1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ୍‌ ହେଲେ ଜାଣିବେ କେମିତି? ଜାଣନ୍ତୁ...

ମଧୁମେହ ରୋଗୀମାନଙ୍କୁ ଅତ୍ୟଧିକ ଶୋଷ ଲାଗିବ, ବାରମ୍ବାର ପରିସ୍ରା ଲାଗିବ, ଥକ୍କାପଣ ଅନୁଭବ କରିବେ, ଅସ୍ପଷ୍ଟ ବା ଦୃଷ୍ଟିଶକ୍ତିରେ ହ୍ରାସ ଘଟିବ, କାନକୁ କମ୍ ଶୁଭିବା,ଓଜନ ମଧ୍ଯ ହ୍ରାସ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି |

Sudesna Nayak
Sudesna Nayak
Symptoms & Causes of Diabetes, pic credit -@www.pexels.com

Symptoms & Causes of Diabetes, pic credit -@www.pexels.com

ଆଜିର ସମୟରେ ଡାଇବେଟିସ୍‌ (Diabetes)ବା ମଧୁମେହ ଏପରି ଏକ ରୋଗ, ଯିଏ ପୁରା ଦୁନିଆରେ ବହୁତ ଶୀଘ୍ର ତାର ସଂଖ୍ୟା ବଢାଇବାରେ ଲାଗିଛି ଓ ଦିନକୁ ଦିନ ଲୋକ ଏହାର ଶିକାର ହେଉଛନ୍ତି । ପ୍ରତ୍ୟେକ ମଣିଷକୁ ଡାଇବେଟିସ (Diabetes) ହେଲେ ଅଲଗା ଅଲଗା ପ୍ରକାରର ହିଁ ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ତେଣୁ ଆପଣ ଏହି ଖବରଟି ପୁରା ଭାବରେ ପଢନ୍ତୁ....

ସୂଚନା ଅନୁଯାୟୀ, ମଧୁମେହ ରୋଗୀମାନଙ୍କୁ ଅତ୍ୟଧିକ ଶୋଷ ଲାଗିବ, ବାରମ୍ବାର ପରିସ୍ରା ଲାଗିବ, ଥକ୍କାପଣ ଅନୁଭବ କରିବେ, ଅସ୍ପଷ୍ଟ ବା ଦୃଷ୍ଟିଶକ୍ତିରେ ହ୍ରାସ ଘଟିବ, କାନକୁ କମ୍ ଶୁଭିବା,ଓଜନ ମଧ୍ଯ ହ୍ରାସ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି |

ମଧୁମେହର ଲକ୍ଷଣ ଆଖିରେ ଦେଖାଯାଏ,ଜାଣନ୍ତୁ...

ହାଇ ବ୍ଳଡ୍ ସୁଗାର ଦ୍ବାରା ରେଟିନାରେ ଥିବା ରକ୍ତବାହୀକୁ ନଷ୍ଟ କରିପାରେ, ଯାହାଦ୍ୱାରା ଆଖି ସମସ୍ୟା (eye problems) ଦେଖା ଦେଇଥାଏ ଯେପରିକି ଅସ୍ପଷ୍ଟ ବା ଦୃଷ୍ଟିଶକ୍ତିରେ ହ୍ରାସ ଘଟିବ, ମୋତିଆବିନ୍ଦୁ, ଗ୍ଲୁକୋମା ଭଳି ସମସ୍ୟାର ସାମ୍ନା କରିବେ | ତେଣୁ ଡାକ୍ତରଙ୍କ ସହିତ କଥା ହେବା ଉଚିତ ।

ମଧୁମେହ ରୋଗୀମାନଙ୍କୁ ଅତ୍ୟଧିକ ଶୋଷ ଲାଗିବ,ଜାଣନ୍ତୁ...

ଡାଇବେଟିସ୍‌ (Diabetes) ହେଲେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବ,ଯାହା ଫଳରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ । ତେଣୁ ଆପଣଙ୍କୁ
ଅତ୍ୟଧିକ ଶୋଷ ଲାଗିବ |

ମଧୁମେହ ରୋଗୀମାନଙ୍କୁ ଥକ୍କାପଣ ଅନୁଭବ ହେବ,ଜାଣନ୍ତୁ...

ଆପଣ ଯେତେ ଶୋଇକି ଉଠିଲେ ମଧ୍ଯ ନିଦ ଲାଗିବ ଏବଂ ଥକ୍କାପଣ ଅନୁଭବ ହେବ,ଏପରି ହେଲେ, ରକ୍ତରେ ଶୁଗାର ସ୍ତର ବଢ଼ିଥାଇପାରେ । ଯଦି ଆପଣ ଏପରି ଲକ୍ଷଣ ଦେଖନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍ |

କ୍ଷତ, ବା ଘାଁ ହେଲେ ନ ଶୁଖିବା,ଜାଣନ୍ତୁ...

ଆପଣଙ୍କ ଶରୀରରେ କ୍ଷତ, ବା ଘାଁ ହେଲେ ସହଜରେ ନ ଶୁଖିବା । ଏହି କ୍ଷତ ଶୁଖିବା ପାଇଁ ବହୁତ ସମୟ ନେବ, ଏହି ସମସ୍ୟା ହେଲେ ମଧୁମେହ ଟେଷ୍ଟ କରାଇବା ନିହାତି ଉଚିତ୍ |

ପ୍ରକାଶ ଥାଉ ଯେ, ଡାଇବେଟିସ୍‌ (Diabetes) ହେଲେ ଆପଣଙ୍କ କାନକୁ ମଧ୍ଯ କମ୍ ଶୁଭିବ | ଏଥିସହିତ ତ୍ବଚାରେ ଯଦି କୌଣସି ଦାଗ ହୁଏ,ତାହା ଶୁଖିବାକୁ ବହୁତ ସମୟ ନେବ|

ହାଇକୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଦିଏ ଏହି ସମସ୍ୟା....

ହାଇକୋଲେଷ୍ଟ୍ରଲ ରୋଗ ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments