1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବୟସ ହେବା ପୂର୍ବରୁ ଆଖିରେ ଲାଗି ଯାଉଛି କି ଚଷମା, ଖାଆନ୍ତୁ......

ଟମୋଟୋ ବା ବିଲାତି ଶରୀର ପାଇଁ ଅନ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ସବୁଜ ଟମାଟୋ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସବୁଜ ଟମାଟୋ ପୋଷକ ତତ୍ତ୍ୱରେ ଭରପୂର ହୋଇ ରହିଥାଏ । ସବୁଜ ଟମାଟୋରେ ଭିଟାମିନ ସି, ଭିଟାମିନ-ଏ, ଫାଇବର, ଫୋଲେଟ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଆଣ୍ଟି-ଇନଫ୍ଲାମେଟୋରୀ ଭଳି ପୋଷକ ତତ୍ତ୍ୱ ମିଳିଥାଏ।

Priyambada Rana
Priyambada Rana
କଞ୍ଚା ଟମାଟୋ

କଞ୍ଚା ଟମାଟୋ

ବିଲାତିର ବ୍ୟବହାର ଅଧିକାଂଶ ବିଭିନ୍ନ ତରକାରୀ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ। ମାତ୍ର ଏହା କେବଳ ତରକାରୀର ସ୍ୱାଦ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଟମୋଟୋ ବା ବିଲାତି ଶରୀର ପାଇଁ ଅନ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ସବୁଜ ଟମାଟୋ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସବୁଜ ଟମାଟୋ ପୋଷକ ତତ୍ତ୍ୱରେ ଭରପୂର ହୋଇ ରହିଥାଏ । ସବୁଜ ଟମାଟୋରେ ଭିଟାମିନ ସି, ଭିଟାମିନ-ଏ, ଫାଇବର, ଫୋଲେଟ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଆଣ୍ଟି-ଇନଫ୍ଲାମେଟୋରୀ ଭଳି ପୋଷକ ତତ୍ତ୍ୱ ମିଳିଥାଏ।

ବିଲାତିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିଥାଏ। ସାଲାଡ୍‌‌ ହେଉ ଅଥବା ସୁପ୍‌‌, କିମ୍ବା ତରକାରୀ ଅଧିକାଂଶ ଲାଲ ବିଲାତିର ବ୍ୟବହାର ହୋଇଥାଏ। ମାତ୍ର ସବୁଜ ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍‌‌ ଉପକାରୀ। ଜାଣନ୍ତୁ..
ସବୁଜ ଟମାଟୋରେ ଭିଟାମିନ୍‌‌, ଫାଇବର, ପ୍ରୋଟିନ୍‌‌, କ୍ୟାଲସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ବ୍ୟତୀତ ଏଥିରେ ଭିଟାମିନ କେ,ସି,ପୋଟାସିୟମ ମଧ୍ୟ ରହିଛି। ଲାଲ ଟମାଟୋ ବ୍ୟତୀତ ସବୁଜ ଟମାଟୋ ସ୍ୱାଦରେ ସାମାନ୍ୟ ଖଟାଳିଆ।
ସବୁଜ ଟମାଟୋ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ଅନେକ ସଂକ୍ରାମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।

ଟମାଟୋରେ ଭିଟାମିନ୍‌‌ କେ ଭରପୁର ମାତ୍ରାରେ ରହିଛି। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
ଦୃଷ୍ଟି ଶକ୍ତି ଦୁର୍ବଳ ହେଉଥିଲେ, ଏହି ସମସ୍ୟା ଦୂର ପାଇଁ ଟମାଟୋର ସେବନ କରନ୍ତୁ। ସବୁଜ ଟମାଟୋ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ଚକ୍ଷୁ ପାଇଁ ଏହା ବେଶ ଉପକାରୀ।

ସବୁଜ ଟମାଟୋ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଏଥିରେ ପୋଟାସିୟମ ଓ ସୋଡିୟମର ମାତ୍ରା ମଧ୍ୟ ରହିଛି। ଫଳରେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ।ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ। ସବୁଜ ଟମାଟୋ ସେବନ ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ସହ ସୁସ୍ଥ ରହିଥାଏ।

ଲମ୍ବା ବାଳ ଚାହୁଁଛନ୍ତି କି ? ଆପଣାନ୍ତୁ ଟମାଟୋ ଥେରାପି....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments