1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଜଥା ଚିନ୍ତା ସ୍ୱାସ୍ଥ୍ୟ ପାଇଁ ହାନୀକାରକ, ଏହି ସବୁ ରୋଗକୁ କରିଥାଏ ଆମନ୍ତ୍ରଣ...

ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିବା କିମ୍ବା ରାତିରେ ପାର୍ଶ୍ୱ ପରିବର୍ତ୍ତନ କରିବା ସମାନ କଥା ଚିନ୍ତା କରିବାକୁ ଲାଗିଥାନ୍ତି ଲୋକେ ।ଆପଣଙ୍କର ସମସ୍ୟାର ସମାଧାନ ହେବ କି ନାହିଁ, ଏହା ତ ପରେ ଜଣା ପଡ଼ିବ ।କିନ୍ତୁ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କର ଅତ୍ୟଧିକ ଚିନ୍ତା କରିବାର ଅଭ୍ୟାସ ନିଶ୍ଚିତ ଭାବରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଏହି ଅଭ୍ୟାସରେ ମାନସିକ ଠାରୁ ଆରମ୍ଭ କରି ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ପର୍ଯ୍ୟନ୍ତ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ ।

Priyambada Rana
Priyambada Rana
Overthinking is dangerous...pic credit:www.pexels.com

Overthinking is dangerous...pic credit:www.pexels.com

ଆଜିକାଲି ଓଭର ଥିକିଂ(Over thinking) ବା ଅତ୍ୟଧିକ ମାନସିକ ଚିନ୍ତାଗ୍ରସ୍ତ ହୋଇଯାଉଛନ୍ତି ଲୋକେ। ବିଶେଷ କରି ଯୁବପିଢ଼ୀଙ୍କ ନିକଟରେ ଏହି ଓଭର ଥିକିଂର ସମସ୍ୟା ବଢ଼ିବାରେ ଲାଗିଛି । କାର୍ଯ୍ୟାଳୟର ଚାପ କିମ୍ବା କାର୍ଯ୍ୟଭାର ପ୍ରାୟତଃ ଏପରି ଅବସ୍ଥା ସୃଷ୍ଟି କରେ ଯେ ଅନେକ ଲୋକ ଏଥିପାଇଁ ଚିନ୍ତାଗ୍ରସ୍ତ ହୋଇଯାଇଥାନ୍ତି ।ଏହା ବ୍ୟତୀତ ପାରିବାରିକ ଓ ବ୍ୟକ୍ତିଗତ ସମସ୍ୟା ମଧ୍ୟ ଲୋକଙ୍କୁ ମାନସିକ ଚାପଗ୍ରସ୍ତ କରିଦେଇଥାଏ । ଅନେକ ଚିନ୍ତା ମନକୁ ଆସିଥାଏ ।

ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିବା କିମ୍ବା ରାତିରେ ପାର୍ଶ୍ୱ ପରିବର୍ତ୍ତନ କରିବା ସମାନ କଥା ଚିନ୍ତା କରିବାକୁ ଲାଗିଥାନ୍ତି ଲୋକେ ।ଆପଣଙ୍କର ସମସ୍ୟାର ସମାଧାନ ହେବ କି ନାହିଁ, ଏହା ତ ପରେ ଜଣା ପଡ଼ିବ ।କିନ୍ତୁ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କର ଅତ୍ୟଧିକ ଚିନ୍ତା କରିବାର ଅଭ୍ୟାସ ନିଶ୍ଚିତ ଭାବରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଏହି ଅଭ୍ୟାସରେ ମାନସିକ ଠାରୁ ଆରମ୍ଭ କରି ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ପର୍ଯ୍ୟନ୍ତ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ ।

ମଧୁମେହ ରୋଗୀଙ୍କ ଉପରେ ପ୍ରଭାବ-

ଯେତେବେଳେ ତୁମେ ବିରକ୍ତ ହୁଅ ଏବଂ କିଛି ବିଷୟରେ ଅଧିକ ଚିନ୍ତା କର, ସେବେ କର୍ଟିସୋଲ ନାମକ ଏକ ହରମୋନ୍ ନିର୍ଗତ ହୋଇଥାଏ । ଏହି ହରମୋନ୍ ଆପଣଙ୍କ ରକ୍ତରେ ଥିବା ସୁଗାରକୁ ବୃଦ୍ଧି କରିଥାଏ । ଅତ୍ୟଧିକ ଚାପଗ୍ରସ୍ତ ହେବା ଦ୍ୱାରା ଏହା ରକ୍ତ ଶର୍କରା ଉପରେ ବହୁତ ପ୍ରଭାବ ପକାଇଥାଏ । ଚାପ ପରିଚାଳନା ପାଇଁ ସୁଗାର ରୋଗୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପରାମର୍ଶ ମଧ୍ୟ ଦିଆଯାଇଥାଏ ।

ସ୍ନାୟୁ ଉପରେ ଖରାପ ପ୍ରଭାବ-

ଶରୀରରେ ଥିବା ସ୍ନାୟୁଗୁଡ଼ିକର ସମ୍ପୂର୍ଣ୍ଣ ପ୍ରଣାଳୀ ମେସେଜିଂର କାମ କରିଥାଏ । ଅଧିକ ଚିନ୍ତା କରିବା କିମ୍ବା ଚାପରେ ରହିବା ଦ୍ୱାରା ସେହି ସମାନ ଚାପ ସ୍ନାୟୁରେ ପାସ୍ ହୋଇଥାଏ । ଯାହା ହୃଦୟର ଅବସ୍ଥା ଏବଂ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଚାପରେ ପୀଡ଼ିତ ଲୋକମାନେ ସହଜରେ ଚାପର ଶିକାର ହୁଅନ୍ତି କିମ୍ବା ଷ୍ଟ୍ରୋକର ଶିକାର ହୁଅନ୍ତି ।

ହୃଦୟ ଉପରେ ପ୍ରଭାବ

ଯଦି ଆପଣଙ୍କ ବାରମ୍ବାର ମାନସିକ ଚାପଗ୍ରସ୍ତ ହେଉଛନ୍ତି,ତେବେ ରକ୍ତଚାପ ମଧ୍ୟ ସ୍ୱାଭାବିକ ରହେ ନାହିଁ । ପ୍ରାୟତଃ ରକ୍ତଚାପ ଉଚ୍ଚତର ରହିଥାଏ ବା ହାଇ ବ୍ଲଡ ପ୍ରସେର ଭଳି ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଧମନୀ ମଧ୍ୟ ଫୁଲିବା ଆରମ୍ଭ କରିଥାଏ । ଯେଉଁଥିପାଇଁ ହାର୍ଟରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ, ମନେରଖନ୍ତୁ ଯେ ଅଧିକ ଚିନ୍ତା କରିବା କେବଳ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ, ଏହା ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ପେଟ ସଫା ରଖିବା ସହ ପେଟର ବିଭିନ୍ନ ସମସ୍ୟା ଦୂର କରେ ଏହି ସବୁ ଫଳ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments