
Symptoms of kidney disease...pic credit: www.pexels.com
କିଡନୀ ରୋଗ: ଆମ ଶରୀର ସଠିକ୍ ଭାବରେ କାମ କରିବା ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିଡନୀ ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । କିଡନୀ ଶରୀରର ବିଷାକ୍ତ ପଦାର୍ଥକୁ ବ୍ଲାଡରକୁ ପଠାଏ, ଯେଉଁଠାରେ ସେହି ପଦାର୍ଥ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରକୁ ନିର୍ଗତ ହୋଇଥାନ୍ତି । ଆଜି କାଲିର ଖରାପ ଜୀବନଶୈଳୀ ହେତୁ ଲୋକମାନେ ପୂର୍ବ ଅପେକ୍ଷା କିଡନୀ ଜନିତ ସମସ୍ୟାର ଅଧିକ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆମ ଶରୀରର ଗଠନ ଏପରି ଭାବେ ହୋଇଛି ଯେ କୌଣସି ରୋଗ ହେଲେ ଏହା ପୂର୍ବରୁ ଆମକୁ ସଙ୍କେତ ମିଳିଯାଇଥାଏ ।ସେହିପରି ଯେତେବେଳେ କିଡନୀରେ କୌଣସି ସମସ୍ୟା ସୃଷ୍ଟି ହେବାକୁ ଲାଗେ, ତା ପୂର୍ବରୁ ଆମ ଶରୀର ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶରେ କିଛି ଲକ୍ଷଣ ଦେଖିବାକୁ ମିଳିଥାଏ । ଅଧିକାଂଶ ସମୟରେ ଏପରି ଅନେକ ଛୋଟ ଛୋଟ ଲକ୍ଷଣକୁ ଅନେକ ଲୋକ ଅଣଦେଖା କରିଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଯେ କିଡନୀ ଖରାପ ହେବା ପୂର୍ବରୁ ଆମ ଶରୀରେ କେଉଁ ସବୁ ସଙ୍କେତ ଦେଖିବାକୁ ମିଳିଥାଏ....
ପରିସ୍ରାରେ ସମସ୍ୟା-
କିଡନୀରୁ ଅପରିଷ୍କାର ପଦାର୍ଥ ଆମ ପରିସ୍ରା ଦ୍ୱାର ଦେଇ ନିର୍ଗତ ହୋଇଥାଏ । ଯଦି ଆପଣଙ୍କ ପରିସ୍ରା ରଙ୍ଗରେ ପରିବର୍ତ୍ତନ, ବାରମ୍ବାର ପରିସ୍ରା ଲାଗିବା, କମ୍ ପରିସ୍ରା ହେବା, ପରିସ୍ରା କରିବା ସମୟରେ ପରିସ୍ରା ଦ୍ୱାରରେ ପୋଡ଼ା ଜଳା ଅନୂଭୁତ ହେବା, ପରିସ୍ରା ସହିତ ରକ୍ତ କିମ୍ବା ପୁଜ ବାହାରିବା ଆଦି ଦେଖାଦେଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।ଏହା କିଡନୀ ଖରାପ ହୋଇଥିବାର ଲକ୍ଷଣ ବୋଲି ଧରାଯାଏ ।
ହାଡ଼ରେ ଦୁର୍ବଳତା-
ଦୁର୍ବଳ ହାଡ଼ ମଧ୍ୟ କିଡନୀ ବିଫଳତାର କାରଣ ହୋଇପାରେ । ଯଦି ହାଡ଼ ବା ଆଣ୍ଠୁଗଣ୍ଠି ଦୁର୍ବଳ ହେବା ଭଳି ଅନୁଭବ କରୁଛ, ତେବେ ଏହା ସମ୍ଭବ ଯେ ତୁମର କିଛି କିଡନୀ ରୋଗ ଅଛି । କିଡନୀ ସମସ୍ୟା ହେତୁ ଅନେକ ଲୋକଙ୍କ ହାଡ଼ ଏତେ ଦୁର୍ବଳ ହୋଇଯାଏ ଯେ ଟିକିଏ ଚାପ ପଡ଼ିବା ଦ୍ୱାରା ମଧ୍ୟ ଭାଙ୍ଗିବା ଆରମ୍ଭ କରିଥାଏ ।
ରକ୍ତ କ୍ଷୟ-
ଶରୀରରେ ବାରମ୍ବାର ରକ୍ତ ଅଭାବ ମଧ୍ୟ ଏକ ଭଲ ସଙ୍କେତ ନୁହେଁ । ଅନ୍ୟ ପଟେ ଯଦି ଚିକିତ୍ସା ପାଇବା ପରେ ମଧ୍ୟ ଆପଣଙ୍କ ଶରୀରରେ ହେମୋଗ୍ଲୋବିନର ସ୍ତର କମ୍ ରହିଥାଏ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଏହାକୁ ଅଣଦେଖା କରିବା ପରିବର୍ତ୍ତେ କିଡନୀ ପରୀକ୍ଷା କରିବା ଆବଶ୍ୟକ । ସେହି ସମୟରେ, ଯଦି ଆପଣଙ୍କ ଶରୀରରେ ଫୁଲା ଭଳି କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ଆପଣ ମଧ୍ୟ ସତର୍କ ହୋଇଯିବା ଉଚିତ୍ ।
କ୍ଷୀର ସହ ଖାଉଛନ୍ତି କି ରୁଟି ?ଜାଣନ୍ତୁ ଏହା ଲାଭଦାୟକ ନା ହାନୀକାରକ....
Share your comments