1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ଲୁଣ ଖାଉଥିଲେ ସାବଧାନ! ହୋଇପାରେ ହାର୍ଟ ଆଟାକ୍

ଆପଣ ଜାଣିବା ଉଚିତ୍ ଯେ ଅଧିକ ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତି ହୋଇପାରେ। ଅଧ୍ୟୟନରୁ ଜଣାପହିଛି ଯେ, ନିଜ ଖାଦ୍ୟରେ ଅଧିକ ଲୁଣ ସେବନ କରୁଥିଲେ, ଅଧିକ ଲୁଣ ବ୍ୟବହାର ହେଉଥିବା ଖାଦ୍ୟ ଖାଇଲେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ।ଅନେକ ଲୋକେ ଭୋଜନରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରିଥାଆନ୍ତି। ତାଙ୍କର ଏହି ଅଭ୍ୟାସ ପାଇଁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ସହ ଅନେକ ଗମ୍ଭୀର ରୋଗର କାରଣ ପାଲଟିଥାଏ।

Priyambada Rana
Priyambada Rana
Side Effect of  Salt

Side Effect of Salt

କିଛି ଲୋକ ବାହ୍ୟ ଖାଦ୍ୟ ଅଧିକ ଖାଆନ୍ତି କିମ୍ବା ସେମାନେ ଜଙ୍କ ଫୁଡକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ବାହ୍ୟ ଖାଦ୍ୟ କିମ୍ବା ଜଙ୍କ ଫୁଡ୍ ଶରୀରରେ ଲୁଣ(Salt) ପରିମାଣ ବଢାଇପାରେ। ଏହି ଖାଦ୍ୟରେ ଲୁଣ ଅଧିକ ପରିମାଣରେ ଥାଏ । ଅନ୍ୟ ପଟେ ଲୁଣରେ ସୋଡିୟମ୍(Sodium) ଥାଏ ଯାହା ଓଜନ ବଢାଇବାରେ ସାହାଯ୍ୟ କରେ। ଏପରି ପରିସ୍ଥିତିରେ, ଆପଣ ଜାଣିବା ଉଚିତ୍ ଯେ ଅଧିକ ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତି ହୋଇପାରେ।

ଅଧ୍ୟୟନରୁ ଜଣାପହିଛି ଯେ, ନିଜ ଖାଦ୍ୟରେ ଅଧିକ ଲୁଣ ସେବନ କରୁଥିଲେ, ଅଧିକ ଲୁଣ ବ୍ୟବହାର ହେଉଥିବା ଖାଦ୍ୟ ଖାଇଲେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ।ଅନେକ ଲୋକେ ଭୋଜନରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରିଥାଆନ୍ତି। ତାଙ୍କର ଏହି ଅଭ୍ୟାସ ପାଇଁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ସହ ଅନେକ ଗମ୍ଭୀର ରୋଗର କାରଣ ପାଲଟିଥାଏ।

୧. ଯେତେବେଳେ ଜଣେ ବ୍ୟକ୍ତି ଅଧିକ ଲୁଣ ଖାଏ, ଏହା ଓଜନ ବୃଦ୍ଧି(Weight Gain) ଭଳି ସମସ୍ୟା ଦେଖାଦେଇଥାଏ । ବାସ୍ତବରେ, ଲୁଣର ଅତ୍ୟଧିକ ବ୍ୟବହାର ହେତୁ ବା ଜଣେ ବ୍ୟକ୍ତି ଯେତେବେଳେ ଆବଶ୍ୟକଠାରୁ ଅଧିକ ଖାଏ ସେତେବେଳେ ଅଧିକ ଭୋକିଲା ଅନୁଭବ କରେ । ଯେଉଁ କାରଣରୁ ସେହିୁ ବ୍ୟକ୍ତି ଥର ଖାଇଥାଏ, ଫଳରେ ଓଜନ ମଧ୍ୟ ବୃଦ୍ଧି ହୁଏ ।

୨. ଜଣେ ବ୍ୟକ୍ତି ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଜଳ(Water) ଜମା ହେବା ଆରମ୍ଭ ହୁଏ । ଯେଉଁ କାରଣରୁ ହାଡ ନଷ୍ଟ ହୋଇପାରେ । ଏହା ସହିତ ବ୍ୟକ୍ତିର ଓଜନ ମଧ୍ୟ ବୃଦ୍ଧି ପାଇବାରେ ଲାଗେ।

୩. ଲୁଣର ଅତ୍ୟଧିକ ଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ଏପରି ପରିସ୍ଥିତିରେ ହାର୍ଡ ଆଟାକ୍ କିମ୍ବା ହୃଦୟ ଦୁର୍ବଳତାର ଲକ୍ଷଣ ଦେଖିବାକୁ ମିଳେ।

୪.ଯେତେବେଳେ ଜଣେ ବ୍ୟକ୍ତି ଅତ୍ୟଧିକ ଲୁଣ ଖାଏ, ସେତେବେଳେ ବ୍ୟକ୍ତିଙ୍କୁ ବିପି ବା ରକ୍ତଚାପ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅଧିକ ଲୁଣ ସେବନ ହେତୁ ରକ୍ତରେ ସୋଡିୟମର ପରିମାଣ ବଢିବାରେ ଲାଗେ, ଯେଉଁ କାରଣରୁ ବିପି ବା ରକ୍ତଚାପ ସମସ୍ୟା ଆରମ୍ଭ ହୁଏ।

୫. ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା ଦ୍ୱାରା କିଡନୀ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ତେଣୁ ଅଧିକ ମାତ୍ରାରେ ଲୁଣ ଖାଇବା ଠାରୁ ଦୂରେଇ ରହିବା ଉଚିତ।

ସାବଧାନ ! ଅଧିକ ଆମୀଷ ଭକ୍ଷଣ ଶରୀରକୁ କରିଦେବ ଅକାମୀ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments