1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସମୟ ପୂର୍ବରୁ କେଶ ଧଳା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟ ପୂର୍ବରୁ କେଶ ଧଳା ହେବା ଏକ ବଡ ସମସ୍ୟା ପାଲଟିଛି । ବିଶେଷ କରି ଯୁବପିଢୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ସାଜିଛି । କମ ବୟସରେ କେଶ ଧଳା ହେବାର ଏକ ମୁଖ୍ୟ କାରଣ ହେଉଛି ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା, ନିଶା ସେବନ, ଭିଟାମିନ ବି-୧୨ର ଅଭାବ । କେଶ ପାଇଁ ସଠିକ ଖାଦ୍ୟ ସହ ପୋଷକ ତତ୍ତ୍ୱରେ ଭରପୁର ଆହାର ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ ।

Tanushree Mahapatra
Tanushree Mahapatra
white hair tips for both boys and girls

white hair tips for both boys and girls

ବର୍ତ୍ତମାନ ସମୟ ପୂର୍ବରୁ କେଶ ଧଳା ( white hair )  ହେବା ଏକ ବଡ ସମସ୍ୟା ପାଲଟିଛି । ବିଶେଷ କରି ଯୁବପିଢୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ସାଜିଛି । କମ ବୟସରେ କେଶ ଧଳା ହେବାର ଏକ ମୁଖ୍ୟ କାରଣ ହେଉଛି  ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା, ନିଶା ସେବନ, ଭିଟାମିନ ବି-୧୨ର ( life style , vitamin -12 ) ଅଭାବ । କେଶ ପାଇଁ ସଠିକ ଖାଦ୍ୟ ସହ ପୋଷକ ତତ୍ତ୍ୱରେ ଭରପୁର ଆହାର ସାମିଲ କରିବା ନିତ୍ୟାନ୍ତ ଆବଶ୍ୟକ । ସମସ୍ତଙ୍କୁ କଳା ଏବଂ ଘନ କେଶ ବହୁତ ପସନ୍ଦ ଆସିଥାଏ ।

କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ କେଶ ଧଳା ହେବା ସହିତ କେଶ ପ୍ରଚୁର ମାତ୍ରାରେ ଝଡୁଛି । କେବଳ ବୟସ୍କ ନୁହେଁ ଛୋଟ ପିଲାଙ୍କର ବି ଏଭଳି ସମସ୍ୟା ଦେଖିବାକୁ ମିଳୁଛି  । ଯାହାକୁ ନେଇ ଚିନ୍ତିତ ଯୁବପଢି l

ଧଳା କେଶକୁ କଳା କରିବାର ସବୁଠୁ ଭଲ ଉପାୟ ହେଉଛି କେମିକାଲଯୁକ୍ତ ହେୟାର କଲର ବ୍ୟବହାର କରନ୍ତୁ ନାହିଁ । ଏଥିପାଇଁ ନ୍ୟାଚୁରାଲ ଉପାୟ ଆପଣାନ୍ତୁ । ଯାହାଦ୍ୱାରା କେଶକୁ କିଛି କ୍ଷତି ପହଞ୍ଚିବ ନାହିଁ ଏବଂ କେଶରେ କୌଣସି ସମସ୍ୟା ଦେଖାଦେବ ନାହିଁ । କେମିକାଲ ବ୍ୟବହାର ନ କରିବା ସହିତ ସବୁଜ ପାଣି ପାରିବ ଖାଇବା ପ୍ରତି ଧ୍ୟାନ ଦେବା  ଦରକାର l ଠିକ ସମୟରେ  ଠିକ ଖାଦ୍ୟ ଖାଇବା ଦରକାର l

ସବୁଜ ପନିପରିବା ଓ ପତ୍ରଥିବା ପରିବା ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ  । ଖାଦ୍ୟରେ ଏହାକୁ ପ୍ରତିଦିନ ସାମିଲ କରିବା ଉଚିତ । କେଶକୁ ସୁସ୍ଥ ସହ କଳା ରଖିବା ପାଇଁ ପାଳଙ୍ଗ, ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି, ଶାଗ ସହ ଅନ୍ୟ ପନିପରିବା ଭରପୁର ମାତ୍ରାରେ ଖାଇବା କଥା । ଏଥିରେ ଥିବା ଆଇରନ, ଭିଟାମିନ, କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ କେଶକୁ ସୁସ୍ଥ ରହିବା ସହ ଘନ ଓ କଳା କରିଥାଏ । କେଶରେ ଚମକ ମଧ୍ୟ ଆଣିଥାଏ l

