1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦାଗ, ବ୍ରଣ ଭଳି ଚେହେରାର ଅନେକ ସମସ୍ୟା ଦୂର କରିଥାଏ ଆଳୁ, ଜାଣନ୍ତୁ ଏହାର ସଠିକ୍ ବ୍ୟବହାର...

ବିଶେଷ କରି ଝିଅମାନେ ନିଜ ତ୍ୱଚାକୁ ନେଇ ଖୁବ୍ ଯତ୍ନବାନ ଥାନ୍ତି । ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାରର କ୍ରିମ, ମେଡିସିନ, ଫଳ, ପନିପାରିବା ମାସ୍କ ଚେହେରାରେ ଲଗାଇଥାନ୍ତି । ସେମାନେ ଗୋଟିଏ ପରେ ଗୋଟିଏ ମହଙ୍ଗା ଦ୍ରବ୍ୟ ବ୍ୟବହାର କରନ୍ତି ।ଯାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥାଏ ।

Priyambada Rana
Priyambada Rana
ଆଳୁର ଔଷଧୀୟ ଗୁଣ

ଆଳୁର ଔଷଧୀୟ ଗୁଣ

ଗ୍ଲୋଇଂ ସ୍କିନ୍ ପାଇଁ ଲୋକମାନେ ଅନେକ କିଛି ଘରୋଇ ଏବଂ ଡାକ୍ତରୀ ଉପଚାର କରିଥାନ୍ତି । ବିଶେଷ କରି ଝିଅମାନେ ନିଜ ତ୍ୱଚାକୁ ନେଇ ଖୁବ୍ ଯତ୍ନବାନ ଥାନ୍ତି । ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାରର କ୍ରିମ, ମେଡିସିନ, ଫଳ, ପନିପାରିବା ମାସ୍କ ଚେହେରାରେ ଲଗାଇଥାନ୍ତି । ସେମାନେ ଗୋଟିଏ ପରେ ଗୋଟିଏ ମହଙ୍ଗା ଦ୍ରବ୍ୟ ବ୍ୟବହାର କରନ୍ତି ।ଯାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥାଏ । ଯେତେବେଳେ ଆପଣଙ୍କ ଘରେ ତ୍ୱଚା ସମ୍ବନ୍ଧୀୟ ସମସ୍ୟାର ଉପଶମ ଅଛି, ତେବେ ବାହାର ମେଡିସିନର ବ୍ୟବହାର କରି ତ୍ୱଚା କାହିଁକି ଖରାପ କରିବେ ।

 ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷ କେବଳ ଆପଣଙ୍କ ତ୍ୱଚାକୁ ଉନ୍ନତ କରିପାରିବ ନାହିଁ, ବରଂ ଏହା ଉପରେ ଜମା ହୋଇଥିବା ମଇଳାକୁ ମଧ୍ୟ ଦୂର କରି ଆପଣଙ୍କ ତ୍ୱଚା ଚମକାଇ ଦେବ । ଆଜି ଆମେ ଆପଣଙ୍କ ଘରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଆଳୁକୁ ବ୍ୟବହାର କରି କିପରି ନିଜ ତ୍ୱଚାର ଯତ୍ନ ନେଇ ପାରିବେ ସେ ସମ୍ବନ୍ଧରେ କହିବୁ । ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଆଳୁ ତ୍ୱଚା ପାଇଁ ଔଷଧ ଭଳି କାମ କରିଥାଏ ।

ମୁହଁରେ ଆଳୁ ପ୍ରୟୋଗ କରିବାର ଲାଭ-

୧.ଅଏଲି ସ୍କିନ୍ ପାଇଁ ସମସ୍ୟା ଭୋଗୁଥିବା ଲୋକମାନଙ୍କ ମଧ୍ୟରେ ପିମ୍ପଲ୍ ସମସ୍ୟା ସମୟ ସମୟରେ ଦେଖାଯାଏ । ବେଳେବେଳେ ଏହି ସମସ୍ୟା ଏତେ ବଢ଼ିଯାଇଥାଏ ଯେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆଳୁ ଆପଣଙ୍କୁ ଏହି ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିପାରିବ? ମୁହଁରେ ଆଳୁ(Potato) ରସ ଲଗାଇବା ଦ୍ୱାରା ତ୍ୱଚାର ଗଭୀର ଅଂଶରୁ ସଫା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏହା ପିମ୍ପଲ୍ ସୃଷ୍ଟି କରୁଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ ଏବଂ ଏହାକୁ ବ୍ୟାପିବାରେ ରୋକିପାରେ ।ତେଲିଆ ଚର୍ମ ଥିବା ଲୋକମାନେ ଏକ ଆଳୁକୁ ଗ୍ରାଇଣ୍ଡିଂ କରି ଏହାର ରସ ବାହାର କରନ୍ତୁ। ଆଳୁ ରସରେ ୨-୩ ବୁନ୍ଦା ଲେମ୍ବୁ ରସ ପକାନ୍ତୁ ଏବଂ ତା’ପରେ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ ।​

୨. ଡ୍ରାଏ ସ୍କିନ୍ ପାଇଁ ଆଳୁ ମଧ୍ୟ ବହୁତ ଉପଯୋଗୀ । ଯଦି ଆପଣଙ୍କର ତ୍ୱଚା ଅଧିକ ଡ୍ରାଏ ଥାଏ ତେବେ ଆପଣ ଆଳୁ ବ୍ୟବହାର କରି ଏହି ସମସ୍ୟାରୁ ଦୂର କରି ପାରିବେ । ଶୁସ୍କ ତ୍ୱଚାରେ ଆଳୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ କଠିନ ଭାବରେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ତା’ପରେ ଏଥିରେ ଆଲୋ ଭେରା ଜେଲ୍ ମିଶ୍ରଣ କରନ୍ତୁ । ଏବେ ଏହାକୁ ଆପଣଙ୍କ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ । ତା’ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଥେରାପି ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ।

୩. ଯଦି ଆପଣଙ୍କ ତ୍ୱଚା ବହୁତ୍ ସେନ୍ସିଟିବ୍ ତେବେ ଆପଣ ଆଳୁ ବ୍ୟବହାର କରିପାରିବେ । କାରଣ ଆଳୁ ଚର୍ମକୁ ଭିତରୁ ସଫା କରିଥାଏ ଏବଂ ଦାଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସର୍ବପ୍ରଥମେ, ଆପଣଙ୍କୁ ଆଳୁକୁ ଗ୍ରାଇଣ୍ଡିଂ କରି ସେଥିରେ ମହୁ ମିଶାଇ ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଆପଣ ଚେହେରାରେ ଲଗାନ୍ତୁ । ଏହାକୁ କିଛି ସମୟ ଛାଡିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଚମତ୍କାରୀ ଆଳୁ ଚୋପା !

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments