1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଥଣ୍ଡା ଦିନରେ ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥାଏ

ଶୀତ ହେବା ମାତ୍ରେ ବଜାରରେ ପାଣି ସିଙ୍ଗଡ଼ା ( water chestnuts ) ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଯାଏ |ଖୁବ କମ୍‌ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ। ପାଣି ସିଙ୍ଗଡାକୁ କଞ୍ଚା ଚୋବାଇ ବା ସିଝାଇ ଖାଇପାରନ୍ତି।

Tanushree Mahapatra
Tanushree Mahapatra
water chestnuts enhance beauty

water chestnuts enhance beauty

ଶୀତ ହେବା ମାତ୍ରେ ବଜାରରେ ପାଣି  ସିଙ୍ଗଡ଼ା ( water chestnuts ) ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଯାଏ |ଖୁବ କମ୍‌ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ। ପାଣି ସିଙ୍ଗଡାକୁ କଞ୍ଚା ଚୋବାଇ ବା ସିଝାଇ ଖାଇପାରନ୍ତି। ଏଥିରେ ଭିଟାମିନ୍‌ ଏ,ସି, ( vitamin – A, C ) ପ୍ରୋଟିନ୍‌( protin ) ,ନିକୋଟିନ୍‌ ( nicotin ) ,ଏସିଡ଼( acid ) ,ସାଇଟ୍ରିକ୍‌ ଏସିଡ୍‌ ,ଥାୟାମିନ୍‌,କାର୍ବୋ ହାଇଡ୍ରେଟ୍‌ ଓ ଏନର୍ଜି ଥାଏ । ପାଣି ସିଙ୍ଗଡା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି ।

ଥଣ୍ଡା ଦିନରେ ମିଳୁଥିବା ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅଟାକୁ ଲୋକମାନେ ବ୍ରତ ଉପବାସରେ ବ୍ୟବହାର କରନ୍ତି । ଏହାକୁ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି, ଯାହା ବିଷୟରେ ଲୋକମାନେ ଖୁବ୍ କମ୍ ଜାଣନ୍ତି । ପାଣି ସିଙ୍ଗଡାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏ, ଭିଟାମିନ୍ ସି, ମାଙ୍ଗାନିଜ୍, ଫାଇବର, ଫସଫରସ୍, ଆୟୋଡିନ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ମିଳିଥାଏ । ପାଣି ସିଙ୍ଗଡ଼ା  ଦେଖିବାକୁ ଖୁବ ସୁନ୍ଦର , ପ୍ରାୟତଃ କଳା , ସବୁଜ , ନାଲି ରଙ୍ଗର ପାଣି ସିଙ୍ଗଡ଼ା  ବଜାରରେ ମିଳିଥାଏ l

ଏଥିର କାଲସିୟମ୍‌ ( calcium ), ମାଗ୍ନେସିୟମ୍‌ ( magnecium ) ,ପୋଟାସିୟମ( potasium ), ସୋଡିୟମ୍‌ ( sodium ) ଓ ଜିଙ୍କ୍‌( jinc )  ଆଦି ମିନେରାଲ ( mineral ) ବି ରହିଛି ।  ଏହି କାରଣରୁ ଗର୍ଭବତୀ ମହିଳାମାନଙ୍କ( pregnant lady)  ପାଇଁ ପାଣି ସିଙ୍ଗଡ଼ା ଖୁବ୍‌ ଉପାଦେୟ। ଗର୍ଭାବସ୍ଥାରେ ପାଣି ସିଙ୍ଗଡ଼ା ସେବନ କରିଲେ ସେହି ସମୟରେ ଯେଉଁ ସବୁ ସମସ୍ୟା ଦେଖାଦିଏ ତାହା ଦୂର ହୋଇଥାଏ । ଆଉ ଜଣେ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟବାନ ହୋଇଥାଏ , ଉଭୟ ମା ଓ ଶିଶୁ ପାଇଁ ଏହା ଭଲ  l ଏହି ଫଳ ପାଣିରେ ହେଉଥିବାରୁ ଏହାକୁ ପାଣି ସିଙ୍ଗଡା କୁହାଯାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଫର୍ଟିଲିଟି ( fertility ) ଭଲ ହେବା ସହିତ ହରମୋନାଲ ସନ୍ତୁଳନ ମଧ୍ୟ ଠିକ୍ ହୋଇଥାଏ ।

