1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ୟୁରିକ୍ ଏସିଡ୍‌ ସମସ୍ୟା ହଟେଇବ ଏହି ପତ୍ର

ସଜନା ଗଛର ପତ୍ର ଅନେକ ବଡ ବଡ ରୋଗ ବେମାରୀରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ସଜନା ପତ୍ର ଚୋବାଇ ଖାଇଲେ ୟୁରିକ୍ ଏସିଡ୍ ନିୟନ୍ତ୍ରିତ ହୁଏ |

Sudesna Nayak
Sudesna Nayak
Moringa leaves will destroy uric acid, image source - pexels.com

Moringa leaves will destroy uric acid, image source - pexels.com

ଆମ ଦେଶରେ ଏମିତି କେତେକ ଗଛ ଏବଂ ପତ୍ର ମିଳିଥାଏ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମିଳିଥାଏ | ସଜନା ଗଛ ବିଷୟରେ ତ ପ୍ରାୟତ ସମସ୍ତେ ଜାଣନ୍ତି, ଏହା ଏମିତି ଗଛ, ଯାହାର ଚେର ଠାରୁ ଆରମ୍ଭ କରି ପତ୍ର ଯାଏଁ ସବୁକିଛି କାମରେ ଲାଗିଥାଏ । ସଜନା ଗଛର ପତ୍ର ଅନେକ ବଡ ବଡ ରୋଗ ବେମାରୀରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ସଜନା ପତ୍ର (Moringa leaves) ଚୋବାଇ ଖାଇଲେ ୟୁରିକ୍ ଏସିଡ୍ (uric acid)ନିୟନ୍ତ୍ରିତ ହୁଏ |

ଜାଣିରଖନ୍ତୁ ଯେ, ସବୁଜ ଗଛ ଏବଂ ଉଦ୍ଭିଦଗୁଡାକୁ ଦେଖି ପ୍ରାୟତ ସମସ୍ତେ ଖୁସି ହୁଅନ୍ତି | ଏହା କେବଳ ଯେ ଆଖିକୁ ଭଲ ଦେଖାଯାଏ ତାହା ନୁହେଁ ଏହା ମନକୁ ମଧ୍ୟ ଶାନ୍ତି ଦେଇଥାଏ | ଆସନ୍ତୁ ଆପଣଙ୍କୁ କହିବା ଯେ ମାନସିକ ଶାନ୍ତି ଦେବା ବ୍ୟତୀତ ସବୁଜ ଗଛ ଏବଂ ଉଦ୍ଭିଦ ବହୁ ଗୁରୁତର ବଡ ବଡ ରୋଗରେ ଔଷଧ ପରି କାମ କରନ୍ତି | ତଥାପି, ଗୁରୁତର ଅସୁସ୍ଥତା ହେଲେ, ଆମେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ | କିନ୍ତୁ ଆପଣମାନେ ଜାଣିଛନ୍ତି କି, ସଜନା ପତ୍ର (Moringa leaves) ଚୋବାଇ ଖାଇଲେ ୟୁରିକ୍ ଏସିଡ୍ (uric acid)ନିୟନ୍ତ୍ରିତ ହୁଏ | ସଜନା ପତ୍ର (Moringa leaves)କୁ ମଧ୍ଯ ଆପଣ ଭଜା ଏବଂ ତରକାରୀ କରି ମଧ୍ୟ ଖାଇ ପାରିବେ |

ସଜନା ପତ୍ର (Moringa leaves)ରେ ଆଣ୍ଟିଅକ୍ସିଡାଣ୍ଟ,ଆଣ୍ଟିବାକ୍ଟେରିଆଲର ଗୁଣ ସହିତ ଭିଟାମିନ୍‌’ଏ’ ଏବଂ ଆଇରନର ଗୁଣ ମଧ୍ୟ ଭରି ରହିଥାଏ । ଆପଣମାନେ ଡାଏଟରେ ସଜନା ପତ୍ର ନିହାତି ସାମିଲ କରିବା ଉଚିତ। ସଜନା ପତ୍ର (Moringa leaves)ରେ ଉଚିତ ପରିମାଣରେ ପୋଟାସିୟମ୍ ରହିଥାଏ।

ପ୍ରକାଶ ଥାଉ ଯେ, ସଜନା ପତ୍ର (Moringa leaves) ମଧୁମେହ ,ଗଣ୍ଠି ଯନ୍ତ୍ରଣା,କର୍କଟ,ୟୁରିକ୍ ଏସିଡ୍ (uric acid) ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ, ଭଳି ବହୁ ବଡ ବଡ ରୋଗରୁ ମୁକ୍ତି ଦେଇଥାଏ । ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ବି ସଜନା ପତ୍ର (Moringa leaves) ବହୁ ସହାୟକ ହୋଇଥାଏ ।

ଫ୍ୟାଟି ଲିଭରରୁ ହେଉଛି କି Heart Stroke ? ଖାଆନ୍ତୁ ଏହି ଖାଦ୍ୟ

ରାତିରେ ଭିଜାଇ ସକାଳୁ ଖାଆନ୍ତୁ, ସ୍ବାସ୍ଥ୍ୟଗତ ସମସ୍ୟାର ହେବ ସମାଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments