
Harmful Effects of Water Bottle
ପାଣି ବିନା ଜୀବନର କଳ୍ପନା ବି କରାଯାଇ ପାରେନା। ଯଦି ପାଣି(Water) ନଥାନ୍ତା ପୃଥିବୀରେ ଜୀବନ ମଧ୍ୟ ନଥାନ୍ତା। ଏକ ସମୟ ଥିଲା ଯେତେବେଳେ ଲୋକେ ନଦୀ, ପୁଷ୍କରିଣୀ ଓ କୂଅ ପାଣିରେ ସେମାନଙ୍କ ଶୋଷ ମେଣ୍ଟଉଥିଲେ। ପରେ ସମୟ ଆସିଲା ନଳ କୂଅର, ସେ ପର୍ୟ୍ୟନ୍ତ ମଧ୍ୟ ସବୁ ଠିକ୍ ଠାକ୍ ଥିଲା। ହେଲେ ଯେବେଠୁ ପ୍ଲାଷ୍ଟିକ୍ ବୋତଲରେ ପ୍ୟାକ ହୋଇ ମିନେରାଲ ପାଣି ବିକ୍ରି ଆରମ୍ଭ ହେଲାଣି ସେବେଠୁ ଆରମ୍ଭ ହୋଇଛି ଜାବତୀୟ ସମସ୍ୟା। ପ୍ଲାଷ୍ଟିକ୍ ବୋତଲରେ ବନ୍ଦ ପାଣି ପ୍ରଥମେ ବଡ଼ ହୋଟେଲମାନଙ୍କରେ ମିଳୁଥିଲା। ହେଲେ ଏବେ ରାସ୍ତା କଡ ଦୋକାନରେ ବି ବିକ୍ରି ହେବାକୁ ଲାଗିଲାଣି। ତେବେ ଯାହାକୁ ଆପଣ ମିନେରାଲ ୱାଟର କହି ପିଉଛନ୍ତି ତାହା କେତେ ହାନୀକାରକ ହୁଏତ ଅନୁମାନ ବି କରିପାରିବେନି।
ଫ୍ରଣ୍ଟିୟର ଡଟ୍ ଓଆରଜିଙ୍କ ଗବେଷଣାରୁ ଜଣାପଡିଛି ଯେ ଏହି ବୋତଲ ବନ୍ଦ ପାଣି ଉପରେ ସୂର୍ୟ୍ୟଙ୍କ କିରଣ ପଡିବାମାତ୍ରେ ଏଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ପାଣିରେ ମିଶିବାକୁ ଲାଗେ। ଯାହା ଆମ ଶରୀରକୁ ଯାଇ ବଡି ହର୍ମୋନକୁ କ୍ଷତିରେ ପକାଇଥାଏ। ଏହି ମାଇକ୍ରୋ ପ୍ଲାଷ୍ଟିକ୍ ଆମର ଏଣ୍ଡୋକ୍ରାଇନ ସିଷ୍ଟମକୁ ମଧ୍ୟ କ୍ଷତିକରିପାରେ। ଯଦି କେହି ଦୀର୍ଘ ସମୟ ଧରି ଏପରି ବୋତଲ ବନ୍ଦ ପାଣିର ବ୍ୟବହାର କରୁଥାନ୍ତି ତାଙ୍କଠାରେ ଇନଫର୍ଟିଲିଟି ସମସ୍ୟା ଉତ୍ପନ୍ନ ହୋଇପାରେ।
ନିତିଦିନିଆ ଜୀବନଶୈଳୀରେ ପାଣି ପିଇବା ପାଇଁ ଗ୍ଲାସ ଠୁ ଅଧିକ ବୋତଲକୁ ବ୍ୟବହାର କରାଯାଉଛି। କିନ୍ତୁ ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଡରିଯିବେ। ବୋତଲକୁ ଧରିବା ଆଗରୁ ଏହି କଥା ଆପଣଙ୍କୁ ଅଡ଼ୁଆରେ ପକାଇବ ନିହାତି। ଆସିଥିବା ରିପୋର୍ଟ ଅନୁସାରେ ପୁନଃ ବ୍ୟବହାର କରାଯାଉଥିବା ପାଣି ବୋତଲରେ ଟଏଲଟ ସିଟ ତୁଳନାରେ ୪୦ ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ ଥାଏ।
ୟୁଏସ ଓ୍ଵାଟର ଫିଲଟରଗୁରୁ ଡଟ କମ ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ଗୋଟିଲ ପାଣି ବୋତଲରେ ରୋଷେଇ ସିଙ୍କରୁ ବି ଦୁଇଗୁଣା କୀଟାଣୁ ରହିଥାଏ। କମ୍ପ୍ୟୁଟର ମାଉସ୍ ରେ ଥିବା ବ୍ୟାକ୍ଟେରିଆର ୪ ଗୁଣା ତଥା ପାଳତି ପଶୁଙ୍କ ପିଇବା ଗିନାଠୁ ୧୪ ଗୁଣା ଅଧିକ ଜୀବାଣୁ ଜମା ଥାଏ। ରିସର୍ଚ୍ଚ କୁ ଦେଖିଲେ ଲୋକେ ଭୟ କରିବେ ନିଶ୍ଚୟ। କାରଣ ରିପୋର୍ଟ ଅନୁସାରେ ଅଧିକ ଦୂଷିତ ଉତ୍ପାଦ ଯେମିତିକି ଖେଳଣା, ବ୍ୟାଗ ଆଦି ତୁଳନାରେ ଦୂଷିତ ବୋତଲରେ ସଂକ୍ରମିତ ହେବାର ଶୀଘ୍ର ସମ୍ଭାବନା ଥାଏ।ସୂଚନା ଅନୁସାରେ ବୋତଲରେ ଥିବା ଠିପି ଏହାର ସବୁଠୁ ସଫା ଭାଗ ହୋଇଥାଏ। ଯେଉଁଥିରେ ମୋଟ ବ୍ୟାକ୍ଟେରିଆର ୧୦% ସେଠାରେ ଥାଏ। ଏହି ଜୀବାଣୁରୁ ନିଜକୁ ବଞ୍ଚାଇବା ପାଇଁ ରିସର୍ଚ୍ଚର ମାନେ ଏକ ନିର୍ଦ୍ଦେଶ ଦେଇଛନ୍ତି। ଯେମିତିକି ଦିନକୁ ଅତି କମ ରେ ଗୋଟିଏ ଥର ବି ହେଉ ଗରମ ପାଣି ଓ ସାବୁନ ସାହାଯ୍ୟରେ ବୋତଲକୁ ଧୋଇବା ବା ସଫା କରିନେବା ଉଚିତ। ନଚିତ ସପ୍ତାହକୁ ଥରେ ଏହା କରିବା ଆବଶ୍ୟକ।
ବୋତଲରେ ବ୍ୟାକ୍ଟେରିଆ ର ଉପସ୍ଥିତି ର ଅଧ୍ୟୟନ କରିବା ପାଇଁ ରିସର୍ଚ୍ଚର ମାନେ ବିଭିନ୍ନ ପ୍ରକାରର ଠିପି ଆଣି ବୋତଲରେ ବ୍ୟବହାର କଲେ , ଏଥିପାଇଁ ଭିନ୍ନ ଭିନ୍ନ ସମୟ ନେଲେ। ଏଥିରେ ଦୁଇ ପ୍ରକାରର ବ୍ୟାକ୍ଟେରିଆ ଥିବାର ଜାଣିଲେ। ଗୋଟିଏ ଗ୍ରାମ ନେଗେଟିଭ ବ୍ୟାକ୍ଟେରିଆ ଅନ୍ୟ ଟି ବେସିଲସ୍।ରିପୋର୍ଟ ଅନୁସାରେ ଗ୍ରାମ ନେଗେଟିଭ ବ୍ୟାକ୍ଟେରିଆ ସଂକ୍ରମଣ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିଅନ୍ତି। ଯାହାକି ଆଣ୍ଟି ବାୟୋଟିକ ଔଷଧ ପାଇଁ ପ୍ରତିରୋଧ ହୋଇଥାଏ। ସେହିପରି ବେସିଲସ୍ ବ୍ୟାକ୍ଟେରିଆ ପାଇଁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ ସମସ୍ୟା ହୋଇପାରେ।
Share your comments