  • ରକ୍ତଚାପରେ ପାଣି ସିଙ୍ଗଡା ଔଷଧଠାରୁ କମ୍ ନୁହେଁ । ଏଥିରେ ଥିବା ସୋଡିୟମ୍ ରକ୍ତଚାପ ବଜାୟ ରଖିବାରେ ସହାୟକ ହୋଇଥାଏ । ଏହାର ବ୍ୟବହାର ହୃଦ୍ ରୋଗରେ ଉପକାର କରିଥାଏ ।
  • ଚର୍ମ ପାଇଁ ପାଣି ସିଙ୍ଗଡା ବହୁତ ଭଲ ବୋଲି ବିବେଚନା କରାଯାଏ । ଏହାର ବ୍ୟବହାର ଚର୍ମର କୁଞ୍ଚନ, ବ୍ରଣ ଦୂର କରିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଚେହେରାକୁ ଉଜ୍ୱଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
  • ପାଣି ସିଙ୍ଗଡା ଖାଇବା ଦ୍ୱାରା ଗ୍ୟାସ, କୋଷ୍ଠକାଠିନ୍ୟ, ଅଦୃଶ୍ୟତା ଦୂର ହୋଇଥାଏ । ଆପଣ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ ।
  • ଯଦି ଆପଣଙ୍କର ଡିହାଇଡ୍ରେସନ୍‌ର ସମସ୍ୟା ଅଛି,ତେବେ ପାଣି ସିଙ୍ଗଡା ଖାଇବା ଦ୍ୱାରା ତାହାର ସମାଧାନ ହୋଇଯିବ। ଥାଇରଏଡ୍‌ର ଉପଚାର ଲାଗି ବି ପାଣି ସିଙ୍ଗଡ଼ା ବେଶ୍‌ ଭଲ ।
  • ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ଅଛି,ତେବେ ସେଥିରୁ ରକ୍ଷା ପାଇବା ଲାଗି ବି ପାଣି ସିଙ୍ଗଡ଼ା ଖାଇପାରନ୍ତି ।
  • ଏହା ବ୍ୟତୀତ ମାସିକ ଧର୍ମ ଏବଂ ୟୁରିନ ଜନିତ ସମସ୍ୟା କ୍ଷେତ୍ରରେ ପାଣି ସିଙ୍ଗଡା ଲାଭକାରୀ ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥିବାରୁ ଦାନ୍ତ ଏବଂ ହାଡ ମଜବୁତ୍ କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭକାରୀ ହୋଇଥାଏ ପାଣି ସିଙ୍ଗଡା ।
  • ଆସ୍ଥମାର ରୋଗୀ ଯେଉଁମାନଙ୍କୁ ମାଂସ ସହ ଜଡିତ କଷ୍ଟ ଅଧିକ ହୋଇଥାଏ, ତାଙ୍କ ପାଇଁ ସିଂଘାଡ଼ା ବହୁତ ଲାଭଦାୟକ ଅଟେ | ଡାକ୍ତରମାନେ କୁହନ୍ତି ଯେ, ନିୟମିତ ଭାବରେ ସିଙ୍ଗଡ଼ା ଖାଇବା ଦ୍ୱାରା ନିଶ୍ୱାସ ସମ୍ବନ୍ଧିତ ସମସ୍ୟା ଗୁଡ଼ିକରୁ ଆରମ୍ଭ ମିଳିଥାଏ |
  • ସିଂଘାଡ଼ା ପାଇଲସ ପରି ସମସ୍ୟା ଗୁଡ଼ିକରୁ ମଧ୍ୟ ଆରାମ ପ୍ରଦାନ କରିଥାଏ | ୧୦୦ ଗ୍ରାମ ସିଂଘାଡ଼ାରେ ୬% ଭିଟାମିନ ସି ଏବଂ ୧୫% ଭିଟାମିନ ବି-୬ ମିଳିଥାଏ |
  • ସିଂଘାଡ଼ା ଫାଟି ଯାଇଥିବା ଗୋଇଠିକୁ ମଧ୍ୟ ଠିକ କରିବାରେ ବହୁତ ସହାୟକ ହୋଇଥାଏ | ଶରୀରର କୌଣସି ଅଂଶରେ କଷ୍ଟ କିମ୍ବା ଫୁଲାରୁ ମଧ୍ୟ ଆରାମ ପାଇବା ପାଇଁ ଏହାର ପେଷ୍ଟ ବନାଇ ସେହି ସ୍ଥାନରେ ଲଗାଇ ପାରିବେ |
  • ସିଂଘାଡ଼ା ଗୁଡିକରେ ଆୟୋଡିନ ମଧ୍ୟ ମିଳିଥାଏ ଯାହା ଗଳା ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ | ଏହାଛଡା ଏଥିର ମିଳୁଥିବା ପଲିଫେନଲସ ଏବଂ ଫ୍ଲେବୋନାଇଡ ଯେପରିକି ଆଣ୍ଟି ଆକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି କେଁସର ଏବଂ ଆଣ୍ଟି ଫଙ୍ଗଲ ଖାଦ୍ୟ କୁହାଯାଇଥାଏ ।

ଗ୍ଲୋ କରିବ ସ୍କିନ୍‌, ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

ଦୁବ ଘାସ ଖାଇଛନ୍ତି କି ?? 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