କେଶକୁ ସୁସ୍ଥ ରଖିବା ପାଇଁ ସୁପରଫୁଡ ଭାବେ ଡାର୍କ ଚକୋଲେଟ ମଧ୍ୟ ସାମିଲ କରିପାରିବେ । କାରଣ ଏଥିରେ ପ୍ରଚୁରମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଯାହା ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିଥାଏ,ଯାହା ସମୟ ପୂର୍ବରୁ କେଶକୁ ଧଳା କରିଥାଏ । ଡାର୍କ ଚକୋଲେଟ କେଶ ପାଇଁ ଖୁବ ଉପକାରୀ ।

କେଶକୁ ସୁସ୍ଥ ଓ କଳା ରଖିବା ପାଇଁ ନିଜ ଖାଦ୍ୟରେ କ୍ଷୀର, ଦହି, ଚିଜ୍‍,ବଟର ଆଦି ସାମିଲ କରନ୍ତୁ । ଏହି ସମସ୍ତ ଖାଦ୍ୟରେ ଭିଟାମିନ୍‍ ବି-୧୨, କ୍ୟାଲସିୟମ ,ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି । ଦହି ପୁଷ୍ଟିଯୁକ୍ତ ହେବା ସହ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର। ତେଣୁ ଦହି ନିଶ୍ଚୟ ଖାଆନ୍ତୁ । ଅଣ୍ଡାରେ ପ୍ରୋଟିନର ମାତ୍ରା ଅଧିକ ଯାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ l କେଶକୁ କଳା, ମଜଭୂତ ଓ ରେଶମୀ ରଖିବାରେ ଏହା ଖୁବ ସହାୟକ ହୋଇଥାଏ । ତେଣୁ ବିଶେଷଜ୍ଞଙ୍କ ମତରେ କେଶ ପାଇଁ ଅଣ୍ଡା ନିତ୍ୟାନ୍ତ ଆବଶ୍ୟକ l ଏଥିରେ ମଧ୍ୟ ପ୍ରଚୁର ମାତ୍ରାରେ ଭିଟାମିନ ବି-୧୨ ରହିଛି । ଯାହା କେଶକୁ ମଜଭୂତ କରିଥାଏ । କେବଳ ଅଣ୍ଡାର ଧଳା ଅଂଶ ନୁହେଁ ସମ୍ପୂର୍ଣ୍ଣ ଅଣ୍ଡା ଖାଆନ୍ତୁ । ତାହା ଅଧିକ ଲାଭ ଦେଇଥଏ ଶରୀରକୁ l

ଧଳା କେଶ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ସୋୟାବିନ୍‍ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି । ଏହା ଶରୀରକୁ ବିଭିନ୍ନ ପ୍ରକାର ଆଣ୍ଟି-ଅକ୍ସିଡାଣ୍ଟ ପହଞ୍ଚାଇଥାଏ । ଯାହା ସମୟ ପୂର୍ବରୁ କେଶକୁ ଧଳା ହେବାରୁ ରକ୍ଷା କରିଥାଏ । କେଶ ପାଇଁ ଭିଟାମିନ୍ ଆବଶ୍ୟକ । ବାଦାମରେ କପର ଓ ଭିଟାମିନ ଇ ରହିଥାଏ ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ସର୍ବଦା ବାଦାମ ଖାଇବା ଉଚିତ୍ ।    

ସେହିଭଳି ତେନ୍ତୁଳି ପାଟିକୁ ଖଟା ଲାଗେ ସତ କିନ୍ତୁ ସେଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି l ତେନ୍ତୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଏବଂ ରୁପି ସମସ୍ୟା ଦୂର ପୋଷକ ତତ୍ତ୍ୱ ରହିଥାଏ । ଯାହା କେଶକୁ କଳା କରିଥାଏ । ତେନ୍ତୁଳି ପତ୍ରକୁ ଭଲଭାବେ ଗ୍ରାଇଣ୍ଡିଂ କରି ସେଥିରେ ଦହି ମିଶାନ୍ତୁ । ଏବେ ଏହାକୁ ମୁଣ୍ଡରେ ମାଲିସ କରିବା ପରେ ଶୁଖିବାକୁ ଛାଡିଦିଅନ୍ତୁ । ତା’ ପରେ ମୁଣ୍ଡକୁ ଭଲ ପାଣିରେ ଧୋଇଦିଅନ୍ତୁ । ଏପରି କିଛି ସପ୍ତାହ କରିବା ପରେ ଧଳା କେଶ କଳା ହୋଇଯିବ ।  

କେଶ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଜିନିଷଗୁଡ଼ିକୁ ଆଲୋ ଭେରା ଜେଲରେ ବ୍ୟବହାର କରନ୍ତୁ |

କେଶକୁ ଘନ ଓ ଲମ୍ୱା କରିବ ଅଦା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments