
Should we eat mango in empty stomach ? pic credit: www.pexels.com
ଆମ୍ବକୁ ଫଳମାନଙ୍କ ରାଜା କୁହାଯାଏ ।ଦେଶ ଠୁ ବିଦେଶ ପର୍ଯ୍ୟନ୍ତ ସମସ୍ତେ ଆମ୍ବ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ପ୍ରାୟତଃ ଗ୍ରୀଷ୍ମ ଋତୁର ଆମ୍ବ ପ୍ରଚୁର ପରିମାଣରେ ବଜାରରେ ଉପଲବ୍ଧ ହୋଇଥାଏ। କିଛି ଲୋକ ଅଛନ୍ତି ଯେଉଁମାନେ ଆମ୍ବ ଋତୁ ଆସିଲେ ଅନ୍ୟ ଫଳ ସବୁ ଛାଡ଼ି କେବଳ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଆମ୍ବ ଶରୀର ପାଇଁ କେତେ ଲାଭଦାୟକ ଓ କ୍ଷତିକାରକ ।ଆପଣ ଜାଣିଛନ୍ତି କି ଆମ୍ବ ଖାଲି ପେଟରେ ଖାଇବା ଉଚିତ୍ କି ଅନୁଚିତ୍ ? ଆମ୍ବ ଖାଇବାର ଉପଯୁକ୍ତ ସମୟ କ’ଣ? ଆମ୍ବ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ଉପରେ ଆମେ ଆଜି ଆପଣଙ୍କୁ ଜଣାଇବୁ...
ଜଣେ ଡାଇଟିସିଆନଙ୍କ କହିବା ଅନୁସାରେ ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ଏହା ପେଟରେ କୌଣସି ସମସ୍ୟା ସୃଷ୍ଟି କରିନଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ଦିନସାରା ଏହା ଆପଣଙ୍କୁ ଶକ୍ତି ଯୋଗାଇା ସହ ଆପଣ ନିଜକୁ ସତେଜ ଅନୁଭବ କରିଥାନ୍ତି । ହେଲେ ଆପଣ ଖାଲି ପେଟରେ ଥିବା ବେଳେ ଏକା ବେଳେ କେତେଟା ଆମ୍ବ ଖାଉଛନ୍ତି ତାହା ଜାଣିବା ଉଚିତ୍। ଖାଲି ପେଟରେ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ଆପଣ ବ୍ରେକ୍-ଫାଷ୍ଟରେ ଆମ୍ବ ଖାଇପାରିବେ। ଆମ୍ବ ଏକ ହେଲ୍ଦି ଫଳ। ଆମ୍ବ ଖାଦ୍ୟ ପରେ କିମ୍ବା ଖାଦ୍ୟ ସହିତ ଏକାଠି ଖାଇବା ଉଚିତ୍ ନୁହେଁ।
ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଆମ୍ବ ଖାଉଥାନ୍ତି । ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍। କାରଣ ଏହା ଶରୀରରେ ଗ୍ଲୁକୋଜର ପରିମାଣ ବୃଦ୍ଧି କରାଇଥାଏ ।ଯଦି ଡାଇବେଟିସ୍ ଥିବା ରୋଗୀମାନେ ଅଧିକ ଆମ୍ବ ଖାଆନ୍ତି, ତେବେ ସେମାନଙ୍କୁ ଟିକିଏ ନିୟନ୍ତ୍ରଣରେ ଖାଇବା ଉଚିତ୍ । ଆଇବିଏସ୍ ଥିବା ଲୋକମାନେ ମଧ୍ୟ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍।
ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦିଅନ୍ତି ଯେ, ଯେତେବେଳେ ଆପଣ ଆମ୍ବ ଖାଆନ୍ତି, ଏହାକୁ ଆଲମଣ୍ଡ ଏବଂ କାଜୁ ସହିତ ମିଶାଇ ଖାଆନ୍ତୁ। କାରଣ ଆମ୍ବରେ ଯଥେଷ୍ଟ ପରିମାଣରେ ଫାଇବର ରହିଥାଏ। ଏପରି ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା କେବଳ ଋତୁ ଆରମ୍ଭରେ ମାର୍କେଟରେ ମିଳିଥାଏ। କାରଣ କୁହାଯାଏ ଯେ, ଏହି ଆମ୍ବକୁ ପାଚିଲା ଦେଖାଯିବା ପାଇଁ ଏଥିରେ ରାସାୟନିକ ପଦାର୍ଥର ବ୍ୟବହାର କରିଥାନ୍ତି । ଏହି ପ୍ରକାରର ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ।
Share your comments