1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖରାରେ ଚେହେରାର ଚମକ ପାଇଁ , ଆପଣାନ୍ତୁ ଘରୋଇ ଟିପ୍ସ

ମୁହଁରେ ଚମକ ଆଣିବାକୁ ଓ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କୁ l ଖରାଦିନେ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ତ୍ୱଚାର ଚମକ ହଜିଯାଉଛି ଯାହା ପାଇଁ ଆଜିର ଯୁବ ପିଢ଼ି ଚିନ୍ତାରେ ।

Tanushree Mahapatra
Tanushree Mahapatra
Skin care in summer

Skin care in summer

ମୁହଁରେ ଚମକ ଆଣିବାକୁ ଓ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କୁ l ଖରାଦିନେ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ତ୍ୱଚାର ଚମକ ହଜିଯାଉଛି ଯାହା ପାଇଁ ଆଜିର ଯୁବ ପିଢ଼ି ଚିନ୍ତାରେ । ଚେହେରା ପାଇଁ ଅନେକ ଘରୋଇ ଉପଚାର ସହିତ ଡାକ୍ତରୀ ପରୀକ୍ଷା ସହିତ ଅନେକ ଔଷଧ ମଧ୍ୟ ବ୍ୟବହାର କରୁଛନ୍ତି l 

ଯାହା ପାଇଁ ସେମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି l ଅନ୍ୟପଟେ ବାହାରେ ଏତେ ମାତ୍ରାରେ ପ୍ରଦୂଷଣ ହେଉଛି ଯେ,  ପ୍ରାୟତଃ ସମସ୍ତଙ୍କର ବ୍ରଣ ସମସ୍ୟା ରହୁଛି ତ୍ୱଚାରେ । ତେବେ ଏଥିପାଇଁ ଆପଣ ଘରେ ଏପରି କିଛି ପାନୀୟ ପ୍ରସ୍ତୁତ କରି ପିଅନ୍ତୁ ଯାହା ଦ୍ୱାରା ଚେହେରାର ଚମକ ଫେରି ଆସିବ କିମ୍ବା  କିଛି ଘରୋଇ ଟିପ୍ସ ବ୍ୟବହାର କରନ୍ତୁ ଯାହାଦ୍ୱାରା ତ୍ୱଚାର ଚମକ ଫେରି ଆସିବ l

ସବୁ ମହିଳା ଗୋରା ଆଉ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ସେଥିପାଇଁ ସେମାନେ ନିଜ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି ପ୍ରତିଦିନ । ଯାହା ଦ୍ଵାରା ତ୍ବଚା ଲାଭ ହେବା ବଦଳରେ କ୍ଷତି ମଧ୍ୟ ହୋଇଥାଏ । ବିବାହ ହେଉ ବା କୌଣସି ପୂଜା ସେଥିଲାଗି ଫେସିଆଲ କରିବାକୁ ମହିଳା ଭଲ ପାଆନ୍ତି । ଘରୋଇ ଉପଚାର କରିବା ଦ୍ଵାରା ଅଧିକ ଲାଭଦାୟକ ହୋଇଥାଏ ଯାହାଦ୍ୱାରା ତ୍ୱଚା ନଷ୍ଟ ହୋଇ ନଥାଏ । ଯେମିତିକି ହଳଦିକୁ ସ୍କ୍ରବ ପରି ବ୍ୟବହାର କରି ଆପଣ ଫେସିଆଲ ଭଳି ଚମକ ଆଣି ପାରିବେ ତ୍ୱଚାରେ ।

ହଳଦିରେ ଆଣ୍ଟିଅକ୍ସିଡେଣ୍ଟସ,ଆଣ୍ଟି-ମାଇକ୍ରୋବିଅଲ ଏବଂ ଆଣ୍ଟି ଇମ୍ଫଲେମେଣ୍ଟାରୀ ଗୁଣ ରହିଥାଏ । ଯାହା ଆପଣଙ୍କ ତ୍ବଚାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ । ତ୍ବଚାରେ ଏହାର ବ୍ୟବହାର କରିବା ଦ୍ବାରା ଏହା କେବଳ ଆପଣଙ୍କର ଚେହେରାରେ ଚମକ ଆଣିନଥାଏ ବରଂ ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିବାରେ ଚେଷ୍ଟା କରେ । ହଳଦୀର ଏହି ସ୍କ୍ରବକୁ ବ୍ୟବହାର କରିବା ଦ୍ବାରା ଚର୍ମ ଜନିତ ସମସ୍ତ ସମସ୍ୟାକୁ ଦୂର ହୋଇଥାଏ ।

ଖରା ଦିନରେ ଶରୀର ପାଇଁ ପାଣି ଅଧିକ ଗୁରୁତ୍ୱ ହୋଇଥାଏ l  ଦିନର ଆରମ୍ଭ ପାଣି ପିଇବାଠୁ କରିବା ଆବଶ୍ୟକ ପ୍ରତିଦିନ । ପ୍ରତିଦିନ ସକାଳେ ଉଠି ହାଲକା ଉଷୁମ ପାଣି ପିଇବା ଦରକାର । ଏହାଦ୍ୱାରା ଚେହେରା ଉଜ୍ୱଳ ଦେଖାଯାଇଥାଏ । ପାଣି ପିଇବା ଦ୍ୱାରା  ଶରୀରରୁ ଅପରିଷ୍କାର ଜିନିଷ ନିର୍ଗତ ହୋଇଯାଇଥାଏ ଯାହା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହାଦ୍ୱାରା ଆପଣ ନିଜ ଚେହେରାରେ ଚମକ ଅନୁଭବ କରି ପାରିବେ । ସେହିପରି ଡାଲଚିନି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀର ର ମେଦ କମାଇଥାଏ ।  ଆପଣ ସକାଳେ ଉଷୁମ ପାଣି ପିଇବା ନିମନ୍ତେ ଗରମ କରିବା ସମୟରେ ଏକ ଛୋଟ ଖଣ୍ଡ ଡାଲଚିନିକୁ ପାଣିରେ ପକାଇ ଦିଅନ୍ତୁ ପ୍ରତିଦିନ ଏହା କରିବା ଦ୍ୱାରା ଖୁବ ଲାଭ ମିଳିଥାଏ । ଏହା ରାମବାଣ ସଦୃଶ କାମ କରିବ ଶରୀର ପାଇଁ । ଏହାକୁ ନିୟମିତ ଭାବେ କିଛି ଦିନ ପିଇଲେ ଆପଣଙ୍କ ତ୍ୱଚା କୋମଳ ହେବା ସହ ଉଜ୍ୱଳ ଦେଖାଯିବ ।

ସେହିପରି ଷ୍ଟ୍ରବେରୀ ଜୁସ୍‌ରେ ପାଣି ମିଶାଇ ପିଇଲେ ଚେହେରାରେ ଦେଖାଯାଉଥିବା ଦାଗ କମ୍‌ ହୋଇଥାଏ। ଏହାର ରସ ନିୟମିତ ସେବନ କରିବା ଦ୍ୱାରା ଚେହେରାର ଦାଗ ସମ୍ପୂର୍ଣ୍ଣ ଲିଭିଯାଏ ଯାହା ତ୍ୱଚାର ଚମକ ଫେରାଇ ଆଣିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍‌ ସି ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ରହିଛି ଯାହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ତ୍ୱଚା ସୁନ୍ଦର ଦିଶେ । ଯାହା ଚେହେରାରେ ଗ୍ଲୋ ଆଣିବାରେ ସାହାଯ୍ୟ କରେ । ଏହା ଶରୀରର ବ୍ୟାକ୍ଟେରିଆ ସହ ଲଢିବାକୁ ସବୁବେଳେ ପ୍ରସ୍ତୁତ ଥାଏ । ଏହାକୁ ଉଷୁମ ପାଣିରେ ମିଶାଇ ସକାଳୁ ପିଇଲେ ପେଟ ଚର୍ବି କମିଥାଏ ।  ଏହାବ୍ୟତୀତ ଏହାକୁ ମୁହଁରେ ଲଗାଇବା ଦ୍ୱାରା ଚମକ ଆସିଥାଏ।

ପେଟ ସମ୍ୱନ୍ଧୀୟ ଲାଗି ପୁଦିନା ପାଣି ଏକ ମହୌଷଧୀ ସଦୃଶ କାମ କରେ । ଏଥିସହ ଏହାକୁ ନିୟମିତ ଭାବେ ପିଇଲେ ଚେହେରାର ଚମକ ଅତୁଟ ରହିଥାଏ । ଖାଲି ପାଣି ପିଇବା ଅପେକ୍ଷା ସେଥିରେ କେଇବୁନ୍ଦା ଲେମ୍ୱୁ ରସ ମିଶାଇ ପିଇଲେ । ଦେଖିବେ ତାହାର ଫାଇଦା ବହୁ ଗୁଣରେ ବଢିଯିବ । ଏହାଦ୍ୱାରା କେବଳ ଯେ, ପାଚନ ପ୍ରକ୍ରିୟା ତ୍ୱରିତ ହୋଇଥାଏ ତାହା ନୁହେଁ ଶରୀରରେ ଥିବା ଅପରିଷ୍କାର ଜିନିଷ ଝାଳ ହୋଇ ନିର୍ଗତ ହେବାରେ ସାହାଯ୍ୟ କରେ ।

ଖରାଦିନେ ଦିନେ ପିଅନ୍ତୁ ଏହି ସବୁ ପାଣି, ଭଲ ହୋଇଯିବ କୋଷ୍ଠକାଠିନ୍ୟ,ଗ୍ୟାସ ଭଳି ସମସ୍ୟା...

ପିଅନ୍ତୁ ତେନ୍ତୁଳି ଜୁସ ,ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରିତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments