1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖରାଦିନେ ଦିନେ ପିଅନ୍ତୁ ଏହି ସବୁ ପାଣି, ଭଲ ହୋଇଯିବ କୋଷ୍ଠକାଠିନ୍ୟ,ଗ୍ୟାସ ଭଳି ସମସ୍ୟା...

ଯଦି ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଯଦି ତୁମର କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ବୃଦ୍ଧି ପାଉଛି, ତେବେ ଆମେ ଆପଣଙ୍କୁ କିଛି ବିଶେଷ ପାନୀୟ ବିଷୟରେ କହିବାକୁ ଯାଉଛୁ । ସକାଳେ ଖାଲି ପେଟରେ ଏହି ପାନୀୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

Priyambada Rana
Priyambada Rana
ଖରା ଦିନେ ପିଅନ୍ତୁ ଏହି ସବୁ ପାଣି

ଖରା ଦିନେ ପିଅନ୍ତୁ ଏହି ସବୁ ପାଣି

ଏଣୁ ତେଣୁ ଖାଦ୍ୟ ଗ୍ରହଣ ଏବଂ ଆଜିକାଲିର ଖରାପ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ କୋଷ୍ଠକାଠିନ୍ୟ ଓ ଗ୍ୟାସ ଭଳି ସମସ୍ୟାର ସମ୍ମୁଖୀନ ହୋଇ ଅସୁବିଧାରେ ପଡ଼ୁଛନ୍ତି । କୋଷ୍ଠକାଠିନ୍ୟ ହେତୁ ଝାଡ଼ା ସମୟରେ କଷ୍ଠ ଅନୁଭବ ହୋଇଥାଏ। ପେଟରେ ଯନ୍ତ୍ରଣା, ଗ୍ୟାସ୍, ଜ୍ୱଳନ ଅନୁଭବ ହୋଇଥାଏ । ଏହି ସମସ୍ୟା ପ୍ରାୟତଃ ଗ୍ରୀଷ୍ମ ଋତୁରେ ବଢ଼ିଯାଇଥାଏ କାରଣ ଗ୍ରୀଷ୍ମ ସମୟରେ ଆମ ଶରୀର ପ୍ରାୟତଃ ଡିହାଇଡ୍ରେଟ୍ ହୋଇଯାଏ ।

ଅନ୍ୟପକ୍ଷରେ, ଯେତେବେଳେ ଆମେ ଶାରୀରିକ ଆବଶ୍ୟକତାଠାରୁ କମ୍ ପାଣି ପିଇଥାଉ, ସେତେବେଳେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା ଅନୁଭବ ହୋଇଥାଏ ।ତେଣୁ ଯଦି ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଯଦି ତୁମର କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ବୃଦ୍ଧି ପାଉଛି, ତେବେ ଆମେ ଆପଣଙ୍କୁ କିଛି ବିଶେଷ ପାନୀୟ ବିଷୟରେ କହିବାକୁ ଯାଉଛୁ । ସକାଳେ ଖାଲି ପେଟରେ ଏହି ପାନୀୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଉପଶମକାରୀ ପାନୀୟ-

ଆପ୍ରିକଟ- ଆପ୍ରିକଟ ପାଣି ମଧ୍ୟ ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ। ବାସ୍ତବରେ, ଆପ୍ରିକଟରେ ଅଧିକ ମାତ୍ରାରେ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ ।ଡାଏଟିସିଆନଙ୍କ ଅନୁଯାୟୀ, ଆପ୍ରିକେଟ୍ ପାଣି ପିଇବା ଦ୍ୱାରା ଝାଡ଼ା ସମୟେ ଦେଖାଯାଉଥିବା ସମସ୍ୟାରୁ ଉପସମ ମିଳିଥାଏ ଓ ପେଟ ସଫା କରିବାରେ ସାହାଯ୍ୟ କରିଥାଏ । ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ, ଦୁଇରୁ ଚାରି ଖଣ୍ଡ ଆପ୍ରିକେଟ୍ ରାତିରେ ଏକ ଗ୍ଲାସ୍ ପାଣିରେ ଭିଜାନ୍ତୁ । ସକାଳେ ଏହି ପାଣିକୁ ଛାଣନ୍ତୁ ଏବଂ ଖାଲି ପେଟରେ ପିଅନ୍ତୁ ।

ପାନମଧୁରୀ ଚା-  ପାନମଧୁରୀ ଚା ମଧ୍ୟ ଆପଣଙ୍କ କୋଷ୍ଠକାଠିନ୍ୟ ଏବଂ ଗ୍ୟାସ ସମସ୍ୟାକୁ ବହୁ ପରିମାଣରେ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କୋଷ୍ଠକାଠିନ୍ୟ ଏବଂ ଗ୍ୟାସରୁ ମୁକ୍ତି ଦେଇଥାଏ । ପାନମଧୁରୀ ଚା ତିଆରି କରିବା ପାଇଁ ଏକ ପ୍ୟାନରେ କିଛି ପାଣି ଗରମ କରନ୍ତୁ । ସେହି ଗରମ ପାଣିରେ ୧ରୁ ଦେଢ଼ ଚାମଚ ପାନମଧୁରୀ ପକାଇ ତାକୁ ଭଲ ଭାବରେ ଫୁଟାନ୍ତୁ । ଫୁଟା ଯାଇଥିବା ଉକ୍ତ ପାନମଧୁରୀ ପାଣି ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ ପିଅନ୍ତୁ ।ଦିନକୁ ଦୁଇ ଥର ପାନମଧୁରୀ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସରୁ ମୁକ୍ତି ମିଳିଥାଏ ।

କିସମିସ୍ ପାଣି- କିସମିସ୍ ପାଣି ପିଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ମଧ୍ୟ ଉନ୍ନତ ହୋଇପାରେ ଏବଂ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କିସମିସ୍ ପାଣି ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।କିସମିସ୍ ପାଣି ତିଆରି କରିବା ପାଇଁ ୧୦ ରୁ ୧୫ ଖଣ୍ଡ କିସମିସ୍ ଏକ ଗ୍ଲାସ୍ ପାଣିରେ ରାତିସାରା ଭିଜାନ୍ତୁ ।ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ, ଆପଣ ଏହାର ଲାଭ କିଛି ଦିନ ମଧ୍ୟରେ ଦେଖିବେ ।

କିୱି ଏବଂ ପୁଦିନା ପାଣି-

ଆପଣ କିୱି ଏବଂ ପୁଦିନା ପାଣି ମଧ୍ୟ ପିଇପାରିବେ । କିୱିରେ ପୋଟାସିୟମ୍ ସହିତ ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ପରିମାଣରେ ଅଛି । ଏଥିରେ ପେଟ ପାଇଁ ଆବଶ୍ୟକ ଥିବା ଏକ ସ୍ୱତନ୍ତ୍ର ଏନଜାଇମ୍ ଥାଏ ଯାହାକୁ ଆକ୍ଟିନିଡିନ୍ କୁହାଯାଏ ।ଏହି ଏନଜାଇମ୍ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଅମ୍ଳତା ହ୍ରାସ କରିବାରେ ସାହାଯ୍ୟ କରେ ।

କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments