
pregnant women drinking coffee can affect their childs
କାହିଁକି ଗର୍ଭବତୀ ( pregnant women )ମହିଳା କଫି ପିଇଲେ (drinking coffee ) ପିଲାଙ୍କ ଉଚ୍ଚତାରେ ପଡିଥାଏ ପ୍ରଭାବ , କାହିଁକି କଫି ସୁସ୍ଥ ମଣିଷ ଶରୀରରେ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା l ସାଧାରଣତଃ ଗର୍ଭବତୀ ମହିଳାଙ୍କ ଖାଦ୍ୟପେୟରେ ଅଧିକ ଗୁରୁତ୍ୱ ଦିଆଯାଏ । ଗର୍ଭଧାରଣ ସମୟରେ କଣ ଖାଇବା ଉଚିତ କଣ ନୁହେଁ ଏଥିପ୍ରତି ଧ୍ୟାନ ଦିଆଯାଇଥାଏ । ତେବେ କିଛି ମହିଳା ପ୍ରେଗେନ୍ସି ସମୟରେ କଫି ଓ ଚକଲେଟ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ।
କିନ୍ତୁ ଏହାକୁ ଖାଇଲେ ପେଟରେ ରହିଥିବା ପିଲା ଉପରେ ଏହା ପ୍ରଭାବ ପକାଇଥାଏ (affect their childs) । ଯାହାକି ଏକ ରିସର୍ଚ ଷ୍ଟଡିରୁ ଜଣାପଡିଛି । ସେହିପରି ଗବେଷଣା ଅନୁସାରେ, ବହୁତ ଦିନ ଧରି କଫି ପିଇବା ଦ୍ୱାରା ମସ୍ତିଷ୍କରେକିଛି ରୋଗରେ ପୀଡିତ ଥିବା ଲୋକଙ୍କର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଏହି ରୋଗ ହେଲେ ଲୋକମାନଙ୍କର ମତିଭ୍ରମ ହେବାର ଦେଖାଯାଏ । ଲୋକମାନେ ଚିଡିଚିଡା ହୋଇଯାଆନ୍ତି ଏବଂ ଅବସାଦର ଶିକାର ମଧ୍ୟ ହୋଇଥାନ୍ତି ।
କଫି ପିଇବା ପାଇଁ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ କିନ୍ତୁ କଫିରୁ ବିପଦ ମଧ୍ୟ ରହିଛି । କଫି ଅଧିକ ମାତ୍ରାରେ ପିଇବା ଦ୍ଵାରା ଏହା କର୍କଟ ( cancer ) ରୋଗ ସୃଷ୍ଟି କରିଥାଏ ଶରୀର ଭିତରେ । ଆମେରିକୀୟ ଇନଷ୍ଟିଚ୍ୟୁଟ୍ ଫର କ୍ୟାନସର ରିସର୍ଚ୍ଚ ଅନେକ କର୍କଟ ରୋଗର କାରଣ ଦର୍ଶାଇଛି । ଯଦି ଆପଣ କଫି ପିଇବାକୁ ଚାହାଁନ୍ତି, ତେବେ ଆପଣ କେବଳ ବିନା ଚିନି ଥିବା କଫି ପିଇପାରିବେ, କାରଣ ଚିନି ଏବଂ କ୍ରିମ୍ ଆକାରରେ ଥିବା କଫି ଶରୀରରେ ମୋଟାପଣକୁ ବଢାଇବାରେ ସାହାଯ୍ୟ କରେ ଏବଂ ଏହା ରକ୍ତରେ ଶର୍କରା ମାତ୍ରା ମଧ୍ୟ ବଢ଼ାଇପାରେ । ଯାହା କର୍କଟ ରୋଗ ସୃଷ୍ଟି କରିବାର ସମ୍ଭାବନା ଅଧିକ ।
ତେବେ ଗତ କିଛିଦିନ ତଳେ ହୋଇଥିବା ଗର୍ଭଧାରଣକୁ ନେଇ ନୂତନ ଷ୍ଟଡି କହୁଛି ଯେ, ପ୍ରେଗେନ୍ସି ସମୟରେ ଯଦି ଜଣେ ମା କଫି ସେବନ କରୁଛି ତେବେ ଏହା ତା ପିଲାର ବିକାଶ ପ୍ରତି ଖରାପ ପ୍ରଭାବ ପକାଇବ । ଜାଣିବାକୁ ମିଳିଛି ଯେ ଯାହାଦ୍ୱାରା ସେହି ପିଲାର ୧ ଇଂଚ ହାଇଟ କମିଯାଇଥାଏ । ତେବେ ଏହା ଉପରେ ଗର୍ଭବତୀ ମହିଳାଙ୍କୁ ନେଇ ରିସର୍ଚ କରାଯାଇଥିଲା । ଯେଉଁ ମାଆ ଗର୍ଭଧାରଣ ସମୟରେ ଅତ୍ୟଧିକ ମାତ୍ରାରେ କଫିନ ସେବନ କରିଛନ୍ତି ସେମାନଙ୍କ ପିଲାର ହାଇଟ ବା ଉଚ୍ଚତା ଅନ୍ୟ ପିଲାମାନଙ୍କ ଉଚ୍ଚତା ତୁଳନାରେ ଏକଇଂଚ କମ ରହିଛି । ଏହାଛଡା ପିଲାମାନଙ୍କର ବିକାଶରେ ମଧ୍ୟ କଫିନର ପ୍ରଭାବ ଦେଖିବାକୁ ମିଳିଛି ।
ପ୍ରେଗେନ୍ସି ସମୟରେ କଫିନ ସେବନ କରିବ ଉଚିତ କି ନୁହେଁ ଏହାକୁ ନେଇ ରିସର୍ଚରଙ୍କ ମଧ୍ୟରେ ଅନେକ ମତଭେଦ ଦେଖିବାକୁ ମିଳିଥିଲା l କିଛି ରିସର୍ଚର କୁହନ୍ତି ଗର୍ଭଧାରଣ ସମୟରେ କଫି ପିଇପାରିବେ ହେଲେ କିଛି ରିସର୍ଚ କହିଛନ୍ତି ଯେ, କଫିନ ପିଇଲେ ଏହା ଅସୁବିଧା ହେବ । ତେବେ ଆମେରିକାନ କଲେଜ ଅଫ ଆବଷ୍ଟେଟ୍ରିୟାନ ଆଣ୍ଡ ଗାଇନୋକୋଲୋଜିଷ୍ଟଙ୍କ ଅନୁଯାୟୀ ଗର୍ଭଧାରଣ ସମୟରେ ପ୍ରତିଦିନ ୨୦୦ଗ୍ରାମରୁ କମ କଫିନର ସେବନ କରିପାରିବେ । ଏହା ପ୍ରତି ଟି ମହିଳାଙ୍କ ହେଲ୍ଥ ଉପରେ ନିର୍ଭର କରେ ।
କିଛି ଲୋକେ ଜାଣି ନଥିବେ କଫିନ କଣ ଅଥବା କଫିନ ମାନେ କେବଳ କଫିକୁ ବୁଝାଏ । କିନ୍ତୁ ପ୍ରକୃତରେ ତାହା ନୁହେଁ କଫିନର ବହୁ ଗୁଡିଏ ଜିନିଷରେ ତାର ଉପସ୍ଥିତି ରହିଥିବା ନଜିର ରହିଛି ତାହାକୁ ଦେଖି ଖାଇବା ଆବଶ୍ୟକ । ତେବେ ହେଲ୍ଥ ଲାଇନ ରିପୋର୍ଟ ଅନୁସାରେ , କେବଳ କଫିରେ କଫିନ ଭାଗ ଅଧିକ ରହିଥାଏ । ଏକ କପ କଫିରେ ପାଖାପାଖି ୧୦୦ମିଲିଗ୍ରାମ କଫିନ ରହିଥାଏ । ଏହାଛଡା କୋକୋଆ , ଚକଲେଟ,କୋଲା ନଟ, ଗ୍ରୀନ ଟି ଓ ଏନର୍ଜି ଡ୍ରିଙ୍କରେ ମଧ୍ୟ କଫିନ ରହିଥାଏ । ତେବେ କେଉଁ କେଉଁ ଖାଦ୍ୟ ପଦାର୍ଥ ବା ପାନୀୟ ପଦାର୍ଥ ରେ ଏହାର ମାତ୍ରା ରହିଛି ପ୍ରଥମେ ଜଣାନ୍ତୁ ଏବଂ ପରେ ସେବନ କରନ୍ତୁ l କାରଣ ଏହା ପରେ ଆପଣଙ୍କ ଉପରେ କ୍ଷତିକାରକ ସାଜିପାରେ l
ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...
Share your comments