଣ୍ଡିଆ ଉପମା ସକାଳ ଲଜଳଖିଆରେ ଖାଇଲେ ଶରୀର ପାଇଁ ଅତି ଲାଭଦାୟକ ହୋଇଥାଏ । ମାଣ୍ଡିଆ ଉପମା ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବା ସହ ଡାଇବେଟିସ ,ହୃଦଘାତର ଆଶଙ୍କାକୁ ମଧ୍ୟ କମ କରିଥାଏ ।

Sudesna Nayak
Sudesna Nayak
mandia Upma Good for Diabetes Upma is beneficial for diabetes

mandia Upma Good for Diabetes Upma is beneficial for diabetes

ମାଣ୍ଡିଆ (Millet)ଏକ ପୃଷ୍ଟିକର ଖାଦ୍ୟ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ । ପିଲା ହୁଅନ୍ତି କି ବୟସ୍କ ଉପମା ( Upma) ଖାଇବାରୁ ସମସ୍ତେ ପସନ୍ଦ କରନ୍ତି । ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । ମାତ୍ର ଏବେ ସମୟ ବଦଳିବା ସହ ମାଣ୍ଡିଆ (mandia)ର ଚାହିଦା ମଧ୍ୟ ବଦଳିବାରେ ଲାଗିଛି । କିନ୍ତୁ ଆପଣମାନେ ଜାଣିଛନ୍ତି କି, ମାଣ୍ଡିଆ ଉପମା (Millet Upma)ଉଚ୍ଚ ରକ୍ତ ଚାପ (high blood pressure)ସମସ୍ୟାରୁ ମୁକ୍ତି ଦେବା ସହ ଡାଇବେଟିସ (dibetes),ହୃଦଘାତର (heart attack) ଆଶଙ୍କାକୁ ମଧ୍ୟ କମ କରିଥାଏ ।

ସୂଚନା ଅନୁଯାୟୀ, ମଣ୍ଡିଆ (mandia)ରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଛି । ମାଣ୍ଡିଆ (mandia)ରେ ଶୂନ୍ୟ ପ୍ରତିଶତ କୋଲେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି । ଯାହା ଶରୀର ପାଇଁ ହିତକର ଅଟେ ।

ବର୍ତ୍ତମାନ ମାଣ୍ଡିଆ (mandia)ରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ଯ ଲୋକେ ଖାଇବା ପାଇଁ ବନାଉଛନ୍ତି । ଆପଣ ଘରେ କେବେ ମାଣ୍ଡିଆ ଉପମା (Millet Upma) ବନେଇଛନ୍ତି କି ? ଏହାକୁ ଆପଣମାନେ ସକାଳ ଜଳଖିଆରେ ମାତ୍ର 15 ମିନିଟ ମଧ୍ୟରେ ପ୍ରସ୍ତୁତ କରିପାରିବେ । ଏହାକୁ ଜଳଖିଆରେ (breakfast) ନିୟମିତ ବ୍ୟବହାର କଲେ ଆପଣ ସୁସ୍ଥ ରହିବା ସହିତ ଡାଇବେଟିସ (dibetes),ଉଚ୍ଚ ରକ୍ତ ଚାପ (high blood pressure)ସମସ୍ୟାରୁ ମୁକ୍ତି ଦେବ ଏବଂ ହୃଦଘାତର (heart attack) ଆଶଙ୍କାକୁ ମଧ୍ୟ କମ କରିଦେବ ।

ମାଣ୍ଡିଆ ଉପମା (Millet Upma) ସକାଳ ଲଜଳଖିଆରେ ଖାଇଲେ ଶରୀର ପାଇଁ ଅତି ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଫୁର୍ତ୍ତି ରଖିବା ସହିତ ଦିନ ସାରା ଶରୀରକୁ ସତେଜ ଅନୁଭବ କରାଇଥାଏ ।

ପ୍ରକାଶ ଥାଉ ଯେ, ମାଣ୍ଡିଆ (mandia) ବର୍ତ୍ତମାନ କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ, ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ଏହା ଯେ କୌଣସି ତେଜରାତି ଦୋକାନମାନଙ୍କରେ ସହଜରେ ହିଁ ମିଳିଯାଉଛି । ଦେଶ ବିଦେଶରେ ପରିଚିତ ହେଲାଣି ମିଲେଟ (Millet) ।

ପେଟର ବିଭିନ୍ନ ସମସ୍ୟା ଦୂର କରିଥାଏ ମାଣ୍ଡିଆ ଗୁପଚୁପ୍, ଜାଣନ୍ତୁ କିପରି କରିବେ ତିଆରି….

ଡାଇବେଟିସ୍ ହେଲେ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ, ପଢ଼ନ୍ତୁ ପୂରା ଖବର.....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